ଢେଙ୍କାନାଳ,୧୭।୧(ରତନ ନାୟାର): ଢେଙ୍କାନାଳ ସଦର ତହସିଲ କାର୍ଯ୍ୟାଳୟ ରେକର୍ଡରୁମ୍ଠାରେ ଗତ ୯ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ କେତେଜଣ କର୍ମଚାରୀ ଓ ପଥର ମାଫିଆ ବସି ଭୋଜିଭାତ ଓ ନିଶା ଦ୍ରବ୍ୟର ଆସର ଜମାଇଥିଲେ। ଏହି ଘଟଣା ଜଣାପଡିବା ପରେ ଢେଙ୍କାନାଳ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ଏହାର ଏକ ଆଭ୍ୟନ୍ତରୀଣ ତଦନ୍ତ କରାଯାଇଥିଲା। ମଙ୍ଗଳବାର ପୂର୍ବାହ୍ନରୁ ଅପରାହ୍ନ ପ୍ରାୟ ୨ଟା ପର୍ଯ୍ୟନ୍ତ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଘଟଣାର ତନାଘନା ହୋଇଥିଲା। ଉକ୍ତ ରାତିରେ ତହସିଲ କାର୍ଯ୍ୟାଳୟରେ ଉପସ୍ଥିତ ଥିବା କେତେଜଣ କର୍ମଚାରୀ ଏବଂ ଅନ୍ୟ କେତେଜଣ କର୍ମଚାରୀଙ୍କୁ ଡାକି ଉପଜିଲାପାଳ ତଦନ୍ତ କରିଥିଲେ। ସନ୍ଧ୍ୟା ସୁଦ୍ଧା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଖବର ପ୍ରଦାନ କରାଯିବ ବୋଲି ଉପଜିଲାପାଳ କହିଥିଲେ। କିନ୍ତୁ ରାତି ସୁଦ୍ଧା କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଜଣେ ପ୍ରଭାବଶାଳୀ କର୍ମଚାରୀ, ନେତାଙ୍କ ଚାପରେ କାର୍ଯ୍ୟାନୁଷ୍ଠାନକୁ ରୋକି ଦିଆଯାଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ଦୀର୍ଘବର୍ଷ ଧରି ତହସିଲ କାର୍ଯ୍ୟାଳୟରେ ରହି କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଲୋକଙ୍କୁ ନ୍ୟାୟ ପ୍ରଦାନ ନ କରିବା, ପଚାରିଲେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଆଦି ସମ୍ପର୍କରେ କେତେଜଣ କର୍ମଚାରୀଙ୍କ ନାମରେ ଅଭିଯୋଗ ହୋଇଥିଲା। ତଦନ୍ତ ସମୟରେ ଏହି କର୍ମଚାରୀମାନଙ୍କ କାର୍ଯ୍ୟକଳାପ ବିଷୟରେ ଜଣାପଡିବା ପରେ ସେମାନଙ୍କୁ ଅନ୍ୟତ୍ର ବଦଳି ପାଇଁ ଆଲୋଚନା ହୋଇଥିଲା। କିନ୍ତୁ ଏହାକୁ ମଧ୍ୟ କାହା ସ୍ବାର୍ଥରେ ରୋକାଗଲା ତାହା ତଦନ୍ତ ସାପେକ୍ଷ। ଏ ସଂକ୍ରାନ୍ତରେ ଢେଙ୍କାନାଳ ଉପଜିଲାପାଳ ସପନ କୁମାର ନନ୍ଦ କହିଛନ୍ତି, ତଦନ୍ତ ଚାଲିଛି। ବର୍ତ୍ତମାନ ସୁଦ୍ଧା କିଛି ମିଳିନାହିଁ। ବଦଳି ବିଷୟରେ କହିିପାରିବିନି। ଏ ବିଷୟରେ ଜିଲାପାଳ ହିଁ କହିବେ। ତଦନ୍ତ ସରିଲା ପରେ ଆମେ ଜଣାଇବୁ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ କାହା ସ୍ବାର୍ଥରେ ଶୂନ ହେଲା, ବିଳମ୍ବିତ ରାତି ପର୍ଯ୍ୟନ୍ତ କାର୍ଯ୍ୟାଳୟ ରେକର୍ଡରୁମ୍ରେ କର୍ମଚାରୀ ଓ ଖଣି ମାଫିଆଙ୍କ ଆସର ବିଷୟରେ ଜାଣି ମଧ୍ୟ ପ୍ରଶାସନ କେଉଁ କାରଣରୁ ନୀରବତା ଅବଲମ୍ବନ କଲା, ତାହାକୁ ନେଇ ସାଧାରଣରେ ନାନା ଚର୍ଚ୍ଚା ହେଉଛି।
Posted inHome Left, ଆମ ଜିଲା ଖବର, ଢେଙ୍କାନାଳ View All
ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…
ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...
ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ
ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...
ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍ ରାସ୍ତାରେ ହାତାହାତି ହେଲେ ଦୁଇ ନେତା
ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...
୪୪ ରନ୍ ଆଗରେ ଅଷ୍ଟ୍ରେଲିଆ
ବ୍ରିସ୍ବେନ୍(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...
ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ
କେସିଙ୍ଗା ,୫।୧୨( ତୁମେଶ୍ୱର୍ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...
ଶୀତରେ ଥରୁଛି ଉତ୍ତର ଭାରତ
ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...
ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା
ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...
ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ
ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍ ଆଉଟ୍ରେ ଫ୍ରାନ୍ସକୁ ୩-୧ ଗୋଲ୍ରେ ପରାସ୍ତ କରି ଚଳିତ ଏଫ୍ଆଇଏଚ୍ ଜୁନିୟର ପୁରୁଷ ବିଶ୍ୱକପ୍ ହକି ଟୁର୍ନାମେଣ୍ଟର...
Archives


