Posted inଜାତୀୟ

ବିଧାନସଭା ନିର୍ବାଚନ ପରେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିପାରନ୍ତି ରାହୁଲ ଗାନ୍ଧୀ, ୧୩ରେ ଭୋପାଳରେ କରିବେ ପଦଯାତ୍ରା

ନୂଆଦିଲ୍ଲୀ,୭।୧୧: ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲଙ୍ଗାନା ଏବଂ ମିଜୋରାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ୨୦୨୪ରେ ଲୋକ ସଭା ନିର୍ବାଚନରେ ଜିତିବାକୁ କଂଗ୍ରେସ ଚେଷ୍ଟା କରୁଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଥିପାଇଁ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଥିଲେ ଏବଂ କର୍ନାଟକ ନିର୍ବାଚନରେ ଦଳ ଏହାର ଲାଭ ପାଇଛି। ଏବେ ଖବର ଆସିଛି ଯେ ରାହୁଲ ଗାନ୍ଧୀ ଖୁବ୍‌ଶୀଘ୍ର ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିପାରନ୍ତି।

କଂଗ୍ରେସ ସୂତ୍ର ଅନୁଯାୟୀ, ବିଧାନସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀ ତାଙ୍କର ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିପାରନ୍ତି। ସୂଚନାନୁସାରେ, ଡିସେମ୍ବରରୁ ଫେବୃୟାରୀ ମଧ୍ୟରେ ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆୟୋଜନ କରାଯାଇପାରେ। ଏହାପୂର୍ବରୁ ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀ ୧୩ ନଭେମ୍ବରରେ ଭୋପାଳରେ ଏକ ପଦଯାତ୍ରା କରିବେ। ବର୍ତ୍ତମାନ ରାହୁଲ ଗାନ୍ଧୀ ତିନି ଦିନିଆ ଗସ୍ତରେ ଉତ୍ତରାଖଣ୍ଡରେ ଅଛନ୍ତି ଯେଉଁଠାରେ ସେ ବାବା କେଦାରନାଥ ପରିଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri