Odisha Elections 2024

କୃଷି ଯୋଜନାରୁ ଫାଇଦା ନେବେ ଶିଳ୍ପପତି

ଯାଜପୁର,୩୦ା୧୧(ହର୍ଷବର୍ଦ୍ଧନ ବେହେରା) : ଦୀର୍ଘ ଦୁଇ ଦଶନ୍ଧି ସମୟର ଅପେକ୍ଷା ପରେ ପ୍ରଧାନମନ୍ତ୍ରୀ କୃଷି ସେଚ ଯୋଜନାରେ ଶେଷ ହେବାକୁ ଯାଉଥିବା କାନପୁର ଜଳସେଚନ ପ୍ରକଳ୍ପରେ ବଳକା ପାଣି ନାହିଁ। ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ୱାରା ଗଠିତ ବିଶେଷଜ୍ଞ କମିଟିର ରିପୋର୍ଟରେ ଏହା ସ୍ପଷ୍ଟ ହୋଇ ସାରିଛି। ତଥାପି ଏହି ପ୍ରକଳ୍ପ ପାଣିରେ ବର୍ଷର ୭ ମାସ ଧରି ୫ଟି ଶିଳ୍ପ କମ୍ପାନୀର ସ୍ଲରି ପାଇପ୍‌ ଲାଇନ ଚଳାଇବାକୁ ନିଶ୍ଚିତ ଜଳଯୋଗାଣ ପାଇଁ ଓଡ଼ିଶା ସରକାର ରାଜିନାମା କରିଛନ୍ତି । ସେଥିମଧ୍ୟରୁ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିଃ ଦ୍ୱାରା ସ୍ଲରି ପାଇପ୍‌ ଲାଇନ ଯୋଗେ ଯୋଡ଼ା/କୋଇଡାଠାରୁ ଯାଜପୁର ଜିଲା ଦେଇ ପାରାଦୀପକୁ ବାର୍ଷିକ ୩୦ ମେଟ୍ରିକ ଟନ୍‌ ଖଣିଜ ପ୍ରଦାର୍ଥ ପରିବହନ ହେବ। ଏଥିପାଇଁ କାନପୁରର ପ୍ରକଳ୍ପରୁ ୩୯ କ୍ୟୁସେକ ପାଣି ବ୍ୟବହାର କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୩୨୯୫୮/୨୮ା୧୧ା୨୦୨୩ରେ ଚୂଡ଼ାନ୍ତ ମଞ୍ଜୁରି ମିଳି ସାରିଛି। ଏହାଦ୍ୱାରା କୃଷକଙ୍କ ନାମରେ ପ୍ରଣୀତ ଯୋଜନାରେ ଶିଳ୍ପ କମ୍ପାନୀ ଲାଭବାନ ହେଉଥିବାବେଳେ ଚାଷୀ ସର୍ବାଧିକ କ୍ଷତିଗ୍ରସ୍ତ ହେବେ । ଏଥିପାଇଁ କାନପୁର ଡ୍ୟାମ୍‌ରୁ ଶିଳ୍ପକୁ ଜଳଯୋଗାଣ ବିରୋଧରେ ଚାଷୀଙ୍କ ମେଳି ବାନ୍ଧିବାରେ ଲାଗିଛି ବୋଲି ସୂଚନା ମିଳିଛି।
ବୈତରଣୀ ନଦୀରେ କାନପୁର ଜଳସେଚନ ପ୍ରକଳ୍ପ ୨୦୦୩-୦୪ରେ ପରିକଳ୍ପନା କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ୨୩୦୧.୨୮ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏହାସହ ପ୍ରଧାନମନ୍ତ୍ରୀ କୃଷି ସେଚ ଯୋଜନାରେ ୨୦୧୬ରୁ ମଞ୍ଜୁର ହୋଇଥିବା ୧୦୯୨.୮୮୨ କୋଟି ଟଙ୍କାରୁ ପ୍ରାୟ ୭୦୦ କୋଟି ଖର୍ଚ୍ଚ କରାଯାଇଛି। ବୈତରଣୀ ନଦୀରେ ଏହି ପ୍ରକଳ୍ପର ଲମ୍ବ ୩.୪୬୦ କିମି ଏବଂ ଉଚ୍ଚତା ୩୯.୫୦ ମିଟର ରହିଛି। ଏଥିରେ ମୁଖ୍ୟ କେନାଲର ଲମ୍ବ ୭୮.୨୧ କିମି ରହିଥିବାବେଳେ ୭ଟି ଡିଷ୍ଟ୍ରିବ୍ୟୁଟାରୀ ରହିଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ୪୭,୭୦୯ ହେକ୍ଟର ଜମିରେ ଜଳସେଚନ ହୋଇ ପାରିବ ବୋଲି ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପରେ ସମୁଦାୟ ୪,୪୩୪ ବିସ୍ଥାପିତଙ୍କ ମଧ୍ୟରୁ ୩,୯୩୩ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅଞ୍ଚଳର ଚାଷୀଙ୍କ ସାମୁହିକ ସ୍ବାର୍ଥ ପାଇଁ ଲୋକେ ଏଭଳି ଭାବେ ବହୁ ତ୍ୟାଗ କରିଛନ୍ତି। ହେଲେ ଏହି ପ୍ରକଳ୍ପରୁ ଶିଳ୍ପକୁ ଜଳଯୋଗାଣ କରିବାକୁ ନିଷ୍ପତ୍ତି ହୋଇଥିବାରୁ ଚାଷୀ ରବି ଚାଷ କରିବାରୁ ବଞ୍ଚିତ ହେବେ ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଜଳ ସମ୍ପଦ ବିଭାଗ ପକ୍ଷରୁ ଜେଏସ୍‌ଡବ୍ଲ୍ୟୁକୁ ଦେଇଥିବା ସର୍ତ୍ତ ଅନୁସାରେ ବର୍ଷର ଜୁଲାଇରୁ ଜାନୁୟାରୀ ପର୍ଯ୍ୟନ୍ତ ସ୍ଲରି ପାଇପ୍‌ ଲାଇନ ପାଇଁ ପାଣି ଉତ୍ତୋଳନ କରି ପାରିବ। ଅନ୍ୟ ସମୟରେ କମ୍ପାନୀ ଏକ ଜଳଉତ୍ସ ନିର୍ମାଣ କରି ଚାହିଦା ମେଣ୍ଟାଇ ପାରିବ। ଏଭଳି ବିଭିନ୍ନ ୩୬ ଦଫା ସର୍ତ୍ତ ପାଳନ କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ କମ୍ପାନୀକୁ ନିର୍ଦ୍ଦେଶ ହୋଇଛି। ଏଥିରୁ ଚାଷୀ ଓ ଚାଷ ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟିଭଙ୍ଗୀ ପ୍ରମାଣିତ ହେଉଛି ବୋଲି ଚର୍ଚ୍ଚା ହେଉଛି। ବିଧାନସଭାରେ ଚାଷୀଙ୍କ ପ୍ରସଙ୍ଗ ନେଇ ଦୃଢ ଭାବେ ଛିଡା ହେବାକୁ ବିରୋଧି ଦଳ ବିଧାୟକମାନେ ତତ୍ପର ରହିଥାନ୍ତି। କିନ୍ତୁ ଏହି କାନପୁର ପ୍ରକଳ୍ପରୁ ଶିଳ୍ପକୁ ଜଳଯୋଗାଣ ପ୍ରସଙ୍ଗ ନେଇ କୌଣସି ବିଧାୟକ ମୁହଁ ଖୋଳୁ ନାହାନ୍ତି କାହିଁକି ବୋଲି ଚାଷୀନେତାମାନେ ପ୍ରଶ୍ନ କରିଛନ୍ତି। ଶିଳ୍ପଦ୍ୱାରା ଓଡ଼ିଶା ଲୋକେ ଲାଭବାନ ହୋଇନାହାନ୍ତି, ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଥିବାବେଳେ ବାହାର ଲୋକଙ୍କୁ ସବୁକ୍ଷେତ୍ରରେ ଗୁରୁତ୍ୱ ଦିଆଯାଉଛି। ଖାଲି ଶିଳ୍ପପତିଙ୍କୁ ପୋଷିବା କାର୍ଯ୍ୟ ହେଉଛି । ଶିଳ୍ପପତି ତାଙ୍କ ପାଇଁ ବିକଳ୍ପ ପାଣି ବ୍ୟବସ୍ଥା କରନ୍ତୁ ବୋଲି କେତେକ ଚାଷୀ ଦାବି କରିଛନ୍ତି। ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ଉଦ୍ଦିଷ୍ଟ କାନପୁର ଜଳଭଣ୍ଡାର ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସରକାର ଯନତ୍ବାନ ହେବେ ବୋଲି ଚାଷୀମାନେ ଆଶାବ୍ୟକ୍ତ କରିଛନ୍ତି। ଚାଷୀମାନଙ୍କ ପକ୍ଷରୁ ନବ ନିର୍ମାଣ କୃଷକ ସଙ୍ଗଠନର ସହ ସଂଯୋଜକ ନିମାଇଁ ଚରଣ ରାୟ କୁହନ୍ତି, ଚାଷୀଙ୍କ ନାମରେ ବଜେଟ୍‌ କରାଯାଇ ଶିଳ୍ପପତିଙ୍କୁ ପୋଷା ଚାଲିଛି। ଏଥିରେ ଚାଷୀମାନେ ବଳି ପଡୁଛନ୍ତି। ଚାଷୀଙ୍କ ସ୍ବାର୍ଥ ପାଇଁ ସରକାର ଆଦୌ ଚିନ୍ତା କରୁନାହାନ୍ତି। ତେଣୁ ସରକାର କାନପୁର ଜଳସେଚନ ପ୍ରକଳ୍ପରୁ ଶିଳ୍ପକୁ ଜଳଯୋଗାଣ ପ୍ରସଙ୍ଗରୁ ବିଚ୍ୟୁତ ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ପାଣ୍ଡିଆନ୍‌ଙ୍କୁ ତାମିଲନାଡୁ ପଠାଇବାକୁ ଅପିଲ୍ କଲେ ହିମନ୍ତ ବିଶ୍ବଶର୍ମା, ଟିକେଟ୍ କାଟିଲା ଭାଜପା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଜାରି ରହିଥିଲା ବେଳେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ବିଜେଡି ବରିଷ୍ଠ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri