Posted inଖେଳ

ଟେଷ୍ଟ ଇତିହାସରେ ସବୁଠୁ ଛୋଟ ମ୍ୟାଚ୍‌

କେପ୍‌ଟାଉନ୍‌,୫ା୧(ପି.ଟି):ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୭ ଉଇକେଟରେ ଜିତିବା ସହିତ ଭାରତ ଦୁଇ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ରେ ଡ୍ର ରଖିଛି। ବଲ୍‌ ବ୍ୟବଧାନରେ ଏହା ଟେଷ୍ଟ କ୍ରିକେଟର ସବୁଠୁ ଛୋଟ ମ୍ୟାଚ୍‌। ଏହା ମାତ୍ର ସାଢେ ୪ ସେସନରେ ଶେଷ ହୋଇଛି। ୧୯୩୨ରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ୧୦୯.୨ ଓଭର (୬୫୬ ବଲ୍‌) ବୋଲିଂ ହୋଇଥିବା ବେଳେ ଏହି ମ୍ୟାଚ୍‌ରେ ୧୦୭ ଓଭର (୬୪୨ ବଲ୍‌) ବୋଲିଂ ସମ୍ଭବ ହୋଇଛି। ଏହା ସହିତ ପ୍ରଥମ ଏସୀୟ ରାଷ୍ଟ୍ର ଭାବେ ଭାରତ କେପ୍‌ଟାଉନ୍‌ରେ ଐତିହାସିକ ବିଜୟ ହାସଲ କରିଛି। ରେକର୍ଡ ଦୃଷ୍ଟିରୁ ଟେଷ୍ଟ କ୍ରିକେଟରେ ୨୫ ଥର ୨ ଦିନରୁ କମ୍‌ ସମୟ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଶେଷ ହୋଇଛି। ଭାରତର ଏହା ତୃତୀୟ ମ୍ୟାଚ୍‌, ଯାହା ୨ ଦିନ ମଧ୍ୟରେ ଶେଷ ହୋଇଛି। ପୂର୍ବରୁ ୨୦୧୮ରେ ଆଫଗାନିସ୍ତାନ ଓ ୨୦୨୧ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଦୁଇଦିନରୁ କମ୍‌ ସମୟରେ ଶେଷ ହୋଇଥିଲା। ସେହିପରି ରୋହିତ ଶର୍ମା ଦ୍ୱିତୀୟ ଭାରତୀୟ ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାରେ ଏକ ଟେଷ୍ଟ ସିରିଜ୍‌ ଡ୍ର ରଖିବାରେ ସଫଳ ହୋଇଛନ୍ତି। ୨୦୧୦-୧୧ରେ ମହେନ୍ଦ୍ର ସିଂ ଧୋନୀ ପ୍ରଥମେ ଏହି ସଫଳତା ହାସଲ କରିଥିଲେ। ଏଠାରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଧାର୍ଯ୍ୟ ୭୯ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୩ ଉଇକେଟ ହରାଇ ହାସଲ କରି ନେଇଥିଲା। ଏହି ପିଚ୍‌ରେ ଛୋଟ ସ୍କୋର ମଧ୍ୟ ଚ୍ୟାଲେଞ୍ଜିଂ ହେବ ବୋଲି ଆଶା କରାଯାଉଥିଲା। ତେବେ ଯୁବ ଓପନର ଯଶସ୍ବୀ ଜୟସ୍ବାଲ ଆକ୍ରମଣାତ୍ମକ ବ୍ୟାଟିଂ କରି ୨୮ ରନ୍‌ର ଇନିଂସ ଖେଳିଥିଲେ। ବିରାଟ କୋହଲି ୧୨ ଓ ଶୁବମନ ଗିଲ ୧୦ ରନ୍‌ କରିବାକୁ ସକ୍ଷମ ହୋଇଥିବାବେଳେ ଅଧିନାୟକ ରୋହିତ ଶର୍ମା ୧୭ ଓ ଶ୍ରେୟସ୍‌ ଆୟର ୪ ରନରେ ଅପରାଜିତ ରହି ଭାରତକୁ ବିଜୟୀ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା, ନାନ୍ଦ୍ରେ ବର୍ଗର ଓ ମାର୍କୋ ଜାନ୍‌ସେନ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ପ୍ରଥମ ଦିନର ଅସମାପ୍ତ ସ୍କୋର ୬୨/୩ରୁ ଖେଳ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ୧୭୬ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଭାରତର ଯଶପ୍ରୀତ୍‌ ବୁମ୍‌ରା ଅଗ୍ନିବର୍ଷୀ ବୋଲିଂ କରିଥିବା ବେଳେ ଟେଷ୍ଟ କ୍ରିକେଟରେ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଇନିଂସ ଖେଳିଥିଲେ ଦକ୍ଷିଣ ଆଫ୍ରିକାର ଏଡେନ୍‌ ମାରକ୍ରମ। ଯେଉଁ ପିଚ୍‌ରେ ଭାରତୀୟ ଦଳ ବିନା ସ୍କୋରରେ ଏହାର ଅନ୍ତିମ ୬ ଉଇକେଟ ହରାଇଥିଲା, ସେଭଳି ପିଚ୍‌ରେ ବୁମ୍‌ରା ଓ ସିରାଜଙ୍କ ଭଳି ବୋଲରଙ୍କ ମୁକାବିଲା କରି ଶତକ ହାସଲ କରିଥିଲେ ମାରକ୍ରମ। ୧୦୩ ବଲ୍‌ ଖେଳି ୧୭ ଚୌକା ଓ ୨ ଛକା ସହିତ ସେ ୧୦୬ରନ୍‌ ସଂଗ୍ରହ କରିଥିଲେ। କାଗିସୋ ରାବାଡା ମାତ୍ର ୨ ରନ କରିଥିଲେ ହେଁ ତାଙ୍କ ସହିତ ଅଷ୍ଟମ ଉଇକେଟରେ ୫୧ ରନ୍‌ ଯୋଡିଥିଲେ ଏହି ଦକ୍ଷ ବ୍ୟାଟର। ଦଳୀୟ ସ୍କୋର ୧୬୨ରେ ମାରକ୍ରମ ଆଉଟ ହେବା ପରେ ଦକ୍ଷିଣ ଆଫ୍ରିକା ଇନିଂସ ୧୭୬ ରନରେ ସମାପ୍ତ ହୋଇଥିଲା। ଯଶପ୍ରୀତ୍‌ ବୁମରା ନିଜ ଟେଷ୍ଟ କ୍ୟାରିୟରରେ ନବମ ଥର ପାଇଁ ୫ ଉଇକେଟ ସଫଳତା ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁକେଶ କୁମାର ୨, ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ପ୍ରଥମ ଦିନରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ମହମ୍ମଦ ସିରାଜ ୧୫ ରନ୍‌ରେ ୬ ଖେଳାଳିଙ୍କୁ ଆଉଟ କରିବା ଫଳରେ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ଜବାବରେ ଭାରତ ୧୫୩ ରନ୍‌ରେ ସମସ୍ତ ଉଇକେଟ ହରାଇ ୯୮ ରନ୍‌ରେ ଆଗୁଆ ରହିଥିଲା। ମହମ୍ମଦ ସିରାଜଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଏବଂ ଡିନ୍‌ ଏଲ୍‌ଗାର ଓ ଯଶପ୍ରୀତ୍‌ ବୁମ୍‌ରାଙ୍କୁ ଯୁଗ୍ମ ଭାବରେ ପ୍ଲେୟର ଅଫ୍‌ ଦି ସିରିଜ୍‌ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ: ୫୫। ଭାରତ ପ୍ରଥମ ଇନିଂସ: ୧୫୩। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ: ୩୬.୫ ଓଭରରେ ୧୭୬/୧୦(ଏଡେନ୍‌ ମାରକ୍ରମ-୧୦୬, ଯଶପ୍ରୀତ୍‌ ବୁମରା-୬/୬୧, ମୁକେଶ କୁମାର-୨/୫୬, ମହମ୍ମଦ ସିରାଜ-୧/୩୧)। ଭାରତ ଦ୍ୱିତୀୟ ଇନିଂସ ୧୨ ଓଭରରେ ୮୦/୩(ଯଶସ୍ବୀ ଜୟସ୍ବାଲ-୨୮, ରୋହିତ ଶର୍ମା-୧୭*, କାଗିସୋ ରାବାଡା-୧/୩୪, ନାନ୍ଦ୍ରେ ବର୍ଗର-୧/୨୯, ମାର୍କୋ ଜାନସେନ୍‌-୧/୧୫)।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri