ବୃଦ୍ଧା ମା’ ସାଜିଛି ଦୃଷ୍ଟିହୀନ ପୁଅର ସାହାରା, ଭିକ୍ଷାବୃତ୍ତି କରି ପୋଷୁଛନ୍ତି ପେଟ

ଯାଜପୁର ଟାଉନ,୧୧।୮(ଡିଏନଏ)- ଅନେକ ସ୍ଥାନରେ ପୁଅ ବୃଦ୍ଧ ମା’ବାପାଙ୍କୁ ନ ପଚାରିବା ଓ ଘରୁ ତଡ଼ି ଦେଉଥିବା ଭଳି ଘଟଣା ପ୍ରତିଦିନ କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି। ମାତ୍ର ଯଦି ସନ୍ତାନ ଅସହାୟ ଥାଏ, ସେଠାରେ ନିଜ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସନ୍ତାନ ସନ୍ତତିଙ୍କ ସାହାରା ପାଲଟିଥାନ୍ତି ମା’ବାପା। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲା ଦଶରଥପୁର ବ୍ଲକରେ। ଏହି ବ୍ଲକ ଅନ୍ତର୍ଗତ ତରେଇ ସାହିର ଜଣେ ୮୦ ବର୍ଷୀୟ ବୃଦ୍ଧା ମା’ ନିଜ ଦୃଷ୍ଟିହୀନ ପୁଅର ସାହାରା ପାଲଟିଛନ୍ତି। ବୃଦ୍ଧା ଜଣକ ହେଉଛନ୍ତି ଜାନୁ ଖଟୁଆ (୮୦)। ଯେଉଁ ବୟସରେ ସେ ଅନ୍ୟର ସାହାରା ଲୋଡ଼ିବା କଥା, ସେଭଳି ସ୍ଥିତିରେ ସେ ନିଜେ ପୁଅ ଅମର ଖଟୁଆ (୫୨)ଙ୍କ ସାହାରା ପାଲଟିଛନ୍ତି। ବୟସର ଅପରାହ୍ନରେ ଥକି ଯାଇନି ତାଙ୍କ ପାଦ। ପ୍ରତ୍ୟେକ ଦିନ ଯାଜପୁର ସହରକୁ ଆସି ବୃଦ୍ଧା ମା’ ଓ ଦୃଷ୍ଟିହୀନ ପୁଅ ଲୋକଙ୍କଠାରୁ ଭିକ୍ଷା ମାଗି ପରିବାର ପ୍ରତିପୋଷଣ କରୁଛନ୍ତି। ଅମର ଖଟୁଆ ପୂର୍ବରୁ ମାଛ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଆସୁଥିଲେ। ହଠାତ୍‌ ୨୦୦୫ରେ ତାଙ୍କ ଆଖି ଖରାପ ହେବାକୁ ଲାଗିଲା। ଅନେକ ଚିକିତ୍ସା ପରେ ତାଙ୍କର ୨ଟି ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାରୁ ସେ ଏବେ ଦୃଷ୍ଟିହୀନ ପାଲଟି ଯାଇଛନ୍ତି। ଅମରଙ୍କ ପରିବାରରେ ୬ଜଣ କୁଟୁମ୍ବ ଥିବାବେଳେ ସ୍ତ୍ରୀ, ୨ଟି ବଡ଼ ଝିଅ ଓ ଗୋଟିଏ ୧୦ବର୍ଷର ପୁଅ ଅଛି। ୨୦୧୦ରେ ଅମରଙ୍କ ବାପା ଗୋକୁଳାନନ୍ଦ ମୃତ୍ୟୁବରଣ କରିବା ପରେ ପରିବାର ପ୍ରତିପୋଷଣ କରିବା ପାଇଁ କୌଣସି ପନ୍ଥା ନ ଥିଲା। ଅମରଙ୍କ ପରିବାରକୁ ବ୍ଲକ ପ୍ରଶାସନ ପକ୍ଷରୁ ମାସିକ ୫ଶହ ଟଙ୍କା ଭତ୍ତା ଓ ଚାଉଳ ମିଳୁଥିବାବେଳେ ବୃଦ୍ଧା ମା’କୁ ୫ଶହ ଟଙ୍କା ଭତ୍ତା ମିଳୁଛି। ମାତ୍ର ଏତିକିରେ ପରିବାର ପ୍ରତିପୋଷଣ କରିବା ସମ୍ଭବପର ହେଉନାହିଁ। ଦୈନିକ ଭିକ୍ଷାବୃତ୍ତି କରି ୧ଶହରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ନିଜ ପରିବାରକୁ ଦାନା ଯୋଗାଇଥାନ୍ତି। ବୃଦ୍ଧା ମା’ ବ୍ଲକକୁ ବାରମ୍ବାର ଦୌଡି ଚଳିତ ବର୍ଷ ତାଙ୍କୁ ପ୍ରଶାସନ ପକ୍ଷରୁ ଏକ ଇନ୍ଦିରାଆବାସ ଯୋଗାଇ ଦିଆଯାଇଛି। ଏବେ ବୃଦ୍ଧା ମା’ ତାଙ୍କ ନାତୁଣୀଙ୍କ ବାହାଘର ପାଇଁ ଜିଲାପାଳଙ୍କୁ ନିବେଦନ କରିବା ପାଇଁ ଆସୁଥିଲେ ହେଁ ଏଯାବତ୍‌ ଦେଖା କରିପାରି ନାହାନ୍ତି। ସହରର ଦୋକାନ ଦୋକାନ ବୁଲି ମା’ ପୁଅ ଭିକ୍ଷା ସଂଗ୍ରହ କରି ଘରକୁ ଫେରିଥାନ୍ତି। ମାତ୍ର ସେମାନେ ଅନେକ ସମୟରେ ଭିକ୍ଷା ପାଇଁ ଆସିପାରୁ ନ ଥିବା ମଧ୍ୟ କହିଛନ୍ତି। ସେମାନଙ୍କୁ ପ୍ରଶାସନ ତରଫରୁ କିଛି ସହାୟତା ମିଳି ପାରିଲେ ଏହି ପରିବାର ଭଲରେ ଚଳି ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri