କେରୁଣା-କୋତପୁର ରାସ୍ତା କାର୍ଯ୍ୟରେ ଅନିୟମିତତା

ପ୍ରୀତିପୁର,୨୪।୯(ସୁଶାନ୍ତ ବେହୁରିଆ): ସରକାର ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ପ୍ରତ୍ୟେକ ବର୍ଷ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଉପଯୁକ୍ତ ତଦାରଖ ଓ ଠିକାଦାର ପ୍ରୀତି ଯୋଗୁ ବହୁ ରାସ୍ତା କାର୍ଯ୍ୟରେ ଅନିୟମିତତା ଦେଖାଦେବା ସହିତ କାର୍ଯ୍ୟରେ ସ୍ଥାୟିତ୍ୱ ପ୍ରତି ଆଶଙ୍କା ସୃଷ୍ଟି ହେଉଛି। ଯାହାର ଏକ ଉଦାହରଣ ବିଞ୍ଝାରପୁର ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ଅଧୀନ ବିଞ୍ଝାରପୁର ସେକ୍ସନର କେରୁଣାଠାରୁ କୋତପୁର ଭାୟା ମାନସିଂହ ପାଟଣା, ଧୋବକୋଇଲି, ଚାଉଳିଆ ଓ ଦକ୍ଷିଣବନ୍ଧ ରାସ୍ତା କାର୍ଯ୍ୟରେ ଦେଖାଯାଇଛି। ଏହି ରାସ୍ତା ନିର୍ମାଣ ହେଲେ ଦଶରଥପୁର ବ୍ଲକର ଅସନପୁର, କନିକାପଡ଼ା, ପାଲଟପୁର, ଥାଲକୁଡ଼ି ଓ ଖାନନଗର ପଞ୍ଚାୟତର ୨୦ହଜାରରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହେବେ। ଏହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ନିର୍ମାଣ ଅଟକଳର ମୂଲ୍ୟ ୩ କୋଟି ୯୦ ଲକ୍ଷ ୫୮ ହଜାର ଓ ଏହାର ୫ ବର୍ଷ ରକ୍ଷଣାବେକ୍ଷଣ ଅଟକଳ ମୂଲ୍ୟ ୨୭ ଲକ୍ଷ ୩୦ ହଜାର ଟଙ୍କା ରହିଛି। ୧୯ା୧୦ା୨୦୨୨ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୮ା୭ା୨୦୨୩ରେ ସମାପ୍ତ ହେବାକୁ ଚୁକ୍ତି ହୋଇଥିଲା। ହେଲେ ଅବଧିର ୨ ମାସ ଅତିକ୍ରାନ୍ତ ପରେ ସୁଦ୍ଧା ରାସ୍ତା କାର୍ଯ୍ୟ ୨୫ ପ୍ରତିଶତ ସମାପ୍ତ ହୋଇନାହିଁ। ରାସ୍ତାର ମଧ୍ୟ ଭାଗ ୩.୭୫ ମିଟର ପ୍ରସ୍ଥ ଥିବାବେଳେ ଉଭୟ ପାର୍ଶ୍ୱ ଆପ୍ରୋଚକୁ ମିଶାଇ ଏହା ୬ ମିଟର ରାସ୍ତାରେ ପରିଣତ ହେବ। ମୋଟ୍‌ ରାସ୍ତାରୁ ୨ କି.ମି. ୬୫୪ ମିଟର ରାସ୍ତା ପିଚୁ ଓ ୪ କି.ମି. ୫୯୨ ମିଟର ରାସ୍ତାର ଫେବର ବ୍ଲକ ବିଛାଯିବ। ବର୍ତ୍ତମାନ କେରୁଣା ଗ୍ରାମରେ ମେଟାଲିଂ କାର୍ଯ୍ୟ ଚାଲୁରହିଥିବାବେଳେ ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ରାସ୍ତାରେ ସର୍ବନିମ୍ନ ୪ ଇଞ୍ଚର ମେଟାଲ ବିଛାଯିବାର ନିୟମ ରହିଥିବାବେଳେ ଏଠାରେ ମାତ୍ର ୩ ଇଞ୍ଚରୁ କମ ମୋଟେଇର ମେଟାଲ ବିଛା ଯାଉଥିବା ଦେଖାଯାଇଛି।
ମେଟାଲିଂ କାର୍ଯ୍ୟରେ ମେଟାଲ ପରିମାଣ କମ୍‌ ଓ ଡଷ୍ଟର ପରିମାଣ ଅଧିକ ରହୁଛି। ସେହିପରି ଦାମୋଦରପୁର ଗ୍ରାମରେ ଫେବର ବ୍ଲକ କାର୍ଯ୍ୟ ଚାଲିଥିବାବେଳେ ଏହା ତଳେ ଖୁବ କମ ପରିମାଣରେ ବାଲି ବିଛା ଯିବା ଯୋଗୁ ରାସ୍ତା ଖାଲ ଢିପ ଦେଖାଯାଉଛି। ଫଳରେ ସାମାନ୍ୟ ବର୍ଷାରେ ବର୍ଷାଜଳ ଓ ମାଟି କାଦୁଅ ଆସି ରାସ୍ତାରେ ଜମାହେଉଛି। ରାସ୍ତା କାର୍ଯ୍ୟରେ ନିମ୍ନମାନର ସିମେଣ୍ଟ, ଗୋଡି ସହ ମାଟି/କାଦୁଅ ମିଶା ବାଲି ବ୍ୟବହାର କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଅଗୋଚରରେ ଠିକାଦାର ନିମ୍ନମାନର କାର୍ଯ୍ୟ କରୁଛନ୍ତି। ସେ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗକୁ ଭୃକ୍ଷେପ କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟରେ ହେଉଥିବା ଅନିୟମିତତାର ତଦନ୍ତ କରି ଦାୟୀ ଠିକାଦାର ଓ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି ହୋଇଛି। ଏ ସମ୍ପର୍କରେ ଗ୍ରାମ ଉନ୍ନୟନ ବିଭାଗ ବିଞ୍ଝାରପୁର ସେକ୍ସନ ଦାୟିତ୍ୱରେ ଥିବା ଯନ୍ତ୍ରୀ ଅଶୋକ କୁମାର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ଏହା ଉପରେ ତଦାରଖ କରିବେ। ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଜ୍ୟୋତିରଞ୍ଜନ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri