ଗୋଆରେ ପ୍ରଶଂସା ସାଉଣ୍ଟିଲା ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’

କଲିଙ୍ଗନଗର,୧ା୧୨(ଶୁଭାଶିଷ ରାଉତ):ଦେବପ୍ରଭା ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ପ୍ରଥମ ଫିଚର୍‌ ଫିଲ୍ମ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ ଅନ୍ତର୍ଜାତୀୟ ଗୋଆ ଫିଲ୍ମ ଫେଷ୍ଟିଭାଲ ଫିଲ୍ମ ବଜାରରେ ସଫଳତା ସାଉଣ୍ଟିଛି। ପ୍ରାୟ ୫୦ ଦେଶରୁ ଆସିଥିବା ଜୁରି ମେମ୍ବର, ଡିଷ୍ଟ୍ରିବ୍ୟୁଟର, ପ୍ରଡ୍ୟୁସର ଏବଂ ନିର୍ଦ୍ଦେଶକମାନଙ୍କ ଗହଣରେ ଓଡ଼ିଶାର ଏକମାତ୍ର ଫିଚର୍‌ ଫିଲ୍ମ ଭାବେ ଏହି ଫିଲ୍ମର ପ୍ରିମିୟର ଶୋ’ କରାଯାଇଥିଲା। ସେମାନେ ଫିଲ୍ମଟିକୁ ଦେଖି ଉଚ୍ଚ ପ୍ରଶଂସା କରିଥିଲେ।
ଜଣେ ୧୦୪ ବର୍ଷୀୟ ବୃଦ୍ଧ ନନ୍ଦକିଶୋର ପୃଷ୍ଟି ନିଜର ଚାଟଶାଳୀ ମାଧ୍ୟମରେ କିପରି ୭୦ ବର୍ଷରୁ ଅଧିକ ସମୟ ଧରି ଛାତ୍ରୀଛାତ୍ରଙ୍କୁ ମାଗଣାରେ ଶିକ୍ଷାଦାନ କରିଛନ୍ତି, ତାଙ୍କରି ଜୀବନୀକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଛି। ଏହି ଶିକ୍ଷାଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ମିଳିଛି। ଫିଲ୍ମକୁ ସାମ୍ବାଦିକ ଅଭୟ ପତି ପ୍ରଯୋଜନା କରିଥିବାବେଳେ ଅନ୍ତର୍ଜାତୀୟସ୍ତରର ନିର୍ଦ୍ଦେଶକ ପ୍ରଣବ ଆଇଚ ନିର୍ଦ୍ଦେଶନାର ଭାର ସମ୍ଭାଳିଛନ୍ତି। ଅଭିନେତ୍ରୀ ନୈନା ଦାଶ ଏହାର ସହ ପ୍ରଯୋଜକ ଥିବାବେଳେ ଅସ୍ମିତା ପତି କାହାଣୀ ସଂଯୋଜନା କରିଛନ୍ତି। ଓଡ଼ିଶାର ଏକମାତ୍ର ଫିଲ୍ମ ଭାବେ ନ୍ୟାଶନାଲ ଫିଲ୍ମ ଲାଇବ୍ରେରି ଭିୟୁ ରୁମରେ ଏହା ସ୍ଥାନ ପାଇଛି। ଫିଲ୍ମ ପ୍ରିମିୟର ଶୋ’କୁ ଜମ ାର୍ନୀର ଲୀନା ଭୁର୍ମା, ଫିନଲାଣ୍ଡର ଲିକ୍କା ଭେକଲତ୍ତି, ବିନୟ ଉମାପତି, ଓଡ଼ିଶାର ହିମାଂଶୁ ଖଟୁଆ ଓ ଜିତେନ୍ଦ୍ର ମିଶ୍ର ପ୍ରମୁଖ ଦେଖିବା ସହ ଏହାର ଉଚ୍ଚ ପ୍ରଶଂସା କରିଥିଲେ। ଡିସେମ୍ବରରେ କଲିକତାରେ ହେବାକୁ ଥିବା ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ସେରିମନିରେ ଏହାକୁ ଅଫିସିଆଲ ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି। ପ୍ରଥମଥର ପାଇଁ ଓଡ଼ିଶାରେ ଶିକ୍ଷା ଉପରେ ହୋଇଥିବା ଫିଲ୍ମ ଅନ୍ତର୍ଜାତୀୟସ୍ତରର ଏପରି ସଫଳତା ପାଇଥିବାରୁ ସବୁ ମହଲରେ ଏହାକୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

୨୦୨୬ରେ ଘଟିବାକୁ ଯାଉଛି ଏମିତି, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଜାଣିଲେ…

ନୂଆଦିଲ୍ଲୀ,୨୨।୧୨: ୨୦୨୫ ବର୍ଷ ଧୀରେ ଧୀରେ ଶେଷ ହେବାକୁ ଯାଉଛି, ଏବଂ ଲୋକମାନେ ନୂତନ ବର୍ଷ ୨୦୨୬କୁ ସ୍ବାଗତ କରିବାକୁ ଉତ୍ସାହିତ। ଦେଶ ଏବଂ ବିଶ୍ୱ...

ବାଂଲାଦେଶରେ ହାଦିଙ୍କ ପରେ ଏବେ ସିକଦରଙ୍କୁ ହତ୍ୟା, ମୁଣ୍ଡରେ ଗୁଳି ମାରି…

ନୂଆଦିଲ୍ଲୀ,୨୨।୧୨:  ବାଂଲାଦେଶରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ହତ୍ୟାର ଘଟଣା ଜାରି ରହିଛି ।ଇକବାଲ ଫୋରମର ଓସମାନ ହାଦିଙ୍କ ପରେ ଅପରାଧୀମାନେ ଏବେ ଖୁଲନାରେ ମୋତାଲେବ...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ପାଟଣାଗଡ଼,୨୨।୧୨: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ପାର୍ଲିମାଲ ଗାଁରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ୱୃତ୍ତମାନେ...

Moscow Bomb Blast: ଭ୍ଲାଦିମିର ପୁଟିନଙ୍କୁ ବଡ଼ ଝଟକା! ମସ୍କୋ କାର ବୋମା ବିସ୍ଫୋରଣରେ ରୁଷିଆ ଜେନେରାଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏକ ବଡ଼ ଝଟକା ଲାଗିଛି। ଭ୍ଲାଦିମିର ପୁଟିନଙ୍କ ସେନାର ଅପରେସନାଲ୍ ଟ୍ରେନିଂ ବିଭାଗର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫାନିଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri