Odisha Elections 2024

କଟକ ସବ୍‌ରେଜିଷ୍ଟ୍ରାରଙ୍କ ନିକଟରେ ଅଭିଯୋଗ କଲେ ସୋମାଲିକା

କଟକ/ଜଗତ୍‌ସିଂହପୁର,୮ା୧୦(କାର୍ତ୍ତିକ ସାହୁ/ପ୍ରମୋଦ କୁମାର ନାୟକ)ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନକୁ ବିରୋଧ କରିଛନ୍ତି ତାଙ୍କ ପ୍ରେମିକା ସୋମାଲିକା ଦାସ। ସୋମାଲିକା ଶନିବାର କଟକସ୍ଥିତ ସବ୍‌ରେଜିଷ୍ଟ୍ରାର ଅଫିସରେ ବିଜୟ ଶଙ୍କରଙ୍କ ବିବାହ ଆବେଦନ ବିରୋଧରେ ଅଭିଯୋଗ କରିଛନ୍ତି। ସୋମାଲିକାଙ୍କ ପରିବର୍ତ୍ତେ ବିଜୟ ଶଙ୍କର ଅନ୍ୟ ଜଣେ ମହିଳାଙ୍କୁ ବିବାହ ପାଇଁ ଆବେଦନ କରିବା ଜଣାପଡ଼ିବା ପରେ ସେ ଏହି ଅଭିଯୋଗ କରିଥିବା କହିଛନ୍ତି।
ଗଣମାଧ୍ୟମକୁ କହିଛନ୍ତି, ବିଜୟ ମୋତେ ବିବାହର ପ୍ରତିଶ୍ରୁତି ଦେଇଥିଲେ। ଉଭୟ ପରିବାର ମଧ୍ୟରେ ଏନେଇ କଥା ହୋଇଥିଲା। ୧୭ା୫ା୨୦୨୨ରେ ଜଗତ୍‌ସିଂହପୁର ସ୍ବତନ୍ତ୍ର ବିବାହ ଅଧିକାରୀ (ଡିଏସ୍‌ଆର୍‌)ଙ୍କ ପାଖରେ ବିବାହ ପାଇଁ ଆବେଦନ କରାଯାଇଥିଲା। ଆବେଦନର ୩୦ଦିନ ଭିତରେ କାହାରି କିଛି ଆପତ୍ତି ଅଭିଯୋଗ ନ ଥିଲେ ୩୧ ଦିନରୁ ୯୦ ଦିନ ମଧ୍ୟରେ ଯେକୌଣସି ସମୟରେ ଉଭୟ ବିବାହ କରିପାରିବେ ବୋଲି କୁହାଯାଇଥିଲା। ଆବେଦନର ୩୧ତମ ଦିନ ସୋମାଲିକା ତାଙ୍କ ସମ୍ପର୍କୀୟଙ୍କ ସହ ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟରେ ବିବାହ ପାଇଁ ପହଞ୍ଚତ୍ଥିଲେ। ସକାଳୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଜୟଶଙ୍କରଙ୍କୁ ସୋମାଲିକା ଅପେକ୍ଷା କରି ନିରାଶ ହୋଇଥିଲେ। ବିଜୟଶଙ୍କର ତାଙ୍କୁ ପ୍ରତାରଣା କରିଥିବା ଜାଣିବା ପରେ ଜଗତ୍‌ସିଂହପୁର ଥାନାରେ ସୋମାଲିକା ଅଭିଯୋଗ କରିଥିଲେ। ହେଲେ ସେ ଶାସକ ଦଳର ବିଧାୟକ ହୋଇଥିବାରୁ ପୋଲିସ କୌଣସି ପଦକ୍ଷେପ ନେଲା ନାହିଁ। ଫଳରେ ସୋମାଲିକା ବିଧାୟକଙ୍କ ନାଁରେ କୋର୍ଟରେ ମାମଲା ଦାୟର କରିବା ପରେ ତାହା ଏବେ ବିଚାରାଧୀନ ରହିଛି। ଏପରିସ୍ଥଳେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ବିଧାୟକ ବିଜୟଶଙ୍କର କଟକ ସବ୍‌ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି। ମୋତେ ନ୍ୟାୟ ଦରକାର। ସେ କ’ଣ ମୋ ଜୀବନକୁ ନଷ୍ଟ କରି ଅନ୍ୟ ଜଣଙ୍କ ସହ ତାଙ୍କ ସଂସାର ବସାଇବେ ବୋଲି ସୋମାଲିକା କହିଛନ୍ତି। ଏଥିସହିତ ସୋମାଲିକା ଜଗତ୍‌ସିଂହପୁର ଥାନାର ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିଜୟଶଙ୍କର ଅନ୍ୟ କାହାକୁ ବିବାହ କରିପାରିବେ ନାହିଁ ସୋମାଲିକା କହିଛନ୍ତି।

ଅନୁସାରେ, ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ କଟକ ଅରୁଣୋଦୟ ମାର୍କେଟ ଅଞ୍ଚଳର ନିଜର ଜଣେ ସହପାଠିନୀଙ୍କୁ ବିବାହ କରିବା ନିମନ୍ତେ ଗତ ସେପ୍ଟେମ୍ବର ୨୧ ତାରିଖରେ କଟକସ୍ଥିତ ରେଜିଷ୍ଟ୍ରାର ଅଫ୍‌ ମ୍ୟାରେଜଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି। ଆବେଦନ ତାରିଖଠୁ ଏକମାସର ନୋଟିସ ଅବଧି ଶେଷ ପରେ ବିଧାୟକ ଦାସ ତାଙ୍କୁ ବିବାହ କରିବେ। ଅନ୍ୟ ପକ୍ଷରେ ତିର୍ତ୍ତୋଲ ବିଧାୟକ ଦାସ ଗତବର୍ଷ ମେ’ ୧୭ ତାରିଖରେ ତାଙ୍କ ଦୀର୍ଘଦିନର ପ୍ରେମିକା ସୋମାଲିକା ଦାସଙ୍କୁ ବିବାହ କରିବାକୁ ଜଗତ୍‌ସିଂହପୁର ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ହେଲେ ଏକମାସର ନୋଟିସ ଅବଧି ପରେ ସେ ବିବାହ ପାଇଁ ଉପସ୍ଥିତ ହୋଇନଥିଲେ, ଯାହାକୁ ନେଇ ସୋମାଲିକା ଜଗତ୍‌ସିଂହପୁର ଥାନାରେ ଯୌନ ନିର୍ଯାତନା, ବଳାତ୍କାର ମାମଲା ଦାଏର କରିଥିଲେ। ଏହାକୁ ନେଇ ରାଜନୈତିକ ହଟଚମଟ ହୋଇଥିଲା। ଏହି ମାମଲାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିି ନ ଥିଲା। ରାଜ୍ୟ ସରକାର ବି କୌଣସି ପଦକ୍ଷେପ ନେଇ ନ ଥିଲେ। ଫଳରେ ସୋମାଲିକା ନ୍ୟାୟ ପାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲା ଅଦାଲତରେ ବିଚାରାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ଏମ୍‌ପିଙ୍କ ନାଁରେ ବଡ଼ ଅଭିଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ

ପୁରୁଣା ଭୁବନେଶ୍ୱର,୨୧ା୫(ସୁବାସ ଚନ୍ଦ୍ର ପ୍ରଧାନ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ...

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଶାହା

ଭୁବନେଶ୍ୱର, ୨୧ା୫(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନକୁ ନିଜ ସପକ୍ଷରେ ପୂର୍ଣ୍ଣ ବହୁମତ ସହ ନେବା ଲାଗି ଭାଜପା ନିଜର ଜୋରଦାର ଉଦ୍ୟମ ଚଳାଇଛି। ଭାଜପାର ନିର୍ବାଚନୀ ପ୍ରଚାରକୁ...

ଅଧ ରାତିରେ କ୍ଷମା ମାଗିଲେ ସମ୍ବିତ ପାତ୍ର: କହିଲେ, ମୋ ଭୁଲ୍‌ ପାଇଁ ଆଗାମୀ ୩ ଦିନ ଉପବାସ କରିବି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୧।୫:ଓଡିଶାର ପୁରୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ସମ୍ମିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି କ୍ଷମା ମାଗିଛନ୍ତି।...

ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ବଡ଼ ଝଟକା

ଭୁବନେଶ୍ୱର,୨୦।୫: ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ଝଟକା। ସୋମବାର ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର ଶତାଧିକ ମୁଣ୍ଡା ସମ୍ପ୍ରଦାୟର ଲୋକ ଭାଜପାରେ ସାମିଲ ହୋଇଛନ୍ତି। ଆଜି ବାଙ୍ଗିରିପୋଷିରେ...

ଭାଜପାରୁ ବହିଷ୍କୃତ ହେଲେ ପୂର୍ବତନ ଏମ୍‌ପି ଐର ଖାରବେଳଙ୍କ ସମେତ ୫ ନେତା

ଭୁବନେଶ୍ୱର,୨୦।୫: ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଭାଜପା ସୋମବାର ଦଳରୁ ବହିଷ୍କାର କରିଛି । ଖାରବେଳଙ୍କ ସମେତ ରେମୁଣାର ବିଜୟ କୁମାର...

ସମୀର ଦାଶଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୦।୫: ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ବରିଷ୍ଠ ନେତା ସମୀର ରଞ୍ଜନ ଦାଶଙ୍କୁ ଦଳ ସୋମବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି। ଦଳ ସମୀରଙ୍କୁ ରାଜ୍ୟ...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ପୋଲିଂ କର୍ମଚାରୀଙ୍କୁ ତାଲା ପକାଇଦେଲେ ଗ୍ରାମବାସୀ

ଭୁବନେଶ୍ୱର,୨୦।୫: ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ କେତେକ ସ୍ଥାନରେ ବିଶୃଙ୍ଖଳା ଘଟିଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri