ବାଟ ହୁଡ଼ିଛି ଡିଏମ୍‌ଏଫ୍‌

ଯାଜପୁର,୩୦ା୯(ହର୍ଷବର୍ଦ୍ଧନ ବେହେରା): ଜୁଲାଇ ୨୦୨୩ ସୁଦ୍ଧା ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରେ ସମୁଦାୟ ୨୩୧୫୧.୧୫ କୋଟି ଟଙ୍କା ସଂଗ୍ରହ ହୋଇଛି। ଏଥିରେ ରାଜ୍ୟର ୮ ପ୍ରମୁଖ ଜିଲା ଅନୁଗୋଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା ଓ ସୁନ୍ଦରଗଡ଼କୁ ସାମିଲ କରାଯାଇଛି। ସେଥିମଧ୍ୟରୁ ଯାଜପୁର ଜିଲାରେ ୧୮୯୭.୮୭ କୋଟି ଟଙ୍କା ସଂଗ୍ରହ ହୋଇଛି। ଏଥିରେ ୪,୧୦୧ଟି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଥିବାବେଳେ ସେଥିରୁ ୨,୯୮୧ଟି ଶେଷ ହୋଇଛି। ଏହିସବୁ ପ୍ରକଳ୍ପରେ ୧୦୩୫.୫୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଆବଣ୍ଟିତ ଅର୍ଥରୁ ଏହି ଖର୍ଚ୍ଚ ହେଉଛି ୪୦.୮୯% ବୋଲି ଡିଏମ୍‌ଏଫ୍‌ ସମୀକ୍ଷା ରିପୋର୍ଟରୁ ସ୍ପଷ୍ଟ ହୋଇଛି। କେବଳ ଖଣି ଖାଦାନ ଭରା ଅଞ୍ଚଳର ବିକାଶ ପାଇଁ ଡିଏମ୍‌ଏଫ୍‌ ଖର୍ଚ୍ଚ କରାଯିବ ବୋଲି ଆକ୍ଟରେ ଦର୍ଶାଯାଇଛି। କିନ୍ତୁ କେତେଜଣ ପ୍ରଭାବଶାଳୀ ଗୋଷ୍ଠୀଙ୍କ ସ୍ବାର୍ଥ ସାଧନ ପାଇଁ ଜିଲାସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇ ଯାଜପୁର ଜିଲା ସାରା ଏହି ପାଣ୍ଠି ଖର୍ଚ୍ଚ କରାଯାଉଛି। ଫଳରେ ବାସ୍ତବରେ ଉପକୃତ ହେବାକୁ ଥିବା ସୁକିନ୍ଦା ଖଣି ଅଞ୍ଚଳବାସୀଙ୍କ ବିକାଶ ପ୍ରକ୍ରିୟା ବିଳମ୍ବ ହେଉଥିବା ମତପ୍ରକାଶ ପାଇଛି। ତେଣୁ ଏବେବି ତୁମୁଣି, ଗୁହିଆଶାଳ ଭଳି ଅନେକ ଅପହଞ୍ଚ ଗ୍ରାମ ଦେଖିବାକୁ ମିଳୁଛି। ଏହାସହ ଶିକ୍ଷା କ୍ଷେତ୍ରକୁ ସେତେଟା ଗୁରୁତ୍ୱ ଦିଆ ନ ଯାଇ ଠିକାଦାର ପୋଷା ନୀତିରେ ନିର୍ମାଣ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା କୁହାଯାଉଛି।
ଡିଏମ୍‌ଏଫ୍‌ରେ ଶିକ୍ଷା ଓ ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦେବାକୁ ଦାବି ହେଉଥିଲେ ହେଁ ଠିକାଦାରମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିର୍ମାଣ କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ମିଳୁଛି। ଏହିକ୍ରମରେ ୮ ଜିଲା କଥାକୁ ଯଦି ବିଚାରକୁ ନିଆଯାଏ ତେବେ ପୂର୍ତ୍ତ ବିଭାଗକୁ ସର୍ବାଧିକ ୫୭୩୦.୬୯ କୋଟି, ଦ୍ୱିତୀୟରେ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗକୁ ୫୨୦୨.୪୧ କୋଟି ଏବଂ ତୃତୀୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୨,୭୭୦.୫୧ କୋଟି ଟଙ୍କା ବଣ୍ଟନ ହୋଇଛି। ସ୍ବାସ୍ଥ୍ୟକ୍ଷେତ୍ରକୁ ୬ଷ୍ଠ ସ୍ଥାନରେ ରଖାଯାଇ ୧,୨୨୦.୮୨ କୋଟି ଟଙ୍କା ବଣ୍ଟନ କରାଯାଇଛି। ଏହାବାଦ୍‌ ରିପୋର୍ଟ ଅନୁସାରେ ପୂର୍ତ୍ତ, ପାନୀୟ ଜଳଯୋଗାଣ, ଶିକ୍ଷା, ଗ୍ରାମ୍ୟ ନିର୍ମାଣ, ସ୍ବାସ୍ଥ୍ୟ, ଜଳ ସମ୍ପଦ, ଗୃହ ଓ ନଗର ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ଏସ୍‌ଟି,ଏସ୍‌ସି ଇତ୍ୟାଦି ବିଭାଗରେ ଆବଣ୍ଟିତ ଅର୍ଥର ଶତପ୍ରତିଶତ ଖର୍ଚ୍ଚ କରାଯାଇପାରିନାହିଁ। ଶତାଧିକ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ଜଣାପଡିଛି। ଯାଜପୁର ଜିଲାର ଖଣି ଅଞ୍ଚଳକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ଡିଏମ୍‌ଏଫ୍‌ ପାଣ୍ଠିରୁ ପ୍ରାୟ ୯୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ କାଳିଆପାଣି ଖଣି ଅଞ୍ଚଳବାସୀ ଏହି ପ୍ରକଳ୍ପରୁ ବୁନ୍ଦାଏ ପାଣି ସେମାନଙ୍କ ଜମି ପାଇଁ ପାଇ ନ ଥିବା ଅଭିଯୋଗ ହେଉଛି। ସେହିପରି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୭ କୋଟି ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ କୌଣସି ଜମିରେ ୨ ଫସଲି ଚାଷ ଏଯାଏ ହୋଇ ପାରିନାହିଁ। ଶିକ୍ଷା କ୍ଷେତ୍ରକୁ ଅବଲୋକନ କଲେ ଏଯାଏ କାଳିଆପାଣି ଖଣି ଅଞ୍ଚଳରେ ଏକ ଯୁକ୍ତଦୁଇ କଲେଜ ପ୍ରତିଷ୍ଠା ହୋଇ ପାରିନାହିଁ। କୁହିକାରେ ଯୁକ୍ତଦୁଇ କଲେଜ ନିର୍ମାଣାଧୀନ ରହିଛି। ସେହିପରି କାଳିଆପାଣି ଅଞ୍ଚଳରେ ନିକଟରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଥିଲେ ହେଁ ଆବଶ୍ୟକ ଡାକ୍ତର ନାହାନ୍ତି। ଖଣି ଅଞ୍ଚଳରେ ଶିକ୍ଷା ଏବଂ ସ୍ବାସ୍ଥ୍ୟକୁ ଅଣଦେଖା କରାଯାଉଥିବାର କାରଣ ଲୋକେ ଏବେ ଖୋଜିବାକୁ ଲାଗିଲେଣି। ଏହି ଖଣି ଅଞ୍ଚଳରେ ଗତ ୩ ଦଶନ୍ଧି ହେଲା ଗୋଟିଏ ପରିବାରର ଶାସନ କରି ଆସୁଛନ୍ତି। ଏକାଧିକ ଥର ମନ୍ତ୍ରୀପଦରେ ଅଳଙ୍କୃତ ହୋଇ ପାରିଛନ୍ତି। କିନ୍ତୁ ନଗଡ଼ା, ଗୁହିଆଶାଳ, ତୁମୁଣି ଗ୍ରାମ ଭଳି ଅବହେଳିତ ଅଞ୍ଚଳର ଚିତ୍ର ଏବେ ବି ଦେଖିବାକୁ ମିଳିଛି। ଏଠାରେ ଏକାଧିକ ଖଣି ରହିଥିଲେ ହେଁ ଗରିବ ଲୋକ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳିଛି। କେତେଜଣ ପ୍ରଭାବଶାଳୀ ନେତାଙ୍କ ଆର୍ଥିକ ସ୍ଥିତି ମଜଭୁତ ହେଉଥିବାବେଳେ ଗରିବ ଲୋକ ଆହୁରି ଗରିବ ହେଉଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri