ସୁଡ଼ଙ୍ଗ ଉଦ୍ଧାର ଅଭିଯାନରେ ଟେକ୍ନୋଲୋଜିର ପ୍ରୟୋଗ

ଏଣ୍ଡୋସ୍କୋପିକ କ୍ୟାମେରା ଜରିଆରେ ଛବି ଉତ୍ତୋଳନ : ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିବା ଶ୍ରମିକମାନଙ୍କ ଛବି ଦୀର୍ଘ ୧୦ ଦିନ ପରେ ନଭେମ୍ବର ୨୧ ତାରିଖ ଦିନ ସାରା ଦୁନିଆ ପ୍ରଥମକରି ଏକ ଏଣ୍ଡୋସ୍କୋପିକ ବ୍ୟବସ୍ଥା ଜରିଆରେ ଦେଖିଥିଲା I ଏହି ବ୍ୟବସ୍ଥା ପ୍ରୟୋଗ କରି ସଧାରଣତଃ ଜଣେ ଡାକ୍ତର ରୋଗୀ ଶରୀର ମଧ୍ୟରେ ଏକ ନରମ ନଳୀ ପୂରାଇ ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗକୁ ଦେଖି ଯାଞ୍ଚ କରିଥାନ୍ତି I ନଳୀର ଅଗ୍ରଭାଗରେ ଏକ କ୍ୟାମେରା ଖଞ୍ଜାଯାଇଥାଏ, ଯାହା ସମ୍ମୁଖସ୍ଥ ବସ୍ତୁର ଫଟୋ ଗ୍ରହଣ କରି ଆଲୋକରଶ୍ମିକୁ ନଳୀ ଦେଇ ଡାକ୍ତରଙ୍କ ନିକଟକୁ ପ୍ରେରଣ କରେ। ନଳୀ ମଧ୍ୟରେ ଆଲୋକରଶ୍ମିର ସମ୍ପୂର୍ଣ୍ଣ ପ୍ରତିଫଳନ ଧର୍ମ ହେତୁ ନଳୀଟି ଆକୃତିରେ ବଙ୍କାଟଙ୍କା ହୋଇଥିଲେ ସୁଦ୍ଧା ଆଲୋକରଶ୍ମି ସର୍ବଦା ନଳୀ ମଧ୍ୟରେ ଗତିକରି ଡାକ୍ତରଙ୍କ ନିକଟରେ ପହଞ୍ଚିବାକୁ ସକ୍ଷମ ହୁଏ ଏବଂ ଡାକ୍ତର ପଦାରେ ଥାଇ ରୋଗୀ ଶରୀରର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗ ସ୍ପଷ୍ଟ ଦେଖିପାରନ୍ତି I ଏହି ନଳୀ ଅଗ୍ରଭାଗରେ ଏକ ଏଲ୍‌ଇଡି ବତି ସଂଲଗ୍ନ ଥାଏ; ଫଳରେ ଏହି ଉପକରଣ ଜରିଆରେ ଅନ୍ଧାରରେ ମଧ୍ୟ ଫଟୋ ଗ୍ରହଣ କରିହୁଏ। ଉତ୍ତରକାଶୀଠାରେ ଏହିପରି ଏକ ଏଣ୍ଡୋସ୍କୋପିକ ନଳୀକୁ ଖାଦ୍ୟପଦାର୍ଥ ପଠାଯିବା ପାଇଁ ଉଦ୍ଦିଷ୍ଟ ୬ ଇଞ୍ଚ ବ୍ୟାସର ପାଇପ ମଧ୍ୟରେ ପୂରାଯାଇ ଅଟକି ଥିବା ଶ୍ରମିକମାନଙ୍କର ଫଟୋ ଦେଖି ହେଉଥିଲା I
ରୋବଟର ସର୍ବେକ୍ଷଣ : ଏହି ଉଦ୍ଧାର ଅଭିଯାନରେ ରାଷ୍ଟ୍ରୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡି.ଆର୍‌.ଡି.ଓ.)ଙ୍କ ତରଫରୁ ଦୁଇଟି ରୋବଟକୁ ମଧ୍ୟ ଖୋଳା ଯାଉଥିବା ୮୦୦ ମି.ମି. ପାଇପ ମଧ୍ୟରେ କାର୍ଯ୍ୟରେ ଲଗା ଯାଇଥିଲା। ମନୁଷ୍ୟର ପହଞ୍ଚ ବାହାରେ ଥିବା ବିପଦସଙ୍କୁଳ ସ୍ଥାନରେ ପ୍ରବେଶ କରି ଆବଶ୍ୟକ କାର୍ଯ୍ୟ ସମ୍ପାଦନ କରିବା କୌଣସି ରୋବଟ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ I ଏହି ଦୁଇଟି ରୋବଟ ପାଇପ ମଧ୍ୟରେ ପ୍ରବେଶ କରି ନିଜର ସେନ୍‌ସର୍‌ ଓ କ୍ୟାମେରା ଜରିଆରେ ସୁଡ଼ଙ୍ଗ ମଧ୍ୟସ୍ଥ ଭୂମିରୂପର ସୂଚନା ପ୍ରଦାନ ତଥା ଖୋଳାଯିବା ସ୍ଥାନର ଚୟନ ଇତ୍ୟାଦି ସମ୍ପର୍କୀୟ ସମସ୍ତ ତଥ୍ୟ ଓ ଫଟୋଚିତ୍ର ସଂଗ୍ରହ ପୂର୍ବକ ବାହାରେ ଥିବା ବିଶେଷଜ୍ଞମାନଙ୍କ ନିକଟକୁ ନିୟମିତ ପ୍ରେରଣ କରୁଥିଲେ। ଫଳରେ ଉଦ୍ଧାରକାରୀ ଦଳକୁ ନିଜର ଆଗାମୀ କର୍ମପନ୍ଥା ନିରୂପଣ କରିବା ବେଶ୍‌ ସହଜସାଧ୍ୟ ହେଉଥିଲା I
ଡ୍ରୋନର ଉଡ୍ଡାଣ : ଖୋଳା ଯାଉଥିବା ସୁଡ଼ଙ୍ଗ ମଧ୍ୟରେ ଘଟୁଥିବା କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିବା ପାଇଁ ବେଙ୍ଗାଲୁରୁସ୍ଥିତ ସ୍କ୍ବାର୍ଡନ ଇନଫ୍ରା ମାଇନିଙ୍ଗ ପ୍ରାଇଭେଟ ଲିମିଟେଡ କମ୍ପାନୀଙ୍କ ତରଫରୁ ଏକ ଡ୍ରୋନର ପ୍ରୟୋଗ କରାଯାଇଥଲା I ଏହି ଡ୍ରୋନ ଖୋଳାଯାଉଥିବା ପାଇପ ମଧ୍ୟରେ ଉଡି ଉଡି ନିଜର ସେନସର୍‌ ଓ କ୍ୟାମେରା ଜରିଆରେ ପାଇପ ତଥା ମାଟି ଭିତରର ପରିସ୍ଥିତି ସମ୍ପର୍କରେ ବିଶେଷଜ୍ଞମାନଙ୍କୁ ଅବଗତ କରାଉଥିଲା I ଫଳରେ ଉଦ୍ଧାରକାରୀ ଦଳକୁ ନିଜର ଆଗାମୀ କର୍ମପନ୍ଥା ନିରୂପଣ କରିବା ସହଜସାଧ୍ୟ ହୋଇଥିଲା I ସାରା ଉଦ୍ଧାର କାର୍ଯ୍ୟରେ ଟେକ୍‌ନୋଲୋଜିର ଭରପୂର ପ୍ରୟୋଗ ହୋଇଥିଲେ ସୁଦ୍ଧା ଶେଷ ଚଉଦ, ପନ୍ଦର ମିଟର ଗର୍ତ୍ତ ମୂଷା ଗାତିଆମାନେ (Rat Miners) ହାତରେ ପାରମ୍ପରିକ ଉପକରଣ ଦ୍ୱାରା ଖୋଳି ଦୁର୍ଗତ ଶ୍ରମିକମାନଙ୍କ ପାଖରେ ପହଞ୍ଚି ଥିବାରୁ ଏ ମହା ଅଭିଯାନରେ ସେମାନଙ୍କ ଭୂମିକାକୁ ମଧ୍ୟ ଅସ୍ବୀକାର କରାଯାଇ ନ ପାରେ I

(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ,
ଏଜୁକେଶନ ଅଫିସର୍‌, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri