RI, ARI ସମେତ ଏହି ସବୁ ପଦବୀରେ ଆବେଦନ କରିବାର ଅବଧି ବୃଦ୍ଧି

ଭୁବନେଶ୍ୱର, ୧୭।୧(ଅସମାପିକା ସାହୁ)- ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା ପରିଚାଳିତ କମ୍ବାଇନଡ ରିକ୍ରୁଇଟମେଣ୍ଟ ଏକ୍‌ଜାମିନେସନ(ସିଆର୍‌ଇ)-୨୦୨୩ ପାଇଁ ଦରଖାସ୍ତ ଦାଖଲ କରିବାର ଅବଧି ବୃଦ୍ଧି କରାଯାଇଛି। ଏହି ପରୀକ୍ଷା ପାଇଁ ପୂର୍ବରୁ ଦରଖାସ୍ତ ଦାଖଲ କରିବାର ଅବଧି ଜାନୁଆରୀ ୩୧ତାରିଖ ପର୍ଯ୍ୟନ୍ତ ଥିବା ବେଳେ ଏହାକୁ ଫେବୃଆରୀ ୨୮ତାରିଖକୁ ବଢ଼ାଯାଇଛି। ଏ ନେଇ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାଥୀମାନେ ଓଏସଏସଏସସି ଅଫିସିଆଲ ୱେବସାଇଟ https://www.osssc.gov.in/ ରେ ଯାଇ ଆବେଦନ କରିପାରିବେ।

ତେବେ ପରୀକ୍ଷା ପାଇଁ ପଞ୍ଜୀକରଣ ଫେବୃଆରୀ ୨୦ ତାରିଖ ଭିତରେ କରିବାକୁ ହେବ। ସୂଚନାଯୋଗ୍ୟ, ଜିଲାସ୍ତରରେ ଆର୍‌ଆଇ, ଆଇସିଡିଏସ୍‌ ସୁପରଭାଇଜର, ଏଆର୍‌ଆଇ, ଅମିନ ଏବଂ ଏସ୍‌ଏଫ୍‌ଏସ୍‌ ପଦବୀ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ଖାଲିଥିବା ପଦବୀ ବିବରଣୀ: ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ଆରଆଇ ୫୫୯ ଟି ପଦବୀ ପୁରାଣ ହେବ। ସେହିଭଳି ଆଇସିଡିଏସରେ ୪୯୮ଟି ପଦବୀ ପୁରଣ ହେବ। ୮୨୭ ଟି ଏଆରଆଇ ପଦବୀ, ୬୮୬ ଟି ଅମିନ ପଦବୀ ଏବଂ ୩୨୫ ଟି ଷ୍ଟାଟିଷ୍ଟିକାଲ ଫିଲଡ ସର୍ଭେୟର ପଦବୀ ରହିଛି।

ବୟସ ସୀମା: ଆଇସିଡିଏସ ଏବଂ ଷ୍ଟାଟିଷ୍ଟିକାଲ ଫିଲଡ ସର୍ଭେୟର ପଦବୀ ପାଇଁ ଜାନୁଆରୀ ୧, ୨୦୨୧ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୮ ବର୍ଷ ମଧ୍ୟରେ ହେବା ଉଚିତ୍। ରେଭିନିଉ ଇନ୍ସପେକ୍ଟର(ଆରଆଇ), ଏଆରଆଇ ଏବଂ ଅମିନ ପଦବୀ ପାଇଁ ଜାନୁଆରୀ ୧, ୨୦୨୧ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୦ରୁ ୩୮ ବର୍ଷ ମଧ୍ୟରେ ହେବା ଉଚିତ୍।

ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀମାନେ ଆଇସିଡିଏସ ଏବଂ ଆରଆଇ ପଦବୀ ପାଇଁ କୌଣସି ସୀକୃତିପ୍ରାପ୍ତ ବିଶ୍ଵବିଦ୍ୟଳରୁ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏଆରଆଇ, ଅମିନ ଏବଂ ଷ୍ଟାଟିଷ୍ଟିକାଲ ଫିଲଡ ସର୍ଭେୟର ପଦବୀ ପାଇଁ ଯୁକ୍ତ ଦୁଇ ପାସ୍ କରିଥିବା ଆବଶ୍ୟକ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ପାଇଁ ତିନୋଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମେ ପ୍ରିଲିମିନାରୀ, ଦ୍ୱିତୀୟରେ ମୁଖ୍ୟ ପରୀକ୍ଷା ଏବଂ ଶେଷରେ ପ୍ରାକ୍ଟିକାଲ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ରହିଛି।

ଆବେଦନ ଶୁଳ୍କ: ସମସ୍ତ ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କ ମୁକ୍ତ ଅଟେ।

ନିଯୁକ୍ତି ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ବିଷୟରେ ଜାଣିବା ପାଇଁ ତଳେ ଥିବା ଲିଙ୍କରେ କ୍ଲିକ କରନ୍ତୁ।

https://www.osssc.gov.in/OSSSC


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri