ରକ୍ତଭଣ୍ଡାରରେ ରକ୍ତ ଅଭାବ

ବ୍ରହ୍ମପୁର,୧୪।୧(ସୁବାସ ଚନ୍ଦ୍ର ପାଢ଼ୀ)ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି। ସ୍ଥିତି ଏଭଳି ହୋଇଛି ଯେ ନେଗେଟିଭ ଗ୍ରୁପ ପୂରା ଖାଲି ହୋଇଯାଇଛି। ଫଳରେ ଜରୁରୀ ପରିସ୍ଥିତିରେ ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତ ଦିନରେ ଏଭଳି ରକ୍ତ ଅଭାବ ଲୋକଙ୍କୁ ଚକିତ କରିଛି। ରକ୍ତଭଣ୍ଡାରରେ ମୋଟ ରକ୍ତ ୟୁନିଟ ସଂଖ୍ୟା ୧୦୦ ମଧ୍ୟରେ ସୀମିତ ରହିଛି। ଫଳରେ ରୋଗୀ ଠିକ୍‌ ସମୟରେ ରକ୍ତ ନ ପାଇ ହନ୍ତସନ୍ତ ହେଉଛନ୍ତି। ପୂର୍ବରୁ ଶିବିର ଜରିଆରେ ଯେଭଳି ରକ୍ତ ସଂଗ୍ରହ ହେଉଥିଲା, ସେଥିରେ ହ୍ରାସ ଘଟିଥିବାରୁ ରକ୍ତ ଅଭାବ ସମସ୍ୟା ଦେଖାଦେଉଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଏବେ ସମସ୍ତଙ୍କ ପାଇଁ ରକ୍ତ ମାଗଣାରେ ପ୍ରଦାନ କରାଯାଉଛି। ଯେଉଁମାନେ ରକ୍ତ ନେଉଛନ୍ତି, ସେମାନଙ୍କର ସମ୍ପର୍କୀୟଙ୍କୁ ଗୋଟିଏ ୟୁନିଟ ରକ୍ତଦାନ କରିବାକୁ କୁହାଯାଉଛି। ଯେଉଁମାନେ ରକ୍ତଦାତା ଯୋଗାଡ କରିପାରୁ ନାହାନ୍ତି, ସେମାନଙ୍କ ମଧ୍ୟରେ ରକ୍ତ ପ୍ରଦାନ କରାଯାଉଛି। ସେପଟେ ପ୍ରତିମାସରେ ୫ଶହରୁ ଊଦ୍ଧର୍‌ବ ଥାଲାସେମିଆ, ସିକିଲସେଲ ଓ ହେମୋଫିଲିଆ ରୋଗୀ ମଧ୍ୟ ରକ୍ତଭଣ୍ଡାରରୁ ରକ୍ତ ନେଇଥାନ୍ତି। ରକ୍ତଭଣ୍ଡାରରେ ଅଭାବ ପରିଲକ୍ଷିତ ହେଲେ ଏହି ରୋଗୀମାନେ ମଧ୍ୟ ଠିକ ସମୟରେ ରକ୍ତ ପାଇବାରୁ ବଞ୍ଚିତ ହୋଇଥାନ୍ତି। ଶନିବାର ରେକର୍ଡ ଅନୁସାରେ ଏମକେସିଜି ରକ୍ତଭଣ୍ଡାରରେ ମୋଟ ଶହେ ୟୁନିଟ ରକ୍ତ ଗଚ୍ଛିତ ରହିଛି। ଏ- ପଜିଟିଭ ରକ୍ତ ୨୩ ୟୁନିଟ ରହିଥିବା ବେଳେ ବି- ପଜିଟିଭ ୧୩ ୟୁନିଟ, ଏବି-ପଜିଟିଭ ୧ୟୁନିଟ ଓ ଓ-ପଜିଟିଭ ୩୯ ୟୁନିଟ ରହିଛି। ସେହିପରି ଏ- ନେଗେଟିଭ ଏବଂ ଓ -ନେଗେଟିଭ ଗ୍ରୁପ ରକ୍ତ ଖାଲି ରହିଛି। ସେହିପରି ବି-ନେଗେଟିଭ ଓ ଏବି -ନେଗେଟିଭ ମଧ୍ୟ ଖାଲି ରହିଥିବା ରକ୍ତ ଭଣ୍ଡାର କର୍ତ୍ତୃପକ୍ଷଙ୍କ ତରଫରୁ ଜାରି ହୋଇଥିବା ତଥ୍ୟରୁ ଜଣାପଡିଛି। ଅନ୍ୟପଟେ ରକ୍ତଭଣ୍ଡାରରେ ପ୍ଲାଟଲେଟ ମଧ୍ୟ ଅଭାବ ରହିଛି। ସାଧାରଣତଃ ଖରାଦିନ ଆସିଲେ ରକ୍ତ ଅଭାବ ସମସ୍ୟା ଦେଖା ଦେଇଥାଏ। ଖରାଦିନରେ ଶିବିର ସଂଖ୍ୟା କମିବାରୁ ଏଭଳି ସମସ୍ୟା ହୋଇଥାଏ। ଏବେ ଜାନୁଆରୀରୁ ରକ୍ତ ଅଭାବ ସମସ୍ୟା ଦେଖାଦେଲାଣି। ଖରା ବଢ଼ିଲେ ଶିବିର ସଂଖ୍ୟା ଆହୁରି ହ୍ରାସ ପାଇବ। ତେଣୁ ବିଭିନ୍ନ ସମୟରେ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରି ରକ୍ତ ଅଭାବ ପୂରଣ କରିବାକୁ ଆହ୍ବାନ ଦିଆଯାଇଛି। ଏ ସମ୍ପର୍କରେ ଏମକେସିଜି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ, ରୋଗୀଙ୍କ ଆବଶ୍ୟକତା ଅନୁସାରେ ରକ୍ତ ଦିଆଯାଉଛି। ବର୍ତ୍ତମାନ ବିଭିନ୍ନ ବର୍ଗର ୭୬ ୟୁନିଟ ରକ୍ତ ଗଚ୍ଛିତ ରହିଛି। ଜରୁରୀ ସମୟରେ ଯଦି ନେଗେଟିଭ ଗ୍ରୁପ ରକ୍ତ ଆବଶ୍ୟକ ପଡ଼େ ତେବେ ରକ୍ତଭଣ୍ଡାର ତରଫରୁ ସ୍ବେଚ୍ଛାସେବୀଙ୍କୁ ଯୋଗାଯୋଗ କରି ରକ୍ତ ଯୋଗାଡ଼ କରାଯାଇଥାଏ ବୋଲି କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri