ସାପ ଧରିିବା ସହ ସଚେତନ କରୁଛନ୍ତି ରିୟା

ଖୋର୍ଦ୍ଧା,୨୬ା୯(ପ୍ରଭାତ ପାଣିଗ୍ରାହୀ):ସାଧାରଣତଃ ସାପ ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶିିଯାଏ। ସାପ କାମୁଡିଲେ ଗାଁ ଗହଳିରେ ଲୋକେ ଏବେ ବି ଝଡ଼ାଫୁଙ୍କା କିମ୍ବା ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି। ଏପରି ଅନ୍ଧ ବିଶ୍ୱାସ ସମ୍ପର୍କରେ ଜନସଚେତନତା ସୃଷ୍ଟି ସହ ମଣିଷ ଓ ଜୀବଜନ୍ତୁଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ଅଣ୍ଟା ଭିଡ଼ିିଛନ୍ତି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ ପଞ୍ଚାୟତ ମୁକ୍ତାପୁର ଗ୍ରାମର ବିପିନ ନାୟକ ଏବଂ ତାଙ୍କ ସ୍ତ୍ରୀ ରିୟା। ଏହି ଦମ୍ପତି ରାତି ପାହିଲେ ଆଖପାଖ ଗାଁରେ ବୁଲି ବିଷଧର ସାପକୁ ଧରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଥାନ୍ତି। ସାପ ଧରିବା ପାଇଁ ସେମାନେ କାହାରିଠାରୁ ପାରିଶ୍ରମିକ ନିଅନ୍ତି ନାହିଁ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ସାପ ଧରି ସାରିଥିବା ରିୟା କହିଛନ୍ତି। ରିୟା ଜଣେ ଗୃହିଣୀ। ତେବେ ସେ ମଧ୍ୟ ସ୍ବାମୀଙ୍କ ସହ ମିଶି ସାପ ଧରନ୍ତି। ଅତି ଅକ୍ଳେଶରେ ସେ ସାପକୁ ଧରିଥାନ୍ତି। ତାଙ୍କ ସାହସ ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟାନ୍ବିତ ହୋଇଥାନ୍ତି।
କେଉଁଠୁ ଖବର ଆସିଲେ, ସାପ ଧରିବାକୁ ବିପିନ ଓ ରିୟା ବାହାରିପଡ଼ନ୍ତି। ଉଭୟ ମିଶି ସାପକୁ କାବୁ କରିନେଇଥାନ୍ତି। ବିନା ପ୍ରଶିକ୍ଷଣରେ ବିପିନ ସାପ ଧରିବାରେ ଓସ୍ତାଦ୍‌ ପାଲଟିଥିବା ବେଳେ ତାଙ୍କଠାରୁ ମାତ୍ର ୨ମାସର ପ୍ରଶିକ୍ଷଣ ନେଇ ରିୟା ମଧ୍ୟ ଏଥିରେ ବେଶ ପାରଙ୍ଗମ। ହାତରେ ଖଣ୍ଡେ ବାଡ଼ି ଧରି ରିୟା ବିଷଧର ସାପକୁ କାବୁ କରିଥାନ୍ତି।
ବିପିନ କହନ୍ତି, ଥରେ କୂଅରେ ଏକ ବଳଦ ଖସିପଡ଼ିଥିଲା। ସେହି ସମୟରେ ବଳଦ ଏବଂ ନିଜକୁ ରକ୍ଷା କରିବାକୁ ଯାଇ କୂଅ ଭିତରେ ଥିବା ଏକ ସାପର ମୁଣ୍ଡକୁ ସେ ଧରି ନେଇଥିଲେ। ପରବର୍ତ୍ତୀ ସମୟରେ ଜୀବଜନ୍ତୁଙ୍କ ପ୍ରତି ତାଙ୍କ ମନରେ କରୁଣା, ଦୟାଭାବ ଜାଗ୍ରତ ହୋଇଥିଲା। ଏଣିକି ସମସ୍ତ ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ରଖିବା ସହ ସେମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ ସେ ମହାଦେବଙ୍କ ଦର୍ଶନ କରି ସଂକଳ୍ପ ନେଇଥିଲେ। ପୂର୍ବରୁ ତାଙ୍କ ଗାଁରେ କୌଣସି ଲୋକଙ୍କୁ ସାପ କାମୁଡିଲେ, ଲୋକେ ମହାଦେବଙ୍କ ମନ୍ଦିର ଅଥବା ଝଡ଼ାଫୁଙ୍କା ଉପରେ ବିଶ୍ୱାସ କରୁଥିଲେ। ଏଥିପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସେ ସାପ ଧରିବା ଆରମ୍ଭ କରିଥିଲେ। ଏଥିଲାଗି କୌଣସି ସ୍ଥାନରୁ ପ୍ରଶିକ୍ଷଣ ଗ୍ରହଣ କରି ନ ଥିବା ସତ୍ତ୍ୱେ ସେ ଜଣେ ସଫଳ ସାପ ଧରାଳି ଭାବେ ପରିଚିତ। ବୟସ ବଢିବା ସହିତ ଏହା ତାଙ୍କର ନିଶାରେ ପରିଣତ ହୋଇଗଲା। ଏଥିଲାଗି ସେ କାହାଠାରୁ ପାରିଶ୍ରମିକ ନିଅନ୍ତି ନାହିଁ। ସାପ କାମୁଡ଼ିିଲେ, ଗୁଣିଆ ନିକଟକୁ କିମ୍ବା ମନ୍ଦିର ଯିବା ପରିବର୍ତ୍ତେ ନିକଟସ୍ଥ ମେଡିକାଲକୁ ଯିବାଲାଗି ଲୋକଙ୍କୁ ସେ ସଚେତନ କରନ୍ତି।
ବିପିନଙ୍କୁ ବିବାହ କରିବା ପରେ ରିୟା ଏହି ସାମାଜିକ ସଚେଚତନା କାର୍ଯ୍ୟ ପ୍ରତି ପ୍ରଭାବିତ ହୋଇଥିଲେ। ସେ ମଧ୍ୟ ତାଙ୍କ ସହ ମିଶି ସାପ ଧରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ରିୟା କୁହନ୍ତି, ମୁଁ ମଧ୍ୟ ସାପ ଧରିବା ପାଇଁ ସ୍ବାମୀଙ୍କୁ କହିଥିଲି। ତା’ ପରଦିନ ଠାରୁ ସେ ମୋତେ ସାପ ଧରିବାର କୌଶଳ ଶିକ୍ଷା ଦେଇଥିଲେ। ବିଷଧର ସାପକୁ କିପରି ସାବଧାନତା ପୂର୍ବକ ଧରାଯିବ, ସେଥିପ୍ରତି ପ୍ରଶିକ୍ଷଣ ଦେଇଥିଲେ। ଦୁଇ ମାସ ପ୍ରଶିକ୍ଷଣ ପାଇବା ପରେ ସ୍ବାମୀଙ୍କ ସହ ମିଶି ସାପ ଧରିବାକୁ ଯାଉଛି। ସେହିପରି ଘରେ କୌଣସି କାମରେ ବ୍ୟସ୍ତ ଥିବାବେଳେ ଲୋକଙ୍କ ଘରେ ସାପ ପଶିଥିବା ଖବର ଆସିଲେ, କାମ ଅଧାରୁ ଛାଡ଼ି ଯିବାକୁ ପଡ଼େ। ସାପ ଧରିବାରେ ନିଜ ଜୀବନ ପ୍ରତି ବିପଦ ମଧ୍ୟ ରହିଛି। ତଥାପି ଲୋକଙ୍କୁ ସହଯୋଗ ଏବଂ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସ୍ବାମୀଙ୍କ ସହ ମୁଁ ନିଜକୁ ସାମିଲ କରିଛି। ଲୋକେ ସାପକୁ ମାରନ୍ତୁ ନାହିଁ। ଲୋକେ ଅନ୍ଧ ବିଶ୍ୱାସରେ ନ ପଡ଼ି ସାପ କାମୁଡ଼ିଲେ ମେଡିକାଲକୁ ଯାଆନ୍ତୁ ବୋଲି ରିୟା ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri