ଏଇ ଭାରତରେ

ହିନ୍ଦୁ ଶାସ୍ତ୍ର ‘ଗୀତା’ ଅନ୍ୟକୁ ଠିକ୍‌ ମାର୍ଗ ଦେଖାଇବା ଭଳି କୋଲକାତାର ଗୀତା ରାଓତ ମଧ୍ୟ ଅସହାୟ ଶିଶୁମାନଙ୍କୁ ଶିକ୍ଷାର ବାଟ ଦେଖାଉଛନ୍ତି। ସେ କୋଲକାତା ଷ୍ଟେଶନ ନିକଟରେ ରହୁଥିବା ଗରିବ ଅସହାୟ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦେବା ସହ ସେମାନଙ୍କ ପାଇଁ ଦିନକୁ ଦୁଇଓଳା ଖାଇବାର ବ୍ୟବସ୍ଥା କରିଛନ୍ତି। ଗୀତା ଏଭଳି ପିଲାମାନଙ୍କ ସହ ପିଲାଦିନରୁ ଜଡ଼ିତ। ସେ ଷ୍ଟେଶନ ଦେଇ ସ୍କୁଲକୁ ଯିବା ସମୟରେ ଭୋକରେ ଭିକ୍ଷା ମାଗୁଥିବା ପିଲାମାନଙ୍କୁ ଦେଖନ୍ତି। ସେ ସବୁଦିନ ସ୍କୁଲକୁ ନେଉଥିବା ଟିଫିନ ସେମାନଙ୍କୁ ଖାଇବାକୁ ଦେଉଥିଲେ। ଏପରିକି କୌଣସି ଦିନ ସେମାନଙ୍କୁ ଟିଫିନ ନ ଖୁଆଇଲେ ଦୁଃଖିତ ହେଉଥିଲେ। ସେବେଠାରୁ ସେମାନଙ୍କ ପାଇଁ କିଛି କରିବାର ସ୍ବପ୍ନ ଦେଖିଥିଲେ ଗୀତା। ସ୍କୁଲ ଶିକ୍ଷା ପରେ ସେ କୋଲକାତା ଷ୍ଟେଶନ ନିକଟରେ କେତେଜଣ ପିଲାଙ୍କୁ ମାଗଣାରେ ପଢ଼ାଇବା ଆରମ୍ଭ କଲେ। ଏହା ଦେଖି ତାଙ୍କ ନିକଟରେ ଅନେକ ଅଦସହାୟ ପିଲା ପହଞ୍ଚତ୍ଥିଲେ ଓ ସେ ସେମାନଙ୍କୁ ମଧ୍ୟ ପଢ଼ାଇବା ଆରମ୍ଭ କରିଦେଲେ। ଗୀତାଙ୍କ ଏହି କାର୍ଯ୍ୟ ଦେଖି କୋଲକାତାର ବ୍ୟବସାୟୀ କିଶୋର ଜୟସ୍ବାଲ ଏକ ଜାଗା ଦେଲେ ଓ ସେଠାରେ ସ୍କୁଲ ପ୍ରତିଷ୍ଠା ହେଲା। ପରେ ଦୁହିଁଙ୍କ ଉଦ୍ୟମରେ ସ୍କୁଲରେ ଏବେ ୧୫୦ ପିଲା ପଢୁଛନ୍ତି। ସେଠାରେ ପିଲାମାନେ ପଢ଼ିବା ସହ ଦୁଇ ବକତ ଖାଇବାକୁ ପାଉଛନ୍ତି। ଗୀତା ଏଥିପାଇଁ ଟିୟର୍ସ (ଟୁ ଏଡୁକେଟ ଆଣ୍ଡ୍‌ ରିଗେନ୍‌ ସ୍ମାଇଲ)ନାମକ ସଂସ୍ଥା ଖୋଲି ତା’ ମାଧ୍ୟମରେ ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri