ପାସେଞ୍ଜର ଟ୍ରେନରୁ ଦ୍ରୁତଗାମୀ ଭଡ଼ା ଅସୁଲ

ଯାଜପୁର,୨୯ା୧(ହର୍ଷବର୍ଦ୍ଧନ ବେହେରା): କରୋନା ଲକ୍‌ଡାଉନ୍‌ ସମୟରେ ଅର୍ଥାତ୍‌ ୨୦୨୧ ଏପ୍ରିଲରୁ ଓଡ଼ିଶାର ସମସ୍ତ ଯାତ୍ରୀବାହୀ ଓ ମେମୁ ପାସେଞ୍ଜର ଟ୍ରେନକୁ ସ୍ପେଶାଲ/ଦ୍ରୁତଗାମୀ କରାଯାଇଛି। ଆଜି ପର୍ଯ୍ୟନ୍ତ ସାଧାରଣ ଜନତାଠାରୁ ଦ୍ରୁତଗାମୀ ଭଡା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ରେଲଓ୍ବେର ଏଭଳି ଅବହେଳା, ଶୋଷଣ ବିରୋଧରେ ଯାଜପୁର ଜିଲାବାସୀ ଆନ୍ଦୋଳନ କରିବାକୁ ଅଣ୍ଟା ଭଡିଛନ୍ତି।
କଳିଙ୍ଗନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୬ା୧ା୨୦୨୪ରେ ପ୍ରେରଣ କରାଯାଇଥିବା ସ୍ମାରକ ପତ୍ର ଅନୁସାରେ ରେଲଓ୍ବେ ପୂର୍ବତଟ ଡିଭିଜନ ଓଡ଼ିଶାର ରେଳଯାତ୍ରୀଙ୍କୁୁ ଶୋଷଣ କରୁଛି। ୨୩ା୩ା୨୦୨୧ରେ ଓଡ଼ିଶାର ସମସ୍ତ ଯାତ୍ରୀବାହୀ/ମେମୁ ପାସେଞ୍ଜର ଟ୍ରେନକୁ ଦ୍ରୁତଗାମୀ ଘୋଷଣା କରାଯାଇଥିଲା। ଅଦ୍ୟାବଧି ଉପରୋକ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇନାହିଁ। ଏପରିକି ଗୋଟିଏ ଷ୍ଟପେଜ୍‌ରୁ ନିକଟବର୍ତ୍ତୀ ଅନ୍ୟ ଏକ ଷ୍ଟପେଜ୍‌କୁ ଯିବା ପାଇଁ ସର୍ବନିମ୍ନ ଭଡ଼ା ଦ୍ରୁତଗାମୀ ଭାବେ ୩୦ଟଙ୍କା ଅସୁଲ କରାଯାଉଛି। ଏହାକୁ ଔରଙ୍ଗଜେବଙ୍କ ଜିଜିଆ କର ବୋଲି ସଂଘ ପକ୍ଷରୁ ଅଭିହିତ କରାଯାଇଛି। ତେଣୁ ତୁରନ୍ତ ଏଭଳି ଶୋଷଣରୁ ମୁକ୍ତ କରିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି।
ଅନ୍ୟପକ୍ଷରେ ଯାଜପୁର ରୋଡ୍‌ ରେଳଷ୍ଟେଶନର ଦକ୍ଷିଣ ରେଲଓ୍ବେ ଫାଟକ ଏକ ସ୍ବତନ୍ତ୍ର ଶ୍ରେଣୀର। ଏଠାରେ ଯାତ୍ରୀଙ୍କ ଭିଡ ସବୁବେଳେ ଦେଖିବାକୁ ମିଳିଛି। ଏହି ଫାଟକର ଅପରପାର୍ଶ୍ୱରେ ଯାଜପୁର ସହର ରହିଥିବାବେଳେ ଅନ୍ୟପଟେ ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ନରସିଂହ ଚୌଧୁରୀ ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ପ୍ରାଣୀ ଚିକିତ୍ସାକେନ୍ଦ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗୋଶାଳା ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗ କାର୍ଯ୍ୟ କରୁଛି। ଏହାବାଦ୍‌ ଏହି ପାର୍ଶ୍ୱ ଦେଇ ଖରସ୍ରୋତା ନଦୀକୂଳବାସୀ ଯାଜପୁର ରୋଡ୍‌କୁ ବାଣିଜ୍ୟ ବ୍ୟବସାୟ କରିବାକୁ ଆସିଥାନ୍ତି। ଫାଟକ ବନ୍ଦ ରହିଲେ ଏହି ରାସ୍ତା ଉପରେ କାର୍‌, ବାଇକ୍‌, ଟ୍ରକ୍‌ ଆଦି ଯାନର ଭିଡ଼ ଲାଗି ରହିଥାଏ। ଏବେ ପୁଣି ନୂତନ ରେଳପଥ ନିର୍ମାଣ ଚାଲିଥିବାରୁ ଉକ୍ତ ରାସ୍ତା ଅତି ସଙ୍କୁଚିତ ହୋଇଯାଇଛି। ଏହି ରେଲଓ୍ବେ ଫାଟକ ନିକଟରେ ଏକ ରେଳ ଓଭର ବ୍ରିଜ(ଆର୍‌ଓବି) କିମ୍ବା ଏହାର ବିକଳ୍ପ ଭାବେ ରେଳ ଅଣ୍ଡର ବ୍ରିଜ(ଆରୟୁବି) ନିର୍ମାଣ କରିବାକୁ ରେଲଓ୍ବେ ବୋର୍ଡ ପକ୍ଷରୁ ୮୧.୭୮ କୋଟି ଟଙ୍କା ମଞ୍ଜୁର ହୋଇଛି। ହେଲେ ଜମି ଅଧିଗ୍ରହଣ ହୋଇ ପାରି ନ ଥିବାରୁ ଓଭରବ୍ରିଜ ପ୍ରକଳ୍ପ ଅଟକି ରହିଛି। ଅନ୍ୟପକ୍ଷେ ଆରୟୁବି ନିର୍ମାଣ ହେବ ବୋଲି ବିଭାଗ ପକ୍ଷରୁ ଶୁଣିବାକୁ ମିଳୁଥିଲେ ହେଁ ତାହାର ଆରମ୍ଭ ହେବା ନେଇ ସମୟ ଗଡ଼ିଚାଲିଛି।
ସେହିପରି ଯାଜପୁର ରୋଡ୍‌-ଧାମରା ପ୍ରସ୍ତାବିତ ରେଳ ପ୍ରକଳ୍ପ ପାଇଁ ୧୧ା୯ା୨୦୨୩ରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ରେଳପଥର ଫାଇନାଲ ଲୋକେଶନ ସର୍ଭେ (ଏଫଏଲ୍‌ଏସ୍‌) ପାଇଁ ମଞ୍ଜୁରୀ ମିଳିଛି। ଏଥିପାଇଁ ୨୭ା୧୦ା୨୦୨୩ରେ ଏସ୍‌.ଏମ୍‌. କନ୍‌ସଲଣ୍ଟାଣ୍ଟ ପ୍ରାଇଭେଟ ଲିଃ ଠିକାସଂସ୍ଥାକୁ କାର୍ଯ୍ୟଦେଶ ମିଳିଛି। ହେଲେ ଏଯାଏ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ହୋଇ ନ ଥିବାରୁ ଯାଜପୁରରୋଡ୍‌-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ସର୍ଭେ ଓ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି କାର୍ଯ୍ୟ କ୍ଷିପ୍ରତାର ସହ ଚାଲିଲେ ମଧ୍ୟ ମାର୍ଚ୍ଚ ପୂର୍ବରୁ ଶେଷ ହେବା ସମ୍ଭବ ନୁହେଁ ଏବଂ ବଜେଟରେ ଏହି ପ୍ରକଳ୍ପ ପାଇଁ ବୟବରାଦ କରା ନ ଗଲେ ମଧ୍ୟ ମଞ୍ଜୁରୀ ମିଳିଲା ମାତ୍ରେ ନିର୍ମାଣ କାର୍ଯ୍ୟ ଯେକୌଣସି ସମୟରେ ଆରମ୍ଭ ହୋଇପାରିବ ବୋଲି ସମିତିର ଏକ ପ୍ରତିନିଧି ଦଳକୁ ପୂର୍ବତଟ ରେଲଓ୍ବେ ମହାପ୍ରବନ୍ଧକ ମନୋଜ ଶର୍ମା ପୂର୍ବରୁ କହିଛନ୍ତି। ମହାପ୍ରବନ୍ଧକଙ୍କ ଏହି ବକ୍ତବ୍ୟ ପରେ ସଂଗ୍ରାମ ସମିତିର ପ୍ରତିନିଧି ଦଳ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଏହିକ୍ରମରେ ରବିବାର ଯାଜପୁର ରୋଡ୍‌ରେ ସଂଗ୍ରାମ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଆସନ୍ତା ଫେବୃଆରୀ ୪ରେ ଯାଜପୁର ରୋଡ୍‌, ଧାମରା ଓ ଭଦ୍ରକରେ ରେଳରୋକୋ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri