Odisha Elections 2024

ପୂର୍ବ ପ୍ରେମିକାଙ୍କ ଅଫିସ ସାମ୍ନାରେ ଲଗାଇଲେ ବ୍ୟାନର, ଲେଖାଥିଲା…

ଚାଇନା,୧୬।୧: ପୂର୍ବ ପ୍ରେମିକାଙ୍କ ଅଫିସ ସାମ୍ନାରେ କଲେ ଏଭଳି କିଛି କାରନାମା। ଗିରଫ କଲା ପୋଲିସ। ପୋଲିସ ଏହି ପ୍ରେମିକ ପ୍ରବୀର ଓ ତାଙ୍କ ସାଙ୍ଗଙ୍କୁ ଗିରଫ କରି ୧୦ଦିନ ପାଇଁ ଜେଲ୍‌ରେ ରଖିଛି।
ଘଟଣା ହେଉଛି ମଧ୍ୟ ଚାଇନାର। ଝାଙ୍ଗ ନାମକ ଯୁବକ ନିଜ ସମ୍ପର୍କକୁ ବଞ୍ଚାଇବା ପାଇଁ ବହୁତ ପ୍ରୟାସ କରିଥିଲେ। କିନ୍ତୁ ଯେତେବେଳେ ତାହା ଅସଫଳ ରହିଲା ପୂର୍ବ ପ୍ରେମିକାଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ସେ କିଛି ଏପରି କାଣ୍ଡ କରି ବସିଲେ।

ଝାଙ୍ଗ ଏକ ବ୍ୟାନରକୁ ଅନଲାଇନ ଅର୍ଡର କରି ତାଙ୍କ ସାଙ୍ଗସାଥୀଙ୍କ ସାହାଯ୍ୟରେ ପୂର୍ବ ପ୍ରେମିକାଙ୍କ ଅଫିସ ବାହାରେ ଲଗାଇଥିଲେ। ଯେଉଁଥିରେ ଲେଖାଥିଲା, ମୋ ପ୍ରେମିକା(ଯୁବତୀଙ୍କ ନାମ) ଦୁଇ ନାଆରେ ବସିଛନ୍ତି। ଅଫିସ କର୍ମଚାରୀ ଯାତାୟାତ କରୁଥିବା ସ୍ଥାନରେ ଯୁବକ ଜଣକ ଏହି ବ୍ୟାନରକୁ ଟାଙ୍ଗି ଦେଇଥିଲେ। ଘଟଣାକୁ ନେଇ ଯୁବତୀଙ୍କ ପାଇଁ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ପ୍ରେମିକଙ୍କ ଏପରି କାରନାମାରେ ଯୁବତୀଜଣକ ପୋଲିସ ପାଖରେ ଅଭିଯୋଗ କରିଥିଲେ। ଯାହାପରେ ତାଙ୍କୁ ଗିରଫ କରାଯାଇଥିଲା। ଯୁବକ ଜଣକ ବ୍ରେକଅପ ପରେ ସବୁବେଳେ ଚାପରେ ରହୁଥିବା ପୋଲିସ କହିଛି। ଗିରଫ ପରେ ଯୁବକ ଜଣକ ଘଟଣାକୁ ନେଇ କ୍ଷମା ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରିପାରିବେ ଅସାଞ୍ଜ

ଲଣ୍ଡନ,୨୧ା୫: ଆମେରିକାକୁ ପ୍ରତ୍ୟର୍ପଣ ବିରୋଧରେ ଓ୍ବିକିଲିକ୍ସ ଓ୍ବେବ୍‌ସାଇଟ୍‌ର ପ୍ରତିଷ୍ଠାତା ଜୁଲିଅନ୍‌ ଅସାଞ୍ଜ ଅପିଲ୍‌ କରିପାରିବେ ବୋଲି ଲଣ୍ଡନର ଏକ ଅଦାଲତ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ଫଳରେ...

ନେତାନ୍ୟାହୁ, ହମାସ୍‌ ନେତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିବ ଆଇସିସି

ହେଗ୍‌,୨୧ା୫: ଯୁଦ୍ଧ ଅପରାଧରେ ସମ୍ପୃକ୍ତ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ, ହମାସ୍‌ ନେତା ୟାହୟା ସିନ୍‌ଓ୍ବାର, ମହମ୍ମଦ ଡିଆବ ଇବ୍ରାହିମ ଅଲ୍‌-ମସ୍ରି...

ମହମ୍ମଦ ମୋଖବେର ଇରାନର କାର୍ଯ୍ୟକାରୀ ରାଷ୍ଟ୍ରପତି

ଦୁବାଇ,୨୦ା୫: ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ମୃତ୍ୟୁ ଘଟିବା ପରେ ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇ ସୋମବାର ପ୍ରଥମ ଉପରାଷ୍ଟ୍ରପତି...

ଶେଷ ହେଉଛି ଜେଲନସ୍କିଙ୍କ ଟର୍ମ, ଏବେ ପ୍ରଶ୍ନ କ’ଣ ହେବ ୟୁକ୍ରେନରେ

କ୍ୱିଭ,୨୦।୫: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ କାର୍ଯ୍ୟକାଳ ନିୟମ ଅନୁଯାୟୀ ଆଜି ବା ସୋମବାର ଶେଷ ହେଉଛି, କିନ୍ତୁ ସେ ତାଙ୍କ ପଦରେ ରହିବେ। ତେବେ...

ସେନାକୁ ମିଳିଲା ଇରାନ ରାଷ୍ଟ୍ରପତିଙ୍କ ମୃତ ଦେହ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଇରାନର ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଧ୍ୱଂସାବଶେଷ ସେନାକୁ ମିଳିଛି।...

ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ମୃତ୍ୟୁ ପରେ କିଏ ସମ୍ଭାଳିବେ ଏହି ପଦ? କ’ଣ କହୁଛି ସମ୍ବିଧାନ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇରାନର ଉଦ୍ଧାରକାରୀ ଦଳ ରେଡ କ୍ରେସେଣ୍ଟ ଘଣ୍ଟା ଘଣ୍ଟା ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri