Posted inଖେଳ

ଶାମିଙ୍କୁ ନେଇ ଭୟରେ ଅଛନ୍ତି ଅଷ୍ଟ୍ରେଲିୟ ଅଧିନାୟକ, ଫାଇନାଲ ପୂର୍ବରୁ ଖେଳାଳିଙ୍କୁ କରାଇଲେ ସତର୍କ…

ଅହମ୍ମଦାବାଦ,୧୮।୧୧: ବିଶ୍ୱକପ୍‌ ୨୦୨୩ର ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଉଭୟ ଟିମ୍‌ର ଖେଳାଳିମାନେ ଫର୍ମରେ ଥିବାରୁ ମ୍ୟାଚ୍‌ଟି ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ତେବେ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ଖବରଦାତା ସମ୍ମିଳନୀରେ ଦଳର ପ୍ରସ୍ତୁତି ଏବଂ ଭାରତୀୟ ଖେଳାଳିଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

କମିନ୍ସ କହିଛନ୍ତି, ଅହମ୍ମଦାବାଦ ପିଚ୍‌ରେ ବଡ଼ ସ୍କୋର ହେବା ଭଳି ଅନୁଭବ ହେଉଛି। ଏଣୁ ଭଲ ବ୍ୟାଟିଂ କରିହେବ। ଫାଇନାଲରେ ଦର୍ଶକ କିନ୍ତୁ ଏକତରଫା ରହିବେ, ଫଳରେ ଯାହା ବି ହେବ ଠିକ୍‌ ହେବ। ଆମେ ଅନୁତାପ କରି ସ୍ବଦେଶ ଫେରିବାକୁ ଚାହୁଁନାହୁଁ। ପ୍ରଥମ କିଛି ଓଭରରେ ବଲ୍‌ ସ୍ବିଂଗ କରିବ ଏଣୁ ସେତିକି ବେଳେ ଆମେ ଅଧିକ ଉଇକେଟ ନେବାକୁ ଚାହିଁବୁ। ଏଯାବତ ଯେତିକି ମ୍ୟାଚ୍‌ ଜିତିଛୁ, ସବୁଥିରେ ଲଢ଼େଇ ଜୋରଦାର ହୋଇଛି। କୌଣସି ବି ବିଜୟ ସହଜ ନ ଥିଲା। ଫଳରେ ଖେଳାଳିମାନଙ୍କ ଆତ୍ମବିଶ୍ୱାସ ଫେରିଛି। ତେବେ ନିଜ ଦେଶ ଲାଗି ଆଉ ଏକ ବିଶ୍ୱକପ୍‌ ଜିତିବା ତାଙ୍କ ଲାଗି ସୌଭାଗ୍ୟର କଥା ହେବ ବୋଲି ସେ କହିଛନ୍ତି।

ଏହାଛଡ଼ା ଅଷ୍ଟ୍ରେଲିଆ ଅଧିନାୟକ ଭାରତୀୟ ବୋଲର ମହମ୍ମଦ ଶାମିଙ୍କ ବୋଲିଂରେ ପ୍ରଭାବିତ ହୋଇଥିବା ନଜର ଆସିଛିି। ବୋଲରଙ୍କ ପ୍ରଶଂସାରେ ସେ କହିଛନ୍ତି ଯେ ଭାରତୀୟ ଟିମ୍‌ ଶକ୍ତିଶାଳୀ ଅଛି। ପ୍ରଥମେ ଶାମିଙ୍କୁ ଦଳରେ ନିଆଯାଇ ନ ଥିଲା। ହେଲେ ସେ ଯେବେଠାରୁ ଖେଳିଲେଣି ନିଜର କ୍ଲାସ ଦେଖାଉଛନ୍ତି ବୋଲି କହି ସତର୍କ ରହିବାକୁ ଖେଳାଳିଙ୍କୁ ପରୋକ୍ଷରେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri