Odisha Elections 2024

ତହସିଲ କାର୍ଯ୍ୟାଳୟରେ ଅସାମାଜିକ କାର୍ଯ୍ୟକଳାପ

ଢେଙ୍କାନାଳ,୧୨ା୧(ରତନ ନାୟାର): ଢେଙ୍କାନାଳ ସଦର ତହସିଲ କାର୍ଯ୍ୟାଳୟ କିଛିଦିନ ହେଲା ଖଣି ମାଫିଆଙ୍କ କବଳରେ ରହିଥିବା ସାଧାରଣରେ ଆଲୋଚନା ଜୋର୍‌ ଧରିଛି। ଅଧିକାଂଶ ସମୟରେ କାର୍ଯ୍ୟାଳୟ ବନ୍ଦ ହେବାର ଦୀର୍ଘ ସମୟ ପରେ ମଧ୍ୟ କାର୍ଯ୍ୟ ଆଳରେ କେତେଜଣ କର୍ମଚାରୀ ରାତି ୧୦ଟା ପର୍ଯ୍ୟନ୍ତ ଭିତରେ ରହୁଛନ୍ତି। ସେମାନେ ମୁଖ୍ୟ ଫାଟକ ବନ୍ଦ କରି ଭିତରେ ଖଣି ମାଫିଆଙ୍କ ସହ ଭୋଜିଭାତ ଓ ନିଶାଦ୍ରବ୍ୟର ଆସର ଜମାଉଥିବା ଚର୍ଚ୍ଚା ହେଉଛି। ଗତ ୯ ତାରିଖରେ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ପରିସର ରେକର୍ଡ ରୁମ୍‌ ଖୋଲାଥିଲା। ସେଠାରେ କେତେଜଣ କର୍ମଚାରୀ ଖଣି ମାଫିଆଙ୍କ ସହ ମିଶି ଭୋଜିଭାତ କରୁଥିଲେ। ଘଟଣାସ୍ଥଳରେ ମଦ ବୋତଲ ମଧ୍ୟ ରହିଥିବା ଦେଖାଯାଇଥିଲା। ଘଟଣା ଜଣାପଡିବା ପରେ ଏହା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ସଦର ତହସିଲଦାର ନିର୍ବାଚନ ସଂକ୍ରାନ୍ତୀୟ ତାଲିମ ପାଇଁ ଭୁବନେଶ୍ୱରରେ ପ୍ରଶିକ୍ଷଣ ନେଉଛନ୍ତି। ତାଙ୍କ ଅନୁପସ୍ଥିତିରେ କେତେଜଣ କର୍ମଚାରୀ ଏପରି ଭୋଜିଭାତ କରୁଥିବା କୁହାଯାଉଛି। ଅଫିସ ସମୟରେ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଲୋକମାନଙ୍କ କାମ ନାନା ବାହାନା ଦେଖାଯାଇ କରାଯାଉ ନ ଥିବା ବେଳେ କାହା ସ୍ବାର୍ଥରେ ଖଣି ଓ ପଥର ମାଫିଆଙ୍କ ସହ ରାତି ୧୦ଟା ଯାଏ ଆଲୋଚନା ଚାଲିଥିଲା ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣାରେ ଦାବି ହେଉଛି। ଏ ସଂକ୍ରାନ୍ତରେ ସଦର ତହସିଲଦାର ସୁଧାଂଶୁ ଶେଖର ସାଓ କହିଛନ୍ତି, ଘଟଣା ସମ୍ପର୍କରେ ଜାଣିବା ପରେ ସମସ୍ତଙ୍କୁ ତାଗିଦ୍‌ କରାଯାଇଛି। ଏଣିକି କାର୍ଯ୍ୟାଳୟ ବନ୍ଦ ହେବାପରେ କୌଣସି କର୍ମଚାରୀ କାର୍ଯ୍ୟାଳୟରେ ରହିବେ ନାହିଁ। ଅପରାହ୍ନ ସାଢେ ୫ଟାରେ କାର୍ଯ୍ୟାଳୟକୁ ବନ୍ଦ କରାଯିବ। ଯଦି କୌଣସି ଜରୁରୀ କାର୍ଯ୍ୟ ଥିବ, ତା’ହାଲେ ତହସିଲଦାରଙ୍କ ଉପସ୍ଥିତିରେ ସମ୍ପୃକ୍ତ ବିଭାଗ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ କେବଳ ଡକାଯିବ। ଏହି ଘଟଣାରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ପ୍ରାୟ ୨/୩ବର୍ଷ ତଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ତହସିଲ ଅଫିସରେ କେତେଜଣ କର୍ମଚାରୀ ଓ ଜମି ମାଫିଆ ଉପସ୍ଥିତ ରହି ଜମିପଟ୍ଟାକୁ କମ୍ପ୍ୟୁଟରରେ ଟାମ୍ପରିଂ କରି ଜମି ହଡ଼ପ କରିଥିଲେ। ଏହି ଘଟଣା ନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। ଜଣେ ଅତିରିକ୍ତ ତହସିଲଦାରଙ୍କ ସମେତ ୨ କର୍ମଚାରୀ, ୨ ଜମି ମାଫିଆ ଗିରଫ ହୋଇଥିଲେ। ଅତିରିକ୍ତ ତହସିଲଦାର ମଧ୍ୟ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାକଟପୁର-ନିମାପଡ଼ାରେ ଶନିବାର ଭୋଟ୍‌, ବୁଥ୍‌କୁ ଗଲେ ପୋଲିଂ ପାର୍ଟି

ପୁରୀ,୩୧ା୫(ଅଜିତ୍‌ କୁମାର ମହାନ୍ତି)-୧୬ନଂ. ଜଗତ୍‌ସିଂହପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୦୫ ନଂ. କାକଟପୁର ଓ ୧୦୬ ନଂ. ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଜୁନ ୧...

୫ ଦିନର ଶିଶୁପୁତ୍ର ଉଦ୍ଧାର

ବ୍ରହ୍ମପୁର,୩୧।୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରୁ ଶୁକ୍ରବାର ଏକ ୫ ଦିନର ଶିଶୁପୁତ୍ର ଉଦ୍ଧାର ହୋଇଛି। ବାଳାଶ୍ରମ ବାହାରେ ରହିଥିବା ଶିଶୁ ରଖିବା...

ଥମୁନି ତାତି,ବଢୁଛନ୍ତି ଅଂଶୁଘାତ ରୋଗୀ

ବରଗଡ଼,୩୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି । ଜିଲାରେ ତାତି ଥମିବାର ନାଁ ନେଉ ନାହିଁ । ଅନ୍ୟବର୍ଷ ତୁଳନାରେ ଏଥର...

ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ମାଡ଼

ସମ୍ବଲପୁର,୩୧।୫(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଶାସନ ଥାନା ଅଧୀନ କମଲପଡ଼ାଛକରେ ଥିବା ଏକ ଘରୋଇ କ୍ଲିନିକରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ...

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ଲାଞ୍ଜିଗଡ,୩୧ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅଧୀନ କପାଗୁଡା ଗାଁରେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିବା ଘଟଣାରେ ଅଭିଯୁକ୍ତ ସ୍ବାମୀଙ୍କୁ ପୋଲିସ ଗିରଫ...

ପୁରୀ ବାଣ ବିସ୍ଫୋରଣ ମାମଲା: ଓଏଚ୍‌ଆର୍‌ସିରେ ପିଟିସନ୍‌

କଟକ,୩୧ା୫(କାର୍ତ୍ତିକ ସାହୁ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାକୁ ନେଇ ଓଡ଼ିଶା ମାନବିକ ଅଧିକାରୀ ଆୟୋଗ(ଓଏଚ୍‌ଆର୍‌ସି)ରେ ଏକ ପିଟିସନ୍‌ ଶୁକ୍ରବାର ଦାୟର ହୋଇଛି। ବିସ୍ଫୋରଣରେ...

ପାଳି କରି ଷ୍ଟ୍ରଙ୍ଗରୁମ୍‌ ଜଗୁଛନ୍ତି ଭାଜପା କର୍ମୀ

କେନ୍ଦୁଝର, ୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ମତଦାନ ଶେଷ ହୋଇଛି। ଇଭିଏମ୍‌ରେ ବନ୍ଦ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ। ଜୁନ ୪ ତାରିଖ ଫଳାଫଳକୁ ଅପେକ୍ଷା। ହେଲେ କେଉଁ...

ଟ୍ରକରେ ବସିଥିବା ଅବସ୍ଥାରେ ଚାଲିଗଲା ଚାଳକଙ୍କ ଜୀବନ

ବଡବିଲ,୩୧।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡି ଥାନା ଅଧୀନ ବାରବାଙ୍କ ସ୍ଥିତ ୫୨୦ନମ୍ବର ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ଟ୍ରକରେ ବସିଥିବା ଅବସ୍ଥାରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri