ଭାରରେ ଆଣିବାବେଳେ ଅଧା ବାଟରେ ପ୍ରସବ

ଦଶମନ୍ତପୁର,୨୬।୧୧ (ଅରବିନ୍ଦ ନାୟକ )କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତ ଅଧିନରେ ଥିବା ଲୋରେଶ ଗ୍ରାମରେ ଶନିବାର ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ଗୁପ୍ତ ସାଉଁନ୍ତାଙ୍କ ସ୍ତ୍ରୀ ଦୀପ ସାଉଁନ୍ତାଙ୍କ ଶୁକ୍ରବାର ରାତିରେ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ପାଇଁ ଫୋନ କରିଥିଲେ। ହେଲେ ଦଶମନ୍ତପୁର ଗାଁର ଚତୁଃପାର୍ଶ୍ୱରେ ବିରିମାଳି ଓ ପଟ୍ରିମାଳି ପାହାଡ଼ ଘେରି ଗାଁକୁ ପକ୍କା ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିପାରି ନ ଥିଲା। ଫଳରେ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଶନିବାର ସକାଳେ ଖଟିଆ କରି ଗର୍ଭବତୀଙ୍କୁ ନେବାବେଳେ ଅଧାବାଟରେ ସେ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ସେଠାରେ ବହୁ ସମୟ ବିଶ୍ରାମ ନେବା ପରେ ମା’ ଓ ନବଜାତକକୁ ଖଟିଆରେ ବୋହି ମରିଚଗୁଡ଼ା ଗାଁ ଦେଇ ୩ ଫୁଟ ଜଳରେ ପ୍ରବାହିତ ହେଉଥିବା ଅନ୍ଧାରୀ ନଦୀ ପାର କରାଇଥିଲେ। ୧୦୮ ଆମ୍ବୁଲାନ୍ସ ନ ଆସିବାରୁ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ନଦୀ ଆରପାରୀରୁ ଆଣି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଲୋରେଶ ଗ୍ରାମରୁ ମରିଚଗୁଡ଼ା ଛକ ପ୍ରାୟ ୪ କିମି ଦୂର ପାହାଡିଆ ରାସ୍ତାର ଅବସ୍ଥା ଶୋଚନୀୟ। ପାହାଡ଼ିଆ ଜଙ୍ଗଲ ରାସ୍ତା ଭୟରେ ଦୀପ ସାଉଁନ୍ତାଙ୍କୁ ରାତିରେ ଚିକିତ୍ସାଳୟକୁ ଆଣି ପାରି ନ ଥିଲେ। ଶନିବାର ସକାଳୁ ସ୍ଥାନୀୟ ସରପଞ୍ଚ ନବୀନ ମୁଦୁଲିଙ୍କ ସହଯୋଗରେ ଗାଁର ସେମନ କୁଲିଶିକା ଓ ରଞ୍ଜନ ମିଣିଆକା ଗର୍ଭବତୀଙ୍କୁ ଖଟିଆରେ ବୋହି କୁସୁମ ଘାଟି ଦେଇ ଆସୁଥିଲେ। ଗାଁଠାରୁ ପ୍ରାୟ ୨ କିମି ଦୂର ସକାଳ ପ୍ରାୟ ୯ଟା ୨୫ରେ ବିରିଆମ୍ବ ଝୋଲା ଜଙ୍ଗଲ ତଳେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ସେଠାରୁ ମା’ ଓ ନବଜାତ ଶିଶୁଙ୍କୁ ନଦୀ ପାର କରି ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲା।
ମରିଚଗୁଡ଼ା ଗାଁ ଛକଠାରୁ ଲୋରେସ ଗ୍ରାମକୁ ସଂଯୋଗ କରୁଥିବା ୪ କିମି ଦୂର ଯାଏ ରାସ୍ତା ନ ଥିବାରୁ ଦୀର୍ଘ ୧ ବର୍ଷ ପୂର୍ବେ ସଂପୃକ୍ତ ଗ୍ରାମର କାଳିଆ ଜାନୀଙ୍କ ସ୍ତ୍ରୀ ଚବି ମଧ୍ୟ କସୁମ ଡଙ୍ଗର ତଳେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ଲୋରେସ ଗ୍ରାମରେ ୩୭ ପରିବାର ବସବାସ କରୁଥିବା ବେଳେ ଗାଁକୁ ରାସ୍ତା ନ ଥିବାରୁ ସେମାନେ ବହୁ ହଇରାଣ ହେଉଥିବା ସାଧବ ମିଣିଆକା, କସାଇ ସାଉଁନ୍ତା, ଧନୁର୍ଜୟ କମାର, ଇସୁଦା ସାଉଁନ୍ତା, ପ୍ରତାପ ସାଉଁନ୍ତା ପ୍ରମୁଖ କହିଛନ୍ତି। ରାସ୍ତା ନିର୍ମାଣ ନେଇ ଅନେକ ଥର ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲାପାଳ ଏବଂ ଜନ ପ୍ରତିନିଧିଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଏଭଳି ରୋଗୀ ଏବଂ ଗର୍ଭବତୀଙ୍କୁ ଖଟିଆରେ ବୋହି ଆଣିବା ସମୟରେ କାହାର ମୃତ୍ୟୁ ଘଟିବା ପରେ ହିଁ ପ୍ରଶାସନର କଣ ଆଖି ଖୋଲିବ କି ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ଧାରୀ ନଦୀରେ ପୋଲ ଏବଂ ମରିଚଗୁଡ଼ା ଗାଁ ଛକଠାରୁ ପ୍ରାୟ ୪ କିମି ଦୂର ନୂତନ ରାସ୍ତା ନିର୍ମାଣ କରା ନ ଗଲେ ଆମେ ପୁଣି ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲୋ ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri