Odisha Elections 2024

ପରିତ୍ୟକ୍ତ ଅବସ୍ଥାରେ ପୌର ପରିଷଦ ଶିଶୁ ଉଦ୍ୟାନ

ପଟ୍ଟାମୁଣ୍ଡାଇ,୧ା୧୨(କଳ୍ପତରୁ ନାୟକ):କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଲୋନିରେ ଥିବା ପୌରପରିଷଦ ଶିଶୁଉଦ୍ୟାନ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଓ ସୌନ୍ଦର୍ଯ୍ୟହୀନ ହୋଇ ପଡ଼ିରହିଛି। ପିଲାମାନଙ୍କ ମନୋରଞ୍ଜନ ପାଇଁ କରାଯାଇଥିବା ଶିଶୁ ଉଦ୍ୟାନ ପାର୍କ ଏବେ ସମ୍ପୂର୍ଣ୍ଣ ଅଚଳ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଖେଳ ଉପକରଣ ସବୁ ଭାଙ୍ଗି ଯାଇଛି। ଫଳରେ ପିଲାଙ୍କ ଜୀବନ ପ୍ରତି ବିପଦ ଦେଖାଯିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଫଳରେ ଯେଉଁ ଉଦ୍ଦେଶ୍ୟରେ ଏହା ନିର୍ମାଣ ହୋଇଥିଲା ତାହା ବିଫଳ ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଅଭିଭାବକ ଅଶୋକ ଲେଙ୍କା କହିଛନ୍ତି, ଶିଶୁମାନଙ୍କ ମନୋରଞ୍ଜନ ପାଇଁ ପୌର ପରିଷଦ ପକ୍ଷରୁ ଏହି ଶିଶୁ ଉଦ୍ୟାନ ୨୦୧୮ରେ ଉଦ୍‌ଘାଟନ କରାଯାଇଥିଲା। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପୌର ପରିଷଦ ହାତରେ ନ୍ୟସ୍ତ ଥିଲା। ମାତ୍ର ବର୍ଷବର୍ଷ ହେବ ଶିଶୁ ଉଦ୍ୟାନର କୌଣସି ମରାମତି କିମ୍ବା ଉନ୍ନତୀକରଣ କାର୍ଯ୍ୟ କରାଯାଇ ନ ଥିବାରୁ ଗୋଟିଏ ପରେ ଗୋଟିଏ ଉପକରଣ ଭାଙ୍ଗି ଚାଲିଛି। ଅବସ୍ଥା ଏଭଳି ହେଲାଣି କେତେକ ଉପକରଣ ମାଟିରେ ମିଶିବାକୁ ବସିଲାଣି। ପୌର କର୍ମଚାରୀଙ୍କ ରକ୍ଷଣାବେକ୍ଷଣ ଅଭାବରୁ ପାର୍କରେ ପିଲାଙ୍କ ପାଇଁ ଥିବା ଖେଳ ସାମଗ୍ରୀ, ଯୁବକଙ୍କ ପାଇଁ ଥିବା ମୁକ୍ତାକାଶ ବ୍ୟାୟାମ କେନ୍ଦ୍ର ଓ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ୱାଟର ଫାଉଣ୍ଟେନ ସବୁକିଛି ନଷ୍ଟ ହୋଇଯାଇଛି। କେବଳ ଲୁହା ଖୁଣ୍ଟ ଛିଡ଼ା ହୋଇଛି। ପୌରସଂସ୍ଥାର ବେପରୁଆ ମନୋଭାବ ଯୋଗୁ ଏହା ଏବେ ଶିରୀ ହରାଇଛି। କିଛି ମାସ ତଳେ ପୌର ପରିଷଦ ପକ୍ଷରୁ ଏହାର ଉନ୍ନତୀକରଣ ପାଇଁ ରଙ୍ଗ ଲେପା ଯାଇଥିଲା। ହେଲେ ଫଟା ଭଙ୍ଗା ଉପକରଣଗୁଡ଼ିକର ମରାମତି କରାଯାଇନାହଁି। ଏକଦା ଶିଶୁଙ୍କ ଧଁା ଦଉଡ଼, ହର୍ଷୋଲ୍ଲାସରେ ଫାଟି ପଡୁଥିବା ଏହି ପାର୍କ ପୌରସଂସ୍ଥାର ଅବହେଳା କାରଣରୁ ଶୂନ୍‌ଶାନ୍‌ ହୋଇପଡ଼ିଛି। ସାମାଜିକ କର୍ମୀ ପ୍ରବୀର ନାୟକ କହିଛନ୍ତି, ପୌର ପରିଷଦ କାର୍ଯ୍ୟାଳୟ ପାଖ ଅଫିସରମାନଙ୍କ କଲୋନି ଭିତରେ ଥିବା ସହରବାସୀ ପ୍ରଥମ ପସନ୍ଦର ଶିଶୁ ଉଦ୍ୟାନଟି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଉଜୁଡ଼ି ଗଲାଣି। ଏହି ଉଦ୍ୟାନ ଭିତରେ ଥିବା ୫ଟି ମୂଲ୍ୟବାନ ଶିଶୁ ଗଛକୁ କିଏ କାଟି ଚୋରି କରି ନେଇଛନ୍ତି। ୪ ମାସ ହେବ ଏକ ଶିଶୁ ଗଛ ଉଦ୍ୟାନ ଭିତରକୁ ଶୋଇରହିଛି। ଫଳରେ ଉଦ୍ୟାନର ଶୋଭା ଶ୍ରୀହୀନ ହୋଇପଡ଼ିଛି। ଏହି ଶିଶୁ ଉଦ୍ୟାନକୁ କାର୍ଯ୍ୟକ୍ଷମ କରାଯାଇପାରୁନାହିଁ କି ପିଲାଙ୍କ ମୁହଁରେ ହସ ଫୁଟାଇବା ଉଦ୍ୟମ ନାହିଁ। ପିଲାଙ୍କ ଖେଳିବା, ଅବସର ସମୟ କାଟିବା ପାଇଁ ଥିବା ଏହି ଶିଶୁ ଉଦ୍ୟାନ ଖଁା ଖଁା ହୋଇପଡ଼ିଛି। ବୁଦ୍ଧିଜୀବୀ ଅନନ୍ତ ଦାଶ କହିଛନ୍ତି, ଅପରାହ୍ନ ହେଉ କିମ୍ବା ରବିବାର ଛୁଟିଦିନରେ ଅଭିଭାବକମାନେ ପିଲାଙ୍କୁ ଧରି ସେଠାକୁ ଛୁଟି ଆସୁଥିଲେ। କିଏ ଦୋଳି ଖେଳୁଥିଲା ତ ଆଉ କିଏ ଖସଡ଼ାରେ ଖସୁଥିଲା। ଅଭିଭାବକମାନଙ୍କର ମଧ୍ୟ କିଛି ସମୟ ଅତିବାହିତ ହେଉଥିଲା। କିନ୍ତୁ ଦୋଳି, ଖସଡ଼ା ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ସେଗୁଡ଼ିକର ମରାମତି କରାଯାଉନାହିଁ। ଛୋଟ ପିଲା ଗଲେ ଖେଳି ନ ପାରି ନିରାଶ ହୋଇ ଫେରୁଛନ୍ତି। ଏପରିକି ଭଙ୍ଗା ସାମଗ୍ରୀ ପାଚେରି କଡ଼ରେ ଗଦା ହୋଇଛି। ଘାସ ଓ ଅଳିଆ ମଧ୍ୟ ପଡ଼ି ସ୍ଥାନ ପରିତ୍ୟକ୍ତ ହେଲାଣି। ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରପରିଷଦକୁ ପିଲାଙ୍କ ଖେଳିବା ଲାଗି ଏ ପର୍ଯ୍ୟନ୍ତ ଏକ ସୁନ୍ଦର ପାର୍କର ବ୍ୟବସ୍ଥା ଜୁଟିନି। ଏ ସମସ୍ତ ସମସ୍ୟା ସମ୍ପର୍କରେ ବିକାଶ ପରିଷଦ ପକ୍ଷରୁ ପ୍ରଶାସନ ନିକଟରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ନିଦା ବିଷ୍ଣୁ ହୋଇ ପୌର ପରିଷଦ ବସିରହିଛି। ଏ ସମ୍ପର୍କରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରିଙ୍କୁ ପଚାରିବାରେ ଏହାର ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସିବେ ଜେପି ନଡ୍ଡା, ଆସାମ-ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବରଗଡ଼,୧୫ା୫(ପ୍ରେମାନନ୍ଦ ଖମାରୀ): ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ପାଇଁ ଗୁରୁବାର ଭାଜପାର ୩ଜଣ ହେଭିଓ୍ବେଟ୍‌ ନେତା ବରଗଡ଼ ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ...

କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା, ୬ ମୃତ

କେନ୍ଦୁଝର,୧୫ା୫: ବୁଧବାର ଚମ୍ପୁଆ ଥାନା ରିମୁଳି ବାଇପାସ୍‌ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ସିରିଜ ଦୁର୍ଘଟଣାରେ ୫ ଜଣ ପ୍ରାଣ ହରାଇଛନ୍ତି। କେନ୍ଦୁଝରରୁ ବଡ଼ବିଲ କାର୍...

ଛେନାପଦୀରେ ବଦ୍ରି, ଧନୁର୍ଜୟ, ଅଭିମନ୍ୟୁଙ୍କ ଶକ୍ତି ପ୍ରଦର୍ଶନ

ହାଟଡିହୀ,୧୫ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦୀଠାରେ ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡିର ବରିଷ୍ଠ କର୍ମୀ ଏବଂ ଯୁବ ଗୋଷ୍ଠୀଙ୍କୁ ନେଇ ବୁଧବାର ସନ୍ଧ୍ୟାର...

ନିଜ ସପକ୍ଷରେ ଭୋଟ୍‌ ଦେବାକୁ ଭୋଟରଙ୍କୁ ନିବେଦନ କଲେ ଅଭିମନ୍ୟୁ

ହାଟଡିହୀ,୧୫ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସମଣା ପଞ୍ଚାୟତ ବରାଙ୍ଗଠାରେ ମହିଳା ବିଜେଡି କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି। ପ୍ରଥମେ ମହିଳାମାନେ ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ...

ଦୁବାଇ-ଇଟାଲୀକୁ ଆମ୍ବ ରପ୍ତାନି କଲା ଓଡ଼ିଶା

ଢେଙ୍କାନାଳ,୧୫ା୫: ଜିଲାରେ ଜଳବାୟୁ ଏବଂ ଜୈବିକ ପଦ୍ଧତି ଆମ୍ବ ଚାଷ ନିମନ୍ତେ ଅତ୍ୟନ୍ତ ଉପାଦେୟ ହେଉଥିବାରୁ ଏହାର ନିଆରା ସ୍ୱାଦ ପାଇଁ ଦେଶ, ରାଜ୍ୟ ଓ...

ଭୋଟରଙ୍କୁ ମନାଇବା ପାଇଁ ଚାଲିଛି ଜୋର୍‌ଦାର ପ୍ରୟାସ

ଦାରିଙ୍ଗବାଡ଼ି,୧୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ନିର୍ବାଚନ ପ୍ରଚାର ଚାଲିଛି। ଆସନ୍ତା ୨୦ରେ ସାଧାରଣ ନିର୍ବାଚନ...

ନବୀନଙ୍କ ଉପରେ ଖୁବ୍‌ ବର୍ଷିଲେ ଶାହା

ଭଞ୍ଜନଗର,୧୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାରେ ବୁଧବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ହୋଇଥଲା। ଏଥିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୁଖ୍ୟ...

କଟକରେ ଶାହାଙ୍କ ରୋଡ୍‌ ଶୋ’

କଟକ,୧୫ା୫: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri