Odisha Elections 2024

ଯୁବକମାନଙ୍କ ପାଖରେ ନାହିଁ ଖେଳ ସାମଗ୍ରୀ

ନୂଆଗାଁ,୧୮ା୧(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକର ଯୁବକମାନଙ୍କ ପାଖରେ ଖେଳିବା ପାଇଁ ଆବଶ୍ୟକ ସରଞାମ ନାହିଁ। ତେଣୁ ଯୁବକମାନେ କ୍ରିକେଟ ଖେଳିବା ସମୟରେ କିଛି ଇଟା ଓ କାଠିକୁ ଉଇକେଟ୍‌ ଭାବେ ବ୍ୟବହାର କରି ଖେଳୁଥିବା ଅଭିଯୋଗ ହେଉଛି।
କ୍ରୀଡା କ୍ଷେତ୍ରରେ ବିକାଶ ଆଣିବା ସହ ଯୁବତୀଯୁବକମାନଙ୍କ ଶାରିରୀକ ବିକାଶ ପାଇଁ ସରକାର କ୍ରୀଡ଼ା ପ୍ରତି ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ ଯୋଜନା ମାଧ୍ୟମରେ କ୍ରୀଡ଼ାର ବିକାଶ ପାଇଁ ଅନୁଦାନ ଦିଆଯାଉଛି। ସରକାର କ୍ରୀଡ଼ା ପାଇଁ ବହୁ ପରିମାଣର ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ତାହା ଲୋକଙ୍କ ପାଖରେ ପହଞ୍ଚତ୍ ପାରୁ ନାହିଁ କିମ୍ବା ଯୁବତୀ ଯୁବକମାନେ ତାହାର ସୁଫଳ ପାଇ ପାରୁ ନ ଥିବା ଅଭିଯୋଗ ହେଉଛି। ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ କ୍ରୀଡା ନିମନ୍ତେ ପ୍ରତି କଲେଜକୁ ୩ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି। ସେହିପରି ବ୍ଲକସ୍ତରରେ କ୍ରୀଡ଼ା ପ୍ରତିଯୋଗିତା ନିମନ୍ତେ ପ୍ରତି ବ୍ଲକକୁ ୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପଞ୍ଚାୟତସ୍ତରରେ କ୍ରୀଡା ସାମଗ୍ରୀ କିଣିବା ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ୨.୫୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି। ହେଲେ ଏତେ ସବୁ ଅନୁଦାନ ଦେଲା ପରେ ମଧ୍ୟ ନୁଆଗାଁ ଯୁବକମାନଙ୍କ ପାଖରେ ଖେଳ ସାମଗ୍ରୀର ଅଭାବ ଯୋଗୁ ସେମାନେ ଇଟା ଓ କାଠିକୁ ଉଇକେଟ୍‌ କରି କ୍ରିକେଟ ଖେଳୁଛନ୍ତି। ସେହିପରି ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଫୁଟବଲ ଖେଳ ଅଭ୍ୟାସ କରିବା ନିମନ୍ତେ ଆବଶ୍ୟକ ସରଞ୍ଜାମ ଜୋତା, ନେଟ, ବଲ୍‌ ଆଦି ନ ଥିବାରୁ ସେମାନେ ନିଜକୁ ପ୍ରସ୍ତୁତ କରି ପାରି ନ ଥିବା ଅଭିଯୋଗ କରିଛନ୍ତି। ଏପରିକି ଖେଳ ସାମଗ୍ରୀ ଅଭାବରୁ ନୂଆଗାଁ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ନିମନ୍ତେ ହକି, ମହିଳା ଖୋଖୋ ପାଇଁ ଟିମ୍‌ ହୋଇ ପାରି ନ ଥିଲା। ନୂଆଗାଁ ବ୍ଲକରେ ଅକ୍ଟୋବର ୧୩ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରି ୧୧ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ। ସେଥିମଧ୍ୟରୁ ପ୍ରତି ପଞ୍ଚାୟତକୁ ୨.୫୦ ଲକ୍ଷ ଭାବେ ମୋଟ ୫୫ ଲକ୍ଷ ଟଙ୍କା ଅନୁଦାନ ଘୋଷଣା ହୋଇଥିଲେ ମଧ୍ୟ ଅଦ୍ୟାବଧି କ୍ରୀଡା ସାମଗ୍ରୀ କିଣା ଯାଇନାହିଁ। ଯାହାକୁ ନେଇ ଯୁବକମାନଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଯୋଗାଇ ଦେବାକୁ ଥିବା ଖେଳ ସାମଗ୍ରୀ ନ ଦେବା ବାବଦରେ ନୂଆଗାଁ ବିଡିଓ ବାସୁଦେବ ନାୟକଙ୍କୁ ପଚାରିବାରେ ଯୁବକମାନଙ୍କ ପାଇଁ କ୍ରୀଡା ଓ କ୍ରୀଡା ସାମଗ୍ରୀ ଅତ୍ୟନ୍ତ ଜରୁରୀ। ତେଣୁ ଯଥାଶୀଘ୍ର ଖେଳ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ବିଡିଓ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ନା ବିଜୁ ବାବୁ କରିଥିଲେ, ନା ନବୀନ କରିବେ; ଜାଣନ୍ତୁ ଏଭଳି କାହିଁକି କହିଲେ ପାଣ୍ଡିଆନ…

ଭୁବନେଶ୍ୱର,୨୧।୫: ଚଳିତ ନିର୍ବାଚନରେ ବିଜେଡିର ପ୍ରଚାର ମଙ୍ଗ ଏକପ୍ରକାର ସମ୍ଭାଳିଛନ୍ତି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଏଥିଲାଗି ବିରୋଧୀ ଦଳ ପକ୍ଷରୁ ତାଙ୍କୁ ପ୍ରାୟତଃ...

ପାଗ ବିଗାଡିବ ନିର୍ବାଚନ: ୨୪ ଘଣ୍ଟାରେ ବଙ୍ଗୋପସାଗରରେ ବଡ଼ ଲଘୁଚାପ, ଏହି ଜିଲାରେ ଛେଚିବ

ଭୁବନେଶ୍ୱର,୨୧।୫: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ବୁଧବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।...

ପାଣ୍ଡିଆନ କହିଲେ ଭିତିରି କଥା! ମେଣ୍ଟ ପାଇଁ ଭାଜପା-ବିଜେଡି ମଧ୍ୟରେ କୌଣସି ବୈଠକ ହୋଇ ନ ଥିଲା, କେବଳ ଦୁଇ ଜଣ ନେତା…

ଭୁବନେଶ୍ୱର,୨୧।୫: ଓଡ଼ିଶାରେ ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପା ପରସ୍ପରକୁ କଟାକ୍ଷ କରୁଥିବା ଦେଖିବାକୁ ମିଳୁଛି।...

ଅପରାଜିତାଙ୍କ ଖୋଲା ଚ୍ୟାଲେଞ୍ଜ, ଆସ ମୋ ସହ ବିତର୍କ କର

ଭୁବନେଶ୍ୱର,୨୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱରରେ ଏକ ବିଶାଳ ରୋଡ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ସେ ନାଁ ନ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri