Posted inଜାତୀୟ

‘ମେ ତେନୁ ଫିର ମିଲାଙ୍ଗୀ’… ଆର ପାରିରେ ଅମ୍ରିତାଙ୍କ ଇମ୍ରୋଜ

ନୂଆଦିଲ୍ଲୀ,୨୨।୧୨: ଆଉ ନାହନ୍ତି ଅମ୍ରିତାଙ୍କ ଇମ୍ରୋଜ। ଶୁକ୍ରବାର ୯୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି ଇମ୍ରୋଜ ଓରଫ ଇନ୍ଦ୍ରଜିତ। ସେ ଜଣେ ଚିତ୍ରକାର ଥିଲେ। ହେଲେ ଅମ୍ରିତାଙ୍କ ପ୍ରେମ ତାଙ୍କୁ ସଜାଇଥିଲା କବି। ବଞ୍ଚିଥିବାବେଳେ ଅମ୍ରିତା-ଇମ୍ରୋଜଙ୍କ ପ୍ରେମ କେବେ ସଫଳ ହୋଇପାରି ନ ଥିଲା ହେଲେ ପ୍ରେମିକା ଅମ୍ରିତାଙ୍କ ମୃତ୍ୟୁ ହୋଇଯିବାର ୧୮ବର୍ଷ ପରେ ତାଙ୍କ ପାଖକୁ ଫେରିଯାଇଛନ୍ତି ଇମ୍ରୋଜ।

ମୁମ୍ବାଇ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଖ୍ୟାତାନାମା ଚିତ୍ରକର ଓ କବି ଇମ୍ରୋଜ । ଘନିଷ୍ଠ ବନ୍ଧୁ ଅମୀୟ କୁନୱାର ଏନେଇ ସୂଚନା ଦେଇଛନ୍ତି। ୧୯୨୬ ଜାନୁଆରୀ ୨୬ରେ ଅବିଭକ୍ତ ପଞ୍ଜାବର ଜନ୍ମଗ୍ରହଣ କରିଥିଲେ। ସେ ବିଭିନ୍ନ ଫିଲ୍ମ ପୋଷ୍ଟରରେ ରଙ୍ଗ ଭରିଥିଲେ। ନିଜ କାମ ବ୍ୟତିତ ଅମ୍ରିତା ଓ ତାଙ୍କ ପ୍ରେମ କାହାଣୀ ପାଇଁ ସେ ସବୁଠି ପରିଚିତ ହୋଇପାରିଥିଲେ। କୁହାଯାଏ କି, ଇନ୍ଦ୍ରଜିତ ଅମ୍ରିତାଙ୍କ କହିବାନୁସାରେ ନିଜ ନାଁକୁ ଇମ୍ରୋଜରେ ପରିବର୍ତ୍ତନ କରିଥିଲେ।

ଅମ୍ରିତାଙ୍କୁ ସେହି ସମମୟରେ ଯେପରି ଲୋକପ୍ରିୟ କବିୟତ୍ରୀ ଥିଲେ ସେହିପରି ଇମ୍ରୋଜ ଓ ଅମ୍ରିତାଙ୍କ ସମ୍ପର୍କ ମଧ୍ୟ ସେହି ସମୟରେ ଖୁବ୍‌ ଲେକପ୍ରିୟ ହୋଇଥିଲା। ଦୁହେଁ ପରସ୍ପରକୁ ଭଲ ପାଉଥିଲେ ସତ କିନ୍ତୁ ବିବାହ କରି ନ ଥିଲେ। ଅମ୍ରିତା, ଇମ୍ରୋଜଙ୍କ ଠାରୁ ୭ବର୍ଷ ବଡ ଥିଲେ। ଥରେ ଅମ୍ରିତା ତାଙ୍କର କବିତାରେ ଇମ୍ରୋଜଙ୍କ ପାଇଁ ଲେଖିଥିଲେ, ଜୀବନରେ କିଛି ଅଜଣା ସମ୍ପର୍କ ଜୀବନସାରା ରହିଯାଏ। ୨୦୦୫ରେ ଅମ୍ରିତାଙ୍କ ବିୟୋଗରେ ଇମ୍ରୋଜ ତାଙ୍କ ପାଇଁ ଏକ ବହି ଲେଖିଥିଲେ।

ଥରେ ଅମ୍ରିତା ଇମ୍ରୋଜଙ୍କୁ କହିଥିଲେ, ହେ ଅଜଣା ମଣିଷ, ତୁମେ ମୋତେ ଜୀବନର ସଂଧ୍ୟାରେ କାହିଁକି ଦେଖାହେଲ, ଦେଖା ହେବାର ଯଦି ଥିଲା ବୟସର ଅପରାହ୍ଣରେ ଦେଖା ହୋଇଥା’ନ୍ତ। ସମାଜର ରୀତି-ନୀତିକୁ ନେଇ ସେମାନେ କେବେ ବି ବିବାହ କରି ନ ଥିଲେ। କେଇଥର ଇମ୍ରୋଜଙ୍କ ସ୍କୁଟି ପଛରେ ବସି ଅମ୍ରିତା କିଛି ଲେଖୁଥିଲେ। ଅମ୍ରିତା ବହୁଥର ପିଠିରେ ସାହିରଙ୍କ ନାମ ଲେଖିଥିବା ଇମ୍ରୋଜ କହିଛନ୍ତି। କିନ୍ତୁ ଏସମ୍ପର୍କରେ ଇମ୍ରୋଜ କହିଛନ୍ତି, ଅମ୍ରିତା ସାହେରଙ୍କୁ ଚାହୁଁଛନ୍ତି ତ ଠିକ୍‌ ଅଛି, ହେଲେ ମୁଁ ତ ତାଙ୍କୁ ହିଁ ଭଲ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri