ଜଳୁନି ଷ୍ଟ୍ରିଟ୍‌ ଲାଇଟ, ସହରର ମୁଖ୍ୟ ରାସ୍ତା ଅନ୍ଧାର

ଯାଜପୁରରୋଡ୍‌,୧୫ା୧୦(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦରେ ବିଭିନ୍ନ ମୌଳିକ ସମସ୍ୟା ଲାଗିରହିଛି। ଏହାମଧ୍ୟରେ ସହରର ଷ୍ଟ୍ରିଟ୍‌ ଲାଇଟ୍‌ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭାହୋଉଛି। ୱାର୍ଡଠାରୁ ଆରମ୍ଭ କରି ସହରର ମୁଖ୍ୟରାସ୍ତା ସବୁଆଡ଼େ ଅନ୍ଧକାରମୟ। ସମସ୍ୟା ସମ୍ପର୍କରେ ଜନ ସାଧାରଣ ପୌର କର୍ତ୍ତୃପକ୍ଷଙ୍କୁ ଅବଗତ କଲେ ମଧ୍ୟ ସମାଧାନ ହୋଇପାରୁନାହିଁ। ଫଳରେ ସହରରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଚୋରି, ଛିନତାଇ ବଢୁଛି। ୱାର୍ଡକଥା ଦୂରେ ଥାଉ। ସହରର ମୁଖ୍ୟରାସ୍ତା ୧୩ନଂ. ୱାର୍ଡ ବ୍ୟାଙ୍କ ଷ୍ଟ୍ରିଟ୍‌ଠାରୁ ଗୋପବନ୍ଧୁ ଛକ, ଷ୍ଟେଶନ ବଜାର ଓ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ରାସ୍ତାର ଲାଇଟ ଗୁଡ଼ିକ କଟି ଯାଇଥିବାରୁ ବହୁ ସ୍ଥାନ ଅନ୍ଧାର ରହୁଛି। ହେଲେ ଏହାର ମାମତି ପାଇଁ କାଉନସିଲରଙ୍କଠାରୁ ଅଧ୍ୟକ୍ଷା ସମସ୍ତେ ନିଜର ଅକ୍ଷମତା ପ୍ରକାଶ କରୁଛନ୍ତି।
ଆଗକୁ ପାର୍ବଣ ଆସୁଛି। ଏହାକୁ ନେଇ ସହରର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଜନସାଧାରଣ ଓ ସହରବାସୀଙ୍କ ମନରେ ଘୋର ଅସନ୍ତୋଷ ବୃଦ୍ଧିପାଉଛି। ସହରର ୨୬ ୱାର୍ଡରେ ଲାଗିଥିବା ପ୍ରାୟ ୬ ହଜାରରୁ ଊର୍ଦ୍ଧ୍ୱ ଲାଇଟ ମଧ୍ୟରୁ ଅଧିକାଂଶ ଦୀର୍ଘଦିନ ହେବ ଫିଉଜ ହୋଇରହିଛି। ଏନେଇ ୧୩ ନଂ. ୱାର୍ଡବାସିନ୍ଦା ତଥା ବ୍ୟବସାୟୀ ସତ୍ୟନାରାୟଣ ମହାନ୍ତି ଅସନ୍ତୋଷ ପ୍ରକାଶ କରିବା ସହ ପୌର କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ପୂଜାପୂର୍ବରୁ ସମସ୍ୟାର ସମାଧାନ ନ ହେଲେ ୱାର୍ଡବାସୀ ଓ ବ୍ୟବସାୟୀ ଟିକସ ଦେବାରୁ ବିରତ ରହିବାକୁ ବାଧ୍ୟ ହେବେବୋଲି ପ୍ରକାଶ କରିଛନ୍ତି। ସହରର ରାସ୍ତାଘାଟ ଆଲୋକୀକରଣ କାର୍ଯ୍ୟ ଦାୟିତ୍ୱରେ ଥିବା ୨ ଠିକା କମ୍ପାନୀ ୪ ବର୍ଷ ଏହାର ରକ୍ଷଣାବେକ୍ଷଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ହେଲେ ଉକ୍ତ କମ୍ପାନୀ ଠିକଭାବେ କାର୍ଯ୍ୟ ତୁଲାଇ ନ ପାରିବାରୁ ସେମାନଙ୍କ ବିରୋଧରେ ନଗର ଉନ୍ନୟନ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଫଳରେ ବିଭାଗ ସେମାନଙ୍କ କାର୍ଯ୍ୟାଦେଶ ରଦ୍ଦ କରିବା ସହ ନୂଆ ଟେଣ୍ଡର କରି ଆଉ ଏକ ସଂସ୍ଥାକୁ ନିୟୋଜିତ କରିବାକୁ ପ୍ରକ୍ରିୟା ଚଳାଇଛି। ଅନ୍ୟପକ୍ଷରେ ସହରର ମୁଖ୍ୟ ସ୍ଥାନ ଗୁଡ଼ିକରେ ଲାଇଟ ଲଗାଇବା ଓ ପୁରୁଣା ଲାଇଟକୁ ମରାମତି ପାଇଁ ସରକାର ୧୦ ଲକ୍ଷ ଟଙ୍କାର ଏକ ସହଯୋଗ ରାଶି ପ୍ରଦାନ କରିଛନ୍ତି ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର ପ୍ରକାଶ କରିଛନ୍ତି। ଏବେ ଦେଖିବାକୁ ଅପେକ୍ଷା କେବେ ଏହି ସମସ୍ୟାର ସମାଧାନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri