୧୪ ହାତୀ ଚଲାପଥରୁ ୧୦ ଅଚଳ

ଯାଜପୁର,୪ା୧୦(ହର୍ଷବର୍ଦ୍ଧନ ବେହେରା)ରାଜ୍ୟରେ କେତୋଟି ହାତୀ ଚଲାପଥ ବା ଏଲିଫ୍ୟାଣ୍ଟ କରିଡର ରହିଛି, ସେ ନେଇ ଏଯାଏ କୌଣସି ନିର୍ଦ୍ଦିଷ୍ଟ ସୂଚନା ହସ୍ତଗତ ହୋଇ ପାରିନାହିଁ। ବିଭିନ୍ନ ସଂସ୍ଥା ଦ୍ୱାରା ଓଡ଼ିଶାର ହାତୀ ଚଲାପଥଗୁଡିକୁ ଭିନ୍ନ ଭିନ୍ନ ଭାବେ ଚିହ୍ନଟ କରାଯାଇଛି। ଗତ ୨୬ା୯ା୨୦୨୩ରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଭିନ୍ନ ବନଖଣ୍ଡ ଅଧିକାରୀ ଏବଂ କ୍ଷେତ୍ର ସଂସ୍ଥାଗୁଡିକଠାରୁ ପ୍ରାପ୍ତ ତଥ୍ୟକୁ ଆଧାର କରି ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ଏଭଳି ଦର୍ଶାଇଛନ୍ତି। ସେ ତାଙ୍କ ଉତ୍ତରରେ ଆହୁରି ଦର୍ଶାଇଛନ୍ତି, ୨୦୦୫ରେ ଓ୍ବାଇଲ୍ଡ ଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଟିଆଇ) ରାଜ୍ୟରେ ୯ଟି ହାତୀ କରିଡର ଥିବା ଚିହ୍ନଟ କରିଥିଲା। ୨୦୧୦ରେ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ଗଜ ରିପୋର୍ଟରେ ୯ଟି ହାତୀ କରିଡରକୁ ଅଗ୍ରାଧିକାର ଭିତ୍ତିରେ ବିଭକ୍ତ କରାଯାଇଛି। ସେହିପରି ୨୦୧୧-୧୨ରେ ଓଡ଼ିଶା ସରକାରଙ୍କ ଦ୍ୱାରା ୧୪ଟି ହାତୀ କରିଡର ଥିବା ଚିହ୍ନଟ କରାଯାଇଥିଲା। ୨୦୧୭ରେ ପୁଣିଥରେ ଡବ୍ଲ୍ୟୁଟିଆଇ ଦ୍ୱାରା ପ୍ରକାଶିତ ରିପୋର୍ଟରେ ରାଜ୍ୟରେ ୧୨ଟି ହାତୀ ଚଲାପଥ ଥିବାର ଉଲ୍ଲେଖ କରାଯାଇଛି। ଏହାବ୍ୟତୀତ ଏସିଆନ ନେଚର କନଜର୍‌ଭେଶନ ଫାଉଣ୍ଡେଶନ(ଏଏନ୍‌ସିଏଫ୍‌) ଦ୍ୱାରା ପ୍ରକାଶିତ ରିପୋର୍ଟରେ ୧୪ଟି ହାତୀ କରିଡର ଥିବାବେଳେ ସେଥିରୁ ୧୦ଟି ଅଚଳ ରହିଛି। ଉକ୍ତ ରିପୋର୍ଟରେ ଗୋଟିଏ ନୂତନ ହାତୀ ଚଲାପଥ ଚିହ୍ନଟ ହୋଇଛି। ଏହିକ୍ରମରେ ହାତୀ ଚଲାପଥଗୁଡିକର ଚିହ୍ନଟ, ପରିଚାଳନା ଏବଂ ଆଇନଗତ ସୁରକ୍ଷା ପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରାଯାଇଛି । ଏହାବାଦ୍‌ ୨୦୧୮-୧୯ରୁ ୨୦୨୨-୨୩ ପର୍ଯ୍ୟନ୍ତ ଗତ ୫ ବର୍ଷରେ ହାତୀ ଚଲାପଥଗୁଡିକର ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନାରେ ୧୧୫ କୋଟି ୬୬ ଲକ୍ଷ ୩୬ ହଜାର ୭୫୦ଟଙ୍କା ବ୍ୟୟବରାଦ କରାଯାଇଛି ା ସେଥିରୁ ୧୧୪ କୋଟି ୩୪ ଲକ୍ଷ ୭୪ ହଜାର ୯୩୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି।
ଅଗଷ୍ଟ ୨୦୧୦ରେ ହାତୀମାନଙ୍କ ସୁରକ୍ଷା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇ ‘ଗଜ’ ନାମରେ ଏକ ଯୋଜନା ପ୍ରଣୟନ ହୋଇଥିଲା। ଏହି କ୍ରମରେ ଓଡ଼ିଶା ଚିଫ୍‌ କନଜରଭେଟର ଅଫ୍‌ ଫରେଷ୍ଟ ରାଜ୍ୟରେ ୮୭୦.୬୧ ବର୍ଗ କିମି ଅଞ୍ଚଳକୁ ନେଇ ୪୨୦.୮ କିମି. ଲମ୍ବ ଓ ୦.୦୮ ରୁ ୪.୬ କିମି. ଓସାର ବିଶିଷ୍ଟ ୧୪ଟି ହାତୀ କରିଡର ଏବଂ ୩ଟି ହାତୀ ସଂରକ୍ଷିତ ଅଞ୍ଚଳ(ଏଲିଫ୍ୟାଣ୍ଟ ରିଜର୍ଭ) ସମ୍ପର୍କରେ ସୂଚନା ଦେଇଥିଲେ। ହେଲେ ଏହି ସବୁ ହାତୀ ଚଲାପଥ ଓ ସଂରକ୍ଷିତ ଅଞ୍ଚଳଗୁଡିକର ଉପଯୁକ୍ତ ପରିଚାଳନା ଅଭାବରୁ ୨୦୨୦-୨୧ ସୁଦ୍ଧା ରାଜ୍ୟରେ ୮୪୩ଟି ହାତୀଙ୍କ ମୃତ୍ୟୁ ହୋଇଛି। ଏଏନ୍‌ସିଏଫ୍‌ ଦ୍ୱାରା ଚିହ୍ନଟ ୧୪ଟି ହାତୀ ଚଳାପଥ (ଏଲିଫ୍ୟାଣ୍ଟ୍‌ କରିଡର) ଉପରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ରେ ଏକ ମାମଲା(ନଂ. ୧୨୯/୨୦୧୬/ଇଜେଡ) ରୁଜୁ ହୋଇଥିଲା। ପ୍ରାୟ ୨ ବର୍ଷ ତଳେ ଏନ୍‌ଜିଟି ପକ୍ଷରୁ ଏହି ମାମଲା ଉପରେ ପରିବେଶ ସୁରକ୍ଷା ଆଇନ ଅନୁଯାୟୀ ୨ ମାସ ମଧ୍ୟରେ ହାତୀ ଚଳାପଥ ସଂକ୍ରାନ୍ତରେ ଅଧିସୂଚନା ଜାରି କରାଯାଇ ଏକ କାର୍ଯ୍ୟାନ୍ବୟନ ଯୋଜନା(ଆକ୍ସନ ପ୍ଲାନ) ରିପୋର୍ଟ ଦାଖଲ କରିବାକୁ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ହୋଇଥିଲା। ଏହାଦ୍ୱାରା ବନ୍ୟଜନ୍ତୁ ସୁରକ୍ଷା ଆଇନ ତଥା ପରିବେଶ ସମ୍ବେଦନଶୀଳ ଅଞ୍ଚଳ ପ୍ରାବଧାନରେ ରହିଥିବା କଟକଣା ହାତୀଚଲା ପଥ ଯୋଜନାରେ ମଧ୍ୟ ଲାଗୁ ହୋଇପାରିବ ବୋଲି ପରିବେଶବିତ୍‌ମାନେ ଆଶାବ୍ୟକ୍ତ କରିଥିଲେ। ହେଲେ ଏହି ଆକ୍ସନ ପ୍ଲାନ୍‌ ଏଯାଏ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ପାରି ନ ଥିବା ମତପ୍ରକାଶ ପାଇଛି।
ହାତୀ ଚଲାପଥ, ବାସସ୍ଥାନର ସଂରକ୍ଷଣ ଓ ଅଭିବୃଦ୍ଧି ନିମନ୍ତେ ୨୦୧୮-୧୯ରେ ୧୪ କୋଟି ୩୮ ଲକ୍ଷ ୮୦୦ ଟଙ୍କା, ୨୦୧୯-୨୦ରେ ୨୧ କୋଟି ୯୯ ଲକ୍ଷ ୬୦ ଟଙ୍କା, ୨୦୨୦-୨୧ରେ ୩୧ କୋଟି ୩୪ ଲକ୍ଷ ୪୦୦ ଟଙ୍କା, ୨୦୨୧-୨୨ରେ ୨୫ କୋଟି ୪୫ ଲକ୍ଷ ୭୫ ଟଙ୍କା ଏବଂ ୨୦୨୨-୨୩ରେ ୨୨ କୋଟି ୪୯ ଲକ୍ଷ ୩୩ ଟଙ୍କା ବ୍ୟୟ ବରାଦ ହୋଇଛି। ଏଥିରୁ ୧ କୋଟି ୩୧ ଲକ୍ଷ ୬୧ ହଜାର ୮୧୯ ଟଙ୍କା ଏଯାଏ ଖର୍ଚ୍ଚ ହୋଇ ପାରିନାହିଁ। ତେବେ ଉପରୋକ୍ତ ଅର୍ଥର ସଦ୍‌ବିନିଯୋଗ କରାଗଲେ ହାତୀ ମଣିଷ ଲଢେଇର ଅନ୍ତ ହେବା ସହ ହାତୀମାନେ ସୁରକ୍ଷିତ ଭାବେ ଚଳପ୍ରଚଳ କରି ପାରିପାରିବେ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri