ଉଦ୍ୟାନ ଉତ୍କର୍ଷ କେନ୍ଦ୍ର ନାଁରେ ଅନିୟମିତତା

ଯାଜପୁର,୨୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ପାଣିକୋଇଲିଠାରେ ଆମ୍ବ ଓ ପରିବା ଚାଷୀଙ୍କ ପାଇଁ ସେଣ୍ଟର ଅଫ୍‌ ଏକ୍ସଲେନ୍ସ(ଉଦ୍ୟାନ ଉତ୍କର୍ଷ କେନ୍ଦ୍ର) ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ନିର୍ମାଣ କାର୍ଯ୍ୟ ପାଇଁ ଡିଏମ୍‌ଏଫ୍‌(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠିରୁ ମଞ୍ଜୁର ହୋଇଥିବା ୧୪ କୋଟି ୧୧ ଲକ୍ଷ ଟଙ୍କା ଉପଯୁକ୍ତ ଭାବେ ବିନିଯୋଗ ନ ହୋଇ ବାଟମାରଣା ହେଉଥିବା ଚର୍ଚ୍ଚା ହେଉଛି। ଠିକାସଂସ୍ଥା ପକ୍ଷରୁ ରାସ୍ତା, ପାଚେରି, ଜମି ସମତୁଲ ଏବଂ ଗୃହ ନିର୍ମାଣରେ ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର କରା ନ ଯାଇ ଅତି ନିମ୍ନମାନର କାମ ହେଉଛି। ଏଥିରେ ଜିଲା ପ୍ରଶାସନ, ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ସାଧାରଣରେ କୁହାଯାଉଛି।
ଯାଜପୁର ଜିଲା ପରିବା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି। ଜିଲାରେ ପ୍ରାୟ ୧୮ହଜାର ହେକ୍ଟର ଜମିରେ ପରିବା ଚାଷ ହେଉଛି। ସେଥିମଧ୍ୟରୁ ଧର୍ମଶାଳା, ରସୁଲପୁର, ଦଶରଥପୁର, ବିଞ୍ଝାରପୁର ବ୍ଲକରେ ସର୍ବାଧିକ ପରିବା ଚାଷ ହୋଇଥାଏ। ତେବେ ଉପତ୍ାଦିତ ପରିବା ପରିମାଣ ଅନୁସାରେ ଆବଶ୍ୟକ ଶୀତଳ ଭଣ୍ଡାର ନ ଥିବାରୁ ପରିବା ଚାଷୀ ବିଭିନ୍ନ ସମୟରେ ବହୁ କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି। ଏହିକ୍ରମରେ ପାଣିକୋଇଲିଠାରେ ଉଦ୍ୟାନ ଉକତ୍ର୍ଷ କେନ୍ଦ୍ର ନିର୍ମାଣ କରାଗଲେ ପରିବା ଚାଷୀଙ୍କ ପାଇଁ ଏକ ବରଦାନ ହେବ ବୋଲି ଚାଷୀମାନେ ଆଶା ରଖିଥିଲେ। ଏହି କେନ୍ଦ୍ର ଜରିଆରେ ଚାଷୀମାନେ ଉଦ୍ୟାନ ଚାଷ ସମ୍ପର୍କରେ ଅଧିକ ଶିକ୍ଷା ଲାଭ କରିବା ସହ ମୂଲ୍ୟ ନିର୍ଦ୍ଧାରଣ ହୋଇପାରିବ। ଏହାସହ ଏହି କେନ୍ଦ୍ରରୁ ବାହାରକୁ ରପ୍ତାନି, ଦେଶବିଦେଶକୁ ଭ୍ରମଣରେ ଯାଇ ଉଦ୍ୟାନ ଚାଷ ସମ୍ପର୍କରେ ଅତ୍ୟାଧୁନିକ ଜ୍ଞାନକୌଶଳ ଆହରଣ ଆଦି ସୁବିଧା ଚାଷୀ ପାଇପାରିବେ ବୋଲି ସୂଚନା ମିଳିଛି। ଏହାସହ ପରିଚାଳନା ପ୍ରକ୍ରିୟା, ଡିଏମ୍‌ଏଫ୍‌ ଓ ଇଣ୍ଡୋ-ଇସ୍ରାଏଲ ପାଣ୍ଠିର ବିନିଯୋଗ, ଇଣ୍ଡୋ-ଇସ୍ରାଏଲ ପ୍ରକଳ୍ପ ସହ ହୋଇଥିବା ଚୁକ୍ତିନାମା, ଅନ୍ୟ ପ୍ରକଳ୍ପର ବ୍ୟବହାର, ବୈଷୟିକ ସହାୟତା ଆଦି ସମ୍ପର୍କରେ ଚାଷୀମାନଙ୍କୁ ଶିକ୍ଷା ପ୍ରଦାନ କରିବାର ପ୍ରସ୍ତାବ ରହିଛି। ୨୦୨୦ ନଭେମ୍ବରରେ ଏହି ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା। ଏହାପରେ ପାଣିକୋଇଲି ନିକଟସ୍ଥ ଷଠିପୁରଠାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ମଞ୍ଜୁର ଅର୍ଥର ପ୍ରାୟ ୯୦ ପ୍ରତିଶତ ଖର୍ଚ୍ଚ ହୋଇ ସାରିଥିବା ସୂଚନା ମିଳିଛି। ହେଲେ ପ୍ରକଳ୍ପ ଏଯାଏ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଫଳରେ ଚାଷୀଙ୍କ ଆଶା ପୂରଣ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ଉଦ୍ୟାନ ବିଭାଗ ପକ୍ଷରୁ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ମାଧ୍ୟମରେ ପ୍ରଦର୍ଶନ କ୍ଷେତ୍ର, ନୂତନ ଜ୍ଞାନକୌଶଳ ତାଲିମ ଶିବିର, ପ୍ରାୟ ୫୦ ଭାଗ ରିହାତି ମାଧ୍ୟମରେ ଫୁଆର ଜଳସେଚନ, ପାଣି ମଡାଇବା ପାଇପ, ରେନ୍‌ଗନ୍‌, ପାଣି ପମ୍ପ, ହସ୍ତ ଓ ଶକ୍ତିଚାଳିତ କୀଟନାଶକ, ସିଞ୍ଚନ ଯନ୍ତ୍ର ଇତ୍ୟାଦି ପ୍ରଦାନ କରାଯାଉଛି। ସେହିପରି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଜଳନିଧି ଯୋଜନା, ଗଭୀର ଓ ଅଗଭୀର ନଳକୂପ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଊଦ୍ୟୋଗ ଯୋଜନା, କୃଷି ଯନ୍ତ୍ରୀକରଣ ଯୋଜନା, ସୌର ଜନନିଧି ଯୋଜନା କାର୍ଯ୍ୟକାରୀ ହେଉଛି। ଅପରପକ୍ଷରେ ଉଦ୍ୟାନକୃଷି, ପ୍ରାଣୀ ସମ୍ପଦ ବିକାଶ, ଜଳଛାୟା ପ୍ରକଳ୍ପ, ମତ୍ସ୍ୟ ସମ୍ପଦରେ ଅନେକ ପ୍ରକଳ୍ପ ହାତକୁ ନିଆଯାଇଛି। ହେଲେ ପ୍ରକୃତ ଚାଷୀ ଏହିସବୁ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଉଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ ରାଧେଶ୍ୟାମ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଡିଏମ୍‌ଏଫ୍‌ ସେଲ୍‌ ଜରିଆରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ କେତେ କାର୍ଯ୍ୟ ହୋଇଛି ଏବଂ କେତେ ଟଙ୍କା ଖର୍ଚ୍ଚ ହୋଇସାରିଛି, ତାଙ୍କ ପାଖରେ ଖବର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଯୋଗାସନ ପ୍ରତିଯୋଗୀତା ପାଇଁ ୭ ମନୋନୀତ

ଦିଗପହଣ୍ଡି,୧୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ୨ ଦିନିଆ ରାଜ୍ୟସ୍ତରୀୟ ବାଳିକା ଯୋଗାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

ଭୁବନେଶ୍ୱର,୧୨।୧୨: କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର MGNREGA ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya...

ରାହୁଲଙ୍କ ବୈଠକରେ ଥରୁର ଅନୁପସ୍ଥିତ: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଲୋକ ସଭା ଏମ୍‌ପି ବୈଠକରେ ଯୋଗ ଦେଇ ନ ଥିଲେ।...

ଚାଲାଣ ହେଉଥିଲା କଫ୍‌ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୧୨ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହା...

ଭାରତ ବିରୋଧରେ ପାକିସ୍ତାନର ନୂଆ ଚାଲ, ସହଯୋଗ କରୁଛି ଚାଇନା!

ନୂଆଦିଲ୍ଲୀ,୧୨।୧୨: ଦକ୍ଷିଣ ଏସିଆର ସର୍ବପୁରାତନ ଆଞ୍ଚଳିକ ସଂଗଠନ ସାର୍କ ସମ୍ପର୍କରେ ପାକିସ୍ତାନ ପୁଣି ଥରେ ଭାରତ ବିରୁଦ୍ଧରେ ଏକ ବିଷାକ୍ତ ବିବୃତ୍ତି ଆରମ୍ଭ କରିଛି। ପାକିସ୍ତାନର...

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା: କୃଷକ ହେବେ….

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri