ନୟାଗଡ଼ରେ ରୋକି ହେଉନି ବାଲ୍ୟବିବାହ

ନୟାଗଡ଼,୯।୧୧(ଲୋକନାଥ ମିଶ୍ର) ନୟାଗଡ଼ ଜିଲାରେ ବାଲ୍ୟ ବିବାହ ବଢ଼ୁଥିବାବେଳେ ଶିଶୁକନ୍ୟା ଜନ୍ମ ହାର ହ୍ରାସ ହେବା ଚିନ୍ତାର କାରଣ ପାଲଟିଛି । ଜିଲାରେ ୩୬ ପ୍ରତିଶତ ନାବାଳିକା ବିବାହ କରୁଛନ୍ତି। ଜିଲାରେ ୧ ହଜାର ପୁଅରେ ୯୧୬ ଝିଅ ଜନ୍ମ ହେଉଛନ୍ତି । ଏଭଳିସ୍ଥଳେ ବୁଧବାର ବାଲ୍ୟ ବିବାହ ବିରୋଧରେ ସ୍ଲୋଗାନ ଦେଇ ମହିଳାମାନଙ୍କ ଏକ ଶୋଭାଯାତ୍ରା ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ବାହାରି ସ୍ବୟଂ ଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ମହିଳାମାନେ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ସହର ପରିକ୍ରମା କରି ସଚେତନତା ସୃଷ୍ଟି କରାଇଥିଲେ । ପରେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଏକ ସଭା ହୋଇଥିଲା । ଏଥିରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କହିଥିଲେ ବାଲ୍ୟ ବିବାହ ବଢ଼ୁଥିବାବେଳେ ଶିଶୁକନ୍ୟା ଜନ୍ମ ହାର ହ୍ରାସ ହେବା ଚିନ୍ତାର କାରଣ । ଦୁଇ ଗମ୍ଭୀର ସମସ୍ୟାରୁ ନୟାଗଡ଼କୁ ମୁକ୍ତ କରିବାକୁ ହେଲେ ମିଳିମିଶି କାମ କରିବାକୁ ପଡିବ । ଏଥିପାଇଁ ସମସ୍ତେ ସଚେତନ ହେବାକୁ ପଡିବ । ସମ୍ମାନିତ ଅତିଥି ଭାବେ ଜିଲା ଆଇନ ସେବା ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ ବାଲ୍ୟ ବିବାହ ନିରୋଧ ଆଇନ ଉପରେ ଟିପ୍ପଣୀ ଦେଇଥିଲେ। ନୟାଗଡ଼ ଅତିରିକ୍ତ ଏସ୍‌ପି ସୁବାସ ପଣ୍ଡା, ଜିଲା ସମାଜ ମଙ୍ଗଳ ଅଧିକାରୀ ଅର୍ଚ୍ଚନା କଅଁର, ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ ନାୟକ, ଜିଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ମହାପାତ୍ର, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶିବ୍ୟାନ ପ୍ରଧାନ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇ ବାଲ୍ୟ ବିବାହ ପରି ଘୃଣିତ ସମାଜିକ ପ୍ରଥାର ବିଲୋପ ପାଇଁ ଟିପ୍ପଣୀ ରଖିଥିଲେ । ଅନ୍ୟପକ୍ଷେ ୨୦୦୬ରୁ ବାଲ୍ୟ ବିବାହ ନିରୋଧ ଅଧିନିୟମ କାର୍ଯ୍ୟ କରୁଥିଲେ ମଧ୍ୟ ୨୦୨୦ ପର୍ଯ୍ୟନ୍ତ ମାତ୍ର ୭୩୮ ମାମଲା ହେବା ପରେ ବକ୍ତାମାନେ ଚିନ୍ତାବ୍ୟକ୍ତ କରିଥିଲେ। ଅନ୍ୟପକ୍ଷେ ଭାରତ ବର୍ଷରେ ୨୩ ପ୍ରତିଶତ ଝିଅ ଓ ଓଡ଼ିଶାରେ ୨୦ ପ୍ରତିଶତ ଝିଅ ବାଳିକା ବଧୂ ସାଜି ଶାଶୁ ଘରକୁ ଯାଉଛନ୍ତି। ସେଠାରେ ଶାରିରୀକ ଓ ମାନସିକ ଯନ୍ତ୍ରଣା ଭୋଗି ଛଟପଟ ହେଉଛନ୍ତି । ଅନ୍ୟପକ୍ଷେ ଅଧାରୁ ପାଠ ଛାଡି ଅଳ୍ପ ବୟସରେ ବିବାହ କରିଥିବା ଝିଅମାନେ ଗର୍ଭବତୀ ହୋଇ ନିଜ ସହ ଶିଶୁର ଜୀବନ ବାଜିରେ ଲଗାଉଛନ୍ତି । ଏଥିରେ ଯେପରି ପରିବର୍ତ୍ତନ ଆସିବ, ନାବାଳିକା ଆଉ ବିବାହ ନ କରିବେ ସେଥିପ୍ରତି ସମସ୍ତେ ସଜାଗ ହୋଇ କାମ କରିବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ । ରୁଚିକା ସମାଜ ମଙ୍ଗଳ ସଙ୍ଗଠନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ବେଣୁଧର ସେନାପତି ଅତିଥିଙ୍କୁ ସ୍ବାଗତ କରିଥିବାବେଳେ ସୁରକ୍ଷା ଅଧିକାରୀ ସତ୍ୟ ରଞ୍ଜନ ଦାସ ଧନ୍ୟବାଦ ଦେଇଥିଲେ । ପ୍ରକାଶଥାଉକି ବାଲ୍ୟ ବିବାହକୁ ବନ୍ଦ କରିବା ଉଦ୍ଦେଶ୍ୟେରେ ଏକ ରଥ ୭ଦିନ ସଚେତନତା ସୃଷ୍ଟି ପାଇଁ ବାହାରିଛି । ଏହି ରଥକୁ ଜିଲାପାଳ ପତାକା ଦେଖାଇ ଶୁୂଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଜାମଣ୍ଡଳ ମହିଳା ମହାବଦ୍ୟାଳୟର ଛାତ୍ରୀମାନେ ବାଲ୍ୟ ବିବାହ ଉପରେ ଏକ ନାଟକ ମଞ୍ଚସ୍ଥ କରି ସଚେତନତା ସୃଷ୍ଟି କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ବାରବାଟୀରେ ଭାରତର ବିଜୟ ଉତ୍ସବ ମଧ୍ୟରେ ଲୁଟ୍; ଦର୍ଶକଙ୍କ ମୋବାଇଲ୍, ପର୍ସ ଚୋରି

କଟକ,୧୦।୧୨: ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟି-୨୦ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଦାର ବ୍ୟାଟିଂ ଓ ବୋଲିଂ ବଳରେ ଭାରତ...

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri