Odisha Elections 2024

କରୋନା ପରେ ମାନସିକ ସମସ୍ୟା ବଢିଛି

ଭଦ୍ରକ/ତିହିଡ଼ି/ବାସୁଦେବପୁର/ ବନ୍ତ/ଚାନ୍ଦବାଲି/ଧାମନଗର,୧୧।୧୦ (ସନାତନ ରାଉତ/ସଞ୍ଜିତ ବଳ/ ନାରାୟଣ ପ୍ରସାଦ ବାରିକ/ହରିନାରାୟଣ ମହାନ୍ତି/ କିଶାନ ପାତ୍ର/ଦେବେନ୍ଦ୍ର ଆନ୍ଦିଆ/ ସନ୍ତୋଷ ମହାପାତ୍ର): ଭଦ୍ରକ ଜିଲାର ୭ ବ୍ଲକ ଅଧୀନ ୨୧୮ ପଞ୍ଚାୟତରେ ୩୩୩୭ ପ୍ରକଳ୍ପ ପାଇଁ ୧୦୯ କୋଟି ଟଙ୍କା ଖର୍ଚ୍ଚ ହେବ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ମଙ୍ଗଳବାର ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଭଦ୍ରକର ଗାନ୍ଧୀପଡ଼ିଆରେ ଏଲ୍‌ଇଡି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଭଦ୍ରକ ବ୍ଲକ ବାଗୁରାଇ ଇଣ୍ଡୋର ଷ୍ଟାଡିୟମଠାରେ ୧୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଏକ ସୁଇମିଂପୁଲ, ଚାନ୍ଦବାଲି ବ୍ଲକ ଧାମରାଇ ମନ୍ଦିର ଓ ତିହିଡ଼ି ବ୍ଲକର ପାଟଣ ମଙ୍ଗଳା ମନ୍ଦିର ଉନ୍ନତୀକରଣ ପାଇଁ ୧ କୋଟି ଲେଖାଏ ମଞ୍ଜୁର କରାଯାଇଛି। ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ, ବିଡିଓ ସୀତାକାନ୍ତ ରାଉତ, ଜିଲା ପରିଷଦ ସଭ୍ୟ ମଳୟ ଜେନାଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ଥିଲେ। ସେହିପରି ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ବ୍ଲକ ଅଫିସ୍‌ରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରାଯିବା ସହ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମସ୍ତ ବିଡିଓ ଏବଂ ଅନ୍ୟମାନେ ଏଥିରେ ଯୋଡ଼ି ହୋଇଥିଲେ।
ତିହିଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାସୁଦେବପୁର ନିର୍ବାଚନମଣ୍ଡଳୀ ଅଧୀନ ତିହିଡ଼ି ଡାକବଙ୍ଗଳାରେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ୫ କୋଟି ଟଙ୍କା ଏବଂ ଧାମନଗର ନିର୍ବାଚନମଣ୍ଡଳୀ ଅଧୀନ ତାଳପଦା ପଞ୍ଚାୟତସ୍ଥିତ କାନ୍ତକବି ପୀଠର ଉନ୍ନତୀକରଣ ପାଇଁ ୫୦ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଉପାଧ୍ୟକ୍ଷା ସୁଭଦ୍ରା ଶତପଥୀ, ଏମ୍‌ପିଙ୍କ ପ୍ରତିନିଧି ମାନସ ପାଠୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଦେବକୀ ଦାସ, ଜିଲା ପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି, ତହସିଲଦାର ପ୍ରତୀକ ସାହୁ, ବିଡିଓ ଜ୍ୟୋତିର୍ମୟ କର, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଟେକଚାନ୍ଦ କାଲୋ, କନିଷ୍ଠ ଯନ୍ତ୍ରୀ ଭୀଷ୍ମଦେବ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ।
ସେହିପରି ବାସୁଦେବପୁର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଅଭିଭାଷଣ ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ, ଏମ୍‌ପି ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି, ବିଧାୟକ ପ୍ରତିନିଧି ଅସିତ ଦାଶ, ବିଡିଓ ସତ୍ୟଜିତ ରାଉତ, ତହସିଲଦାର ସୌଭାଗ୍ୟ ପଣ୍ଡା, ପୂର୍ବତନ ସରପଞ୍ଚ ଭାଗୀରଥି ବଳ, ଦୀନବନ୍ଧୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ବନ୍ତ ବ୍ଲକ ଅଫିସ୍‌ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଏହି ବ୍ଲକର ୨୫ ପଞ୍ଚାୟତ ପାଇଁ ୧୨ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମଞ୍ଜୁର ହୋଇଥିବା ୩୮୩ ପ୍ରକଳ୍ପ ଘୋଷଣା କରିଥିଲେ। ବିଧାୟକ ପ୍ରତିନିଧି ଇଂ. ପ୍ରୟାସକାନ୍ତି ସାମଲ, ଜିଲା ପର୍ଯ୍ୟବେକ୍ଷକ ତଥା ଡେପୁଟି କଲେକ୍ଟର କାର୍ତ୍ତିିକନାଥ ମଣ୍ଡଳ, ବିଡିଓ ପ୍ରଦୀପ କୁମାର ସେଠୀ, ତହସିଲଦାର ଅଙ୍କିତା ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ବସନ୍ତିଆ ସରପଞ୍ଚ ଅଶୋକ ସାହୁ ଓ ରାମଚନ୍ଦ୍ରପୁର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି ଚାନ୍ଦବାଲିର ମା’ କାଳୀ ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଡ. ବ୍ୟୋମକେଶ ରାୟ, ଉପଜିଲାପାଳ ମନୋଜ ପାତ୍ର, ବିଡିଓ ଅସିତ ମହାନ୍ତି, ତହସିଲଦାର ସୁଶାନ୍ତ ସୂତାରଙ୍କ ସହ ବ୍ଲକର ସମସ୍ତ ସରକାରୀ କର୍ମଚାରୀ, ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ମହିଳା ମହାସଂଘର କର୍ମକର୍ତ୍ତା, ଏମ୍‌ବିକେ, ସିଆର୍‌ପି ପ୍ରମୁଖ ଯୋଗ ଦେଇଥିଲେ।
ଧାମନଗର ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧୀନ ୩୧ ପଞ୍ଚାୟତରେ ୫୦୦ ପ୍ରକଳ୍ପ ପାଇଁ ୧୫ କୋଟି ୫୦ ଲକ୍ଷ ଅନୁଦାନ ଅନୁମୋଦନ କରାଯାଇଛି। କେବଳ ଧର୍ମାନୁଷ୍ଠାନର ଉନ୍ନତି ପାଇଁ ଉକ୍ତ ଅର୍ଥ ମଞ୍ଜୁର କରାଯାଇଥିବା ବିଡିଓ ବନ ବିହାରୀ ଦିଣ୍ଡା ସୂଚନା ଦେଇଥିଲେ। ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ବିଡିଓ ବନ ବିହାରୀ ଦିଣ୍ଡା, ଏବିଡିଓ ଶର୍ମିଷ୍ଠା ମଲିକ, ତହସିଲଦାର ଦୀପକ ଦାସ, ଅତିରିକ୍ତ ତହସିଲଦାର ସାଇ ସିଲୋନା ପ୍ରମୁଖ ପରିଚାଳନା କରିଥିଲେ। ଆଭାସି କାର୍ଯ୍ୟକ୍ରମ ପୂର୍ବରୁ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ଜିଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ନିବେଦିତା ଜେନା ପ୍ରମୁଖ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି,୧୮।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ...

ଆୟୁଷ ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟସେବା

ଭଦ୍ରକ,୧୮ା୫(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଡ଼ାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଆୟୁଷ ଡାକ୍ତରରେ ସ୍ବାସ୍ଥ୍ୟସେବା ଚାଲିଛି।...

ଜାମୁସାହିରେ ପାଣି ପାଇଁ ହାହାକାର

ଓଡ଼ଗାଁ,୧୮ା୫(ଆଦର୍ଶ କୁମାର ପଟ୍ଟନାୟକ): କିଛିଦିନ ତଳେ ପାଣି ଯୋଗାଣକୁ ନେଇ ରଙ୍ଗଣିପାଟଣା ପଞ୍ଚାୟତ ଜାମୁସାହି ଗ୍ରାମବାସୀ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରି ଲାଇନ୍‌ ସଂଯୋଗ ପାଇଁ...

ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ

ଡେରାବିଶ, ୧୮ା୫(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ପ୍ରତିଷ୍ଠା ହୋଇଥିବା ଆଦର୍ଶ ବିଦ୍ୟାଳୟର ଦୁର୍ଦ୍ଦଶାର ଅନ୍ତ ଘଟୁନାହିଁ। ୨୦୨୨ ମସିହାରେ...

ଟଙ୍କା ଭର୍ତ୍ତି ମନିପର୍ସ ଫେରାଇଲେ ମହିଳା

ରଘୁନାଥପୁର,୧୮ା୫(ରାଜେନ୍ଦ୍ର ନାରାୟଣ ସିଂହ):ପାଇଥିବା ମନିପର୍ସ ଫେରାଇ ସଚ୍ଚୋଟ ପଣିଆର ପରିଚୟ ଦେଇଛନ୍ତି ଜଣେ ମହିଳା। ସେ ହେଲେ ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମର ଅହମ୍ମଦ ରାଜା...

୮୬୭ ବୁଥ୍‌ରେ ହେବ ୱେବ୍‌କାଷ୍ଟିଂ

କେନ୍ଦ୍ରାପଡ଼ା,୧୮ା୫(ଜଗନ୍ନାଥ ଧଳ): ଜୁନ୍‌ ୧ରେ ସାଧାରଣ ନିର୍ବାଚନର ମତଦାନ ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମୋଟ୍‌ ୧୪୪୫ ମଧ୍ୟରୁ...

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

ହୋଟେଲ ରୁମ୍‌ରେ ପୋଲିସ କନ୍‌ଷ୍ଟେବଲଙ୍କୁ ହତ୍ୟା

ବଲାଙ୍ଗୀର,୧୮।୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର ରେଲୱେ ଷ୍ଟେଶନ୍‌ ନିକଟ ଏକ ହୋଟେଲ ରୁମ୍‌ରୁ ଜଣେ ବ୍ୟକ୍ତିଙ୍କ ହାତମୁହଁ ବନ୍ଧା ମୃତଦେହ ପୋଲିସ ଉଦ୍ଧାର କରରଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri