Posted inଖେଳ

ଟାଇଟଲ ଟକ୍କର

ଦିନିକିଆ କ୍ରିକେଟ ବିଶ୍ୱକପର ନିର୍ଣ୍ଣାୟକ ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ। ୧ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକଙ୍କ ଅପେକ୍ଷାରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ। ଘରୋଇ ପରିବେଶ ଏବଂ ଦର୍ଶକଙ୍କ କୋଳାହଳ ମଧ୍ୟରେ ପଡ଼ିଆକୁ ଓହ୍ଲାଇବ ‘ମେନ୍‌ ଇନ୍‌ ବ୍ଲୁ’। ସମ୍ମୁଖରେ ଟକ୍କର ଦେବାକୁ ଅଷ୍ଟ୍ରେଲିଆ ପ୍ରସ୍ତୁତ। ପେସାଦାର ଖେଳପାଇଁ ଖ୍ୟାତ ଅଷ୍ଟ୍ରେଲିଆ ଦଳ ଲିଗ୍‌ ପର୍ଯ୍ୟାୟରେ ଭାରତ ନିକଟରୁ ପରାସ୍ତ ହୋଇଥିଲା। ତେଣୁ ପ୍ରତିଶୋଧ ମନୋଭାବ ମନରେ ରହିବା ସ୍ବାଭାବିକ। ଟୁର୍ନାମେଣ୍ଟରେ ଭାରତ ଏପର୍ଯନ୍ତ ୧୦ ମ୍ୟାଚରେ ଅପରାଜେୟ ରହିଛି। ମାତ୍ର ଗୋଟିଏ ଭୁଲ୍‌ ଦଳର ସ୍ବପ୍ନକୁ ଚୂର୍‌ମାର କରିପାରେ। ତେଣୁ ଏଥିପ୍ରତି ସତର୍କ ରହିବ ରୋହିତ ଶର୍ମାଙ୍କ ଟିମ୍‌ ଇଣ୍ଡିଆ। ଅନ୍ୟପକ୍ଷରେ ୨ଟି ପରାଜୟ ପରେ ଆଉ ପଛକୁ ଫେରି ଚାହିଁନାହିଁ ଅଷ୍ଟ୍ରେଲିଆ। ଉତ୍ସାହୀ ପ୍ରଦର୍ଶନ କରି କ୍ରମାଗତ ୮ ବିଜୟ ହାସଲ କରିଛି ପ୍ୟାଟ୍‌ କୁମିନ୍ସଙ୍କ ଦଳ। ତେଣୁ ଟାଇଟଲ ପାଇଁ ହେବ ମହା ଟକ୍କର। ଏଥିରେ ଯେଉଁ ଦଳ ଉତ୍ତୀର୍ଣ୍ଣ ହେବ ସେ ପିନ୍ଧିବ ବିଜୟ ମୁକୁଟ।

ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଲୋକେଶ ରାହୁଲ(ଉଇକେଟ କିପର),ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଯଶପ୍ରୀତ୍‌ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୂଳ ଠାକୁର, ଇଶାନ କିଶନ(ଉଇକେଟ କିପର), ପ୍ରସିଦ୍ଧ କ୍ରିଷ୍ଣା।
ଅଷ୍ଟ୍ରେଲିଆ ଦଳ
ପ୍ୟାଟ କୁମିନ୍ସ(ଅଧିନାୟକ), ଜୋଶ ଇଂଲିଶ(ଉଇକେଟ କିପର), ଟ୍ରାଭିସ୍‌ ହେଡ୍‌, ଡେଭିଡ୍‌ ଓ୍ବାର୍ନର, ମିଚେଲ ମାର୍ଶ, ଷ୍ଟିଭ୍‌ ସ୍ମିଥ୍‌, ମାର୍ନସ ଲାବୁଶେନ୍‌, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ, ମିଚେଲ୍‌ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ ହାଜେଲଉଡ୍‌, ସନ୍‌ ଆବୋଟ୍‌, ମାର୍କୁସ୍‌ ଷ୍ଟୋଇନିସ୍‌, ଆଲେକ୍ସ କାରେ (ଉଇକେଟ କିପର), ଆଡାମ ଜାମ୍ପା।

 

ପରିସଂଖ୍ୟାନ (ସେମିଫାଇନାଲ ଶେଷସୁଦ୍ଧା)
ସର୍ବାଧିକ ରନ୍‌
ରନ ଖେଳାଳି ଇନିଂସ ସର୍ବାଧିକ ଆଭରେଜ ଶତକ ଅର୍ଦ୍ଧଶତକ
୭୧୧ ବିରାଟ କୋହଲି ୧୦ ୧୧୭ ୧୦୧.୫୭ ୩ ୫
୫୯୪ କ୍ୱିଣ୍ଟନ ଡି’କକ୍‌ ୧୦ ୧୭୪ ୫୯.୪୦ ୪ ୦
୫୭୮ ରାଚିନ ରବୀନ୍ଦ୍ର ୧୦ ୧୨୩* ୬୪.୨୨ ୩ ୨
୫୫୨ ଡାରିଲ ମିଚେଲ ୧୦ ୧୩୪ ୬୯.୦୦ ୨ ୨
୫୫୦ ରୋହିତ ଶର୍ମା ୧୦ ୧୩୧ ୫୫.୦୦ ୧ ୩

ସର୍ବାଧିକ ଉଇକେଟ
ଉଇକେଟ ଖେଳାଳି ଇନିଂସ ଆଭରେଜ ଇକୋନୋମି ଶ୍ରେଷ୍ଠ ୫ ଉଇକେଟ
୨୩ ମହମ୍ମଦ ଶାମି ୬ ୯.୧୩ ୫.୦୧ ୭/୫୭ ୩
୨୨ ଆଡାମ ଜାମ୍ପା ୧୦ ୨୧.୪୦ ୫.୪୭ ୪/୮ ୦
୨୧ ଦିଲସାନ ମଦୁଶଙ୍କା ୯ ୨୫.୦୦ ୬.୭୦ ୫/୮୦ ୧
୨୦ ଗେରାଲ୍ଡ କୋଜି ୮ ୧୯.୮୦ ୬.୨୩ ୪/୪୪ ୦
୧୮ ଯଶପ୍ରୀତ୍‌ ବୁମ୍‌ରା ୧୦ ୧୮.୩୩ ୩.୯୮ ୪.୩୯ ୦
୧୮ ଶାହିନ ଆଫ୍ରିଦୀ ୯ ୨୬.୭୨ ୫.୯୩ ୫/୫୪ ୧


Enter your email to get our daily news in your inbox.

All Right Reserved By Dharitri.Com

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର: ପୁରୁଷବନ୍ଧୁ ସାଥିରେ ଆଣି…

ଭୁବନେଶ୍ୱର,୨୧।୧୨(ତ୍ରିନାଥ ମହାନ୍ତି): ଧଉଳିରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri