୨ ବର୍ଷ ଗଲାନି,କାନ୍ଥ ଫାଟି ଆଁ

ଯାଜପୁର,୨୦ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ପୂର୍ତ୍ତ ବିଭାଗରେ ବିନା ଟେଣ୍ଡରରେ ଶତାଧିକ ପ୍ରକଳ୍ପ ଅନୁଗତ ଠିକାଦାରମାନଙ୍କ ହାତକୁ ଟେକି ଦିଆଯାଇଛି। ସରକାରଙ୍କ ନିର୍ଦ୍ଦେଶନାମାକୁ ଖୋଲାଖୋଲି ଉଲ୍ଲଂଘନ କରି ଏହି ବିଭାଗ ଏଫ୍‌-ଟୁ ଆଳରେ ଅନେକ କୋଟି ଟଙ୍କା ହରିଲୁଟ କରିଥିବା ଅଭିଯୋଗ ହୋଇଛି। ଯାହାର ଏକ ସଦ୍ୟ ଉଦାହରଣ ଷଠିପୁର ଠାରୁ ଯାଜପୁର ସହରର ପ୍ରବେଶ ପଥ ରାସ୍ତା ବାମପାର୍ଶ୍ୱରେ ନିର୍ମାଣ ହୋଇଥିବା ସୁରକ୍ଷା କାନ୍ଥକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି। ପ୍ରାୟ ଅଢେଇ କୋଟି ଟଙ୍କାର ଅନୁଦାନକୁ ୪୯ଟି ଏଫ୍‌-ଟୁ କରି ଠିକାଦାରମାନଙ୍କୁ ସନ୍ତୁଷ୍ଟ କରାଯାଇଛି। ଏହି ପ୍ରକଳ୍ପଗୁଡିକ କାର୍ଯ୍ୟ ଏତେ ନିମ୍ନମାନର ହୋଇଛି ଯେ, ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବା ସହ ସୁରକ୍ଷା କାନ୍ଥଟି ରାସ୍ତାକଡ଼କୁ ନଇଁ ପଥଚାରୀଙ୍କ ପାଇଁ ବିପଦସଙ୍କୁଳ ଅବସ୍ଥାରେ ରହିଛି। କେତେବେଳେ ଯେ ଏହି କାନ୍ଥ ଭୁଶୁଡ଼ି ପଡି ଲୋକଙ୍କ ଧନଜୀବନ ହାନୀ କରିବ ତାହା କହିବା କଷ୍ଟକର ହୋଇଛି। ଏଥିରେ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରମାନେ ମିଳିମିଶି ନିରୀକ୍ଷଣକାରୀ ଅଧିକାରୀଙ୍କୁ ମୋଟା ଅଙ୍କର ପରସେଣ୍ଟେଜ(ପିସି) ଦେଇ ମୋଟ ଅନୁଦାନର ସିଂହଭାଗ ଚଳୁ କରିଥିବା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ଗୋଟିଏ ପ୍ରକଳ୍ପର ପରିମାଣ ୫ ଲକ୍ଷ ଟଙ୍କାରୁ ଅଧିକ ହେଲେ ଅନ୍‌ଲାଇନ ଟେଣ୍ଡର କରି ଠିକାଦାରଙ୍କଠାରୁ ଫି ବାବଦରେ ସରକାର ବିପୁଳ ଟଙ୍କାର ରାଜସ୍ବ ପାଇଥାନ୍ତି। କିନ୍ତୁ ଯାଜପୁର ଜିଲାର ପୂର୍ତ୍ତ ବିଭାଗର କେତେଜଣ ଦୁର୍ନୀତିଖୋର ଉଚ୍ଚ କର୍ତ୍ତୃପକ୍ଷ ଏଭଳି ରାଜସ୍ବକୁ ଫାଙ୍କି ଦେଉଥିବାବେଳେ ଠିକାଦାର ଓ ଯନ୍ତ୍ରୀ ଗୁପ୍ତ ଟେଣ୍ଡର କରି ବେଶ୍‌ ମାଲାମାଲ୍‌ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ବିଶେଷ କରି ଯାଜପୁର, ଚଣ୍ଡିଖୋଲ ଓ ବିଞ୍ଝାରପୁର ଉପଖଣ୍ଡରେ ଅନେକ କୋଟି ଟଙ୍କାର ପ୍ରକଳ୍ପକୁ ଶତାଧିକ ଏଫ୍‌-ଟୁ କରାଯାଇ ହରିଲୁଟ କରାଯାଇଥିବା ଅଭିଯୋଗ ହେଉଛି। ସରକାରୀ ଗାଇଡ୍‌ ଲାଇନ ଅନୁଯାୟୀ ୫ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ର୍ ପ୍ରକଳ୍ପରେ ଟେଣ୍ଡର ଜରିଆରେ ଠିକା ଦେବା କଥା। ହେଲେ ଜିଲାର ଏକାଧିକ ପ୍ରକଳ୍ପରେ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ ହେଉଥିବା ବେଳେ ଟେଣ୍ଡର ନ କରି ନିଜ ଅନୁଗତ ଠିକାଦାରମାନଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଯାଜପୁର ମୁଖ୍ୟ କେନାଲ ପାର୍ଶ୍ୱରେ ଚେକ୍‌ଗେଟ୍‌ ଠାରୁ ମୋକେଇପୁର ପର୍ଯ୍ୟନ୍ତ ପ୍ରାୟ ଅଢେଇ କିମି ଲମ୍ବର ଏକ କାନ୍ଥ ୨ ବର୍ଷ ତଳେ ନିର୍ମାଣ ହୋଇଛି। କିନ୍ତୁ ଏହି ପ୍ରକଳ୍ପ ନିର୍ମାଣର ୨ବର୍ଷ ନ ପୂରୁଣୁ ବଡବଡ ଫାଟ ସୃଷ୍ଟି ହୋଇଛି । ଏପରି କି କେତେକ ସ୍ଥାନରେ କାନ୍ଥ ରାସ୍ତା କଡକୁ ନଇଁ ପଡିଛି। ଯାହାକି ଲଗାଣ ବର୍ଷା ହେଲେ ଭୁଶୁଡି ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏହି କାନ୍ଥ କଣ ପାଇଁ କେଉଁ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିଲା ତାହା ସହରବାସୀ ଏଯାଏ ଜାଣି ପାରିନାହାନ୍ତି। ଯଦି ସହର ପ୍ରବେଶ ପଥରେ ଏଭଳି ନିମ୍ନମାନର କାମ ଦେଖିବାକୁ ମିଳୁଛି ତେବେ ସହର ଭିତରେ ନିର୍ମାଣାଧୀନ ଏକାଧିକ ପ୍ରକଳ୍ପରେ ଅନୁରୂପ ଭାବେ ଅନିୟମିତତା ହେଉଥିବା ସନ୍ଦେହ କରାଯାଇଛି। ଏହି ସୁରକ୍ଷା କାନ୍ଥ ଉପରେ ପାଣିକୋଇଲି ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସହରବାସୀ ଦାବି କରି ଆସୁଛନ୍ତି। ହେଲେ ପୂର୍ତ୍ତ ବିଭାଗରେ ପିସି କାରବାର ଏତେ ଅଣାୟତ୍ତ ହୋଇଛି ଯେ, ତଦନ୍ତ କ’ଣ କରିବେ ଓଲଟା ଦୁର୍ନୀତିକୁ ପ୍ରୋତ୍ସାହିତ କରାଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି।
ଏ ସକ୍ରାନ୍ତରେ ଯାଜପୁର ପୂର୍ତ୍ତ ବିଭାଗ ଉପଖଣ୍ଡର ଏସ୍‌ଡିଓ ଭାଗିରଥି ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଗଛ ଚେର ବଢିବା ଯୋଗୁ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଏଥିରେ କୌଣସି ଦୁର୍ନୀତି ହୋଇନାହିଁ। ତେଣୁ ଆଗାମୀ ଦିନରେ ଗଛ ଚେର କଟାଯିବା ସହ ପୁଣି ସେଠାରେ ଏକ ସୁରକ୍ଷା କାନ୍ଥ ନିର୍ମାଣ କରିବାକୁ ଯୋଜନା ରହିଛି। ଏହି ପ୍ରକଳ୍ପ ତାଙ୍କ ସମୟରେ ନିର୍ମାଣ ହୋଇନାହିଁ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri