୪ ବର୍ଷ ପରେ ବି ବହୁ ଚାଷୀ ଉପେକ୍ଷିତ

ନୟାଗଡ,୨୧।୯(ଲୋକନାଥ ମିଶ୍ର) କାଳିଆ ଯୋଜନା ହେବାର ଇତିମଧ୍ୟରେ ବିତି ଯାଇଛି ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ । ହେଲେ ସବୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ଯୋଜନାରେ ସାମିଲ ହୋଇ ପାରି ନ ଥିବା ଅଭିଯୋଗ ହୋଇ ଆସୁଛି । ସରକାରୀସ୍ତରରେ ନୂଆ ଚାଷୀଙ୍କୁ ଅଭିଯୋଗ ମାଧ୍ୟମରେ ପୁଣି ଯୋଜନାରେ ସାମିଲ କରି କାଳିଆ ସହାୟତା ଯୋଗାଇ ଦିଆଯାଉଛି । ହେଲେ କୃଷି ବିଭାଗ ପକ୍ଷରୁ ସଚେତନତା ନ ଥିବାରୁ ନୟାଗଡ ଜିଲାରେ ଅନେକ ଚାଷୀ ଯୋଜନାରେ ସାମିଲ ହେବାକୁ ଆବେଦନ କରି ପାରୁ ନ ଥିବା ଅଭିଯୋଗ ହୋଇଛି ।
ଏଣୁ ଦଳେ ଚାଷୀ ସରକାରୀ ଅନୁଦାନ ପାଉଥିବାବେଳେ ଅନ୍ୟ କେତେଜଣ ଚାଷୀ ସରକାରୀ ସହାୟତା ନ ପାଇ ଦୁଃଖଦ ଜୀବନଯାପନ କରୁଛନ୍ତି । ନୂଆ ଚାଷୀ କାଳିଆ ଯୋଜନାରେ ସାମିଲ ହେବାକୁ ହେଲେ ଜମିପଟା, ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ରାଶନ କାର୍ଡର କପି ସାମିଲ କରି ଦରଖାସ୍ତ କରିବାକୁ ପଡିବ। ଏହାର ଯାଞ୍ଚ ପରେ ଜିଲାସ୍ତରରେ ଅଭିଯୋଗକାରୀ ଚାଷୀ ଯୋଗ୍ୟ କି ଅଯୋଗ୍ୟ ଚୟନ କରାଯାଇ ଯୋଜନାରେ ସାମିଲ କରାଯିବ ।
ଅଯୋଗ୍ୟ ଥିଲେ ଯୋଜନାରୁ ବାଦ୍‌ ପଡିବ । ଏନେଇ କରଡା ରଘୁନାଥପୁର ଶାସନର ଚାଷୀ ଋଷିଆ ପ୍ରଧାନ କୁହନ୍ତି, ମୁଁ କାଳିଆ ଯୋଜନାରେ ସହାୟତା ପାଇଛି । ତେବେ ମୋତେ ଅଯୋଗ୍ୟ ଦର୍ଶାଇ ବାଦ୍‌ ପକାଯାଇଥିଲା । ମୋର ୧ମାଣ ପଦା ଜମି ଅଛି । ଯେଉଁଥିରେ ଫସଲ ହୁଏ ନାହିଁ । ମୁଁ ଭାଗଚାଷୀ ହୋଇଥିବାବେଳେ ମୋତେ ବାଦ୍‌ ପକାଇବା କେତେଦୂର ଠିକ୍‌ ବୋଲି କ୍ଷୋଭ ପ୍ରକାଶ କରିଥିଲେ ।
ମୋତେ ଅଯୋଗ୍ୟ କରାଯିବା ପରେ ପୁଣି ମୋତେ ଯୋଜନାରେ ସାମିଲ କରିବାକୁ ଆବେଦନ କରିଥିବା କହିଛନ୍ତି ।

୯୮୨ ଅଭିଯୋଗ ପଡି ରହିଛି
କାଳିଆ ଯୋଜନାରେ ସାମିଲ ହେବା ପାଇଁ ୨୩ ହଜାର ୭୩୨ ଚାଷୀ ଅଭିଯୋଗ କରିଥିଲେ । ଜିଲାସ୍ତରରେ ୨ ହଜାର ୭୫୦ ଚାଷୀଙ୍କ ଅଭିଯୋଗ ସମାଧାନ କରାଯାଇ ସେମାନଙ୍କୁ କାଳିଆ ଯୋଜନାରେ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି । ତେବେ ଜିଲାର ୯୮୨ ଚାଷୀଙ୍କ ଅଭିଯୋଗ ପଡି ରହିଛି । ୯୮୨ ଅଭିଯୋଗରୁ ୯୩ ଜଣ ଚାଷୀଙ୍କର ଜିଲାସ୍ତର ଅଭିଯୋଗରେ ପଡି ନାହିଁ । ଅବଶିଷ୍ଟ ୮୮୯ ଚାଷୀଙ୍କ କାଗଜପତ୍ର ଅସମ୍ପୂର୍ଣ୍ଣ ରହିଥିବାରୁ ସେମାନଙ୍କ ଫାଇଲ ଜିଲାସ୍ତରୀୟ ଅଭିଯୋଗ ଶୁଣାଣୀକୁ ଆସି ପାରୁ ନାହିଁ । ଯେଉଁମାନଙ୍କ କାଗଜପତ୍ର ଦାଖଲରେ ଭୁଲ ରହିଛି ସେମାନେ ସଂଶୋଧନ କରି ନେବାକୁ କୃଷି ବିଭାଗ ପକ୍ଷରୁ କୁହାଯାଇଛି । ହେଲେ ଚାଷୀଙ୍କ ପାଖରେ କୃଷି ବିଭାଗର ନିର୍ଦ୍ଦେଶ, ପରାମର୍ଶ ଅପହଞ୍ଚ ହୋଇ ରହୁଥିବାରୁ ଚାଷୀ ଉପକୃତ ହୋଇ ପାରୁ ନାହାନ୍ତି ।

ଚାଷୀଙ୍କ ଆକାଉଣ୍ଟକୁ ଗଲା ସହାୟତା
ଜିଲାର ୧ଲକ୍ଷ ୩ ହଜାର ୨୮୦ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୨୩୨୬ ଭୂମିହୀନ ଏପରି ମୋଟ୍‌ ୧ଲକ୍ଷ ୫ହଜାର ୬୦୬ ଚାଷୀ ରବି ଋତୁରେ କାଳିଆ ସହାୟତା ପାଇଛନ୍ତି । ସମ୍ପକ୍ତ ଚାଷୀଙ୍କ ଆକାଉଣ୍ଟକୁ ରବି ଋତୁ ସହାୟତା କାଳିଆ ଯୋଜନାର ୨ ହଜାର ଟଙ୍କା ଲେଖାଏଁ ୨୧ କୋଟି ୧୨ ଲକ୍ଷ ୧୨ ହଜାର ଟଙ୍କା ଡିବିଟିରେ ପଠା ଯାଇଛି । ଆକାଉଣ୍ଟକୁ କାଳିଆ ସହାୟତା ଯାଇଥିବା ନୟାଗଡ଼ ଆଖପାଖ ଅଞ୍ଚଳର ୧୦ ଚାଷୀଙ୍କୁ ଉତ୍ତରୀୟ ଦେଇ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ସମ୍ମାନିତ କରିଛନ୍ତି । ଖରିଫ ଋତୁରେ ଜିଲାର ୧ ଲକ୍ଷ ୫୨୧ ଚାଷୀଙ୍କ ଆକାଉଣ୍ଟକୁ ୨୦ କୋଟି ୩୦ ଲକ୍ଷ ୪୨ ହଜାର ଟଙ୍କା ଯାଇଥିଲା । ଖରିଫ ଓ ରବି ଋତୁର ଚାଷୀ ସହାୟତାକୁ ଦେଖିଲେ ରବି ଋତୁରେ ୫ ହଜାର ୮୫ ଚାଷୀ ଅଧିକ ସହାୟତା ପାଇଛନ୍ତି ।

ତଥ୍ୟ ଦେଇ ନ ପାରି ଅପଦସ୍ଥ
କାଳିଆ ଟଙ୍କା ରାଜ୍ୟ ସରକାର ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ପଠାଇବା ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଖବରଦାତା ସମ୍ମିଳନୀ କରାଯାଇଥିଲା ।
ଏଥିରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ, ଉଦ୍ୟାନବିତ୍‌ ଲଳିତ କୁମାର ପଣ୍ଡା, ସହକାରୀ ମୁଖ୍ୟ କୃଷି ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, କାଳିଆ ଯୋଜନାର ସ୍କିମ୍‌ ଅଫିସର ତୀର୍ଥ ପଟ୍ଟନାୟକ ଯୋଗ ଦେଇଥିଲେ ।
ଜିଲାରେ ରବି ଋତୁ ସହାୟତା ୧ଲକ୍ଷ ୫ ହଜାର ୬୦୬ ଚାଷୀଙ୍କ ଆକାଉଣ୍ଟକୁ ୨୧ କୋଟି ୧୨ ଲକ୍ଷ ୧୨ ହଜାର ଟଙ୍କା ସରକାର ପଠାଇଲେ ବୋଲିି ସୂଚନା ଦିଆଯାଇଥିଲା । ତେବେ ଜିଲାରେ କାଳିଆ ଯୋଜନାରେ କେତେ ଚାଷୀ ସହାୟତା ପାଉଛନ୍ତି, ଏଥିରୁ କେତେ ଭୂମିହୀନ ଓ ନାମ ମାତ୍ର ଚାଷୀ, କେତେ ଚାଷୀ ଅଯୋଗ୍ୟ ଘୋଷଣା ହୋଇଛନ୍ତି ଏପରି କିଛି ତଥ୍ୟ ଖବରଦାତାଙ୍କୁ ଦେଇ ନପାରି କୃଷି ବିଭାଗ ହଟହଟା ହୋଇଥିଲା ।ତେବେ ଜିଲାପାଳ ଏହାକୁ ଚତୁରତାର ସହ ଏଡାଇ ନେଇ ଖବରଦାତାଙ୍କୁ ପଛରେ ତଥ୍ୟ ଦେବାର ବ୍ୟବସ୍ଥା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବହୁତ ବିଳମ୍ବ ହେବା ପୂର୍ବରୁ ଆମେରିକା ସହିତ ଚୁକ୍ତି କରନ୍ତୁ.. ପୁଣି ଖୋଲା ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୧।୧: ଭେନେଜୁଏଲାରେ ଆମେରିକାର କାର୍ଯ୍ୟାନୁଷ୍ଠାନର କିଛି ଦିନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟୁବାକୁ କଡ଼ା ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ...

୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା

ଗଜପତି(ଗିରିଧାରୀ ପରିଛା)୧୧।୧: ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ନାମନଗଡ଼ ଗ୍ରାମରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିବାହର ୯ ମାସ ହୋଇଥିବା...

ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ପ୍ରଥମ ଦିନିକିଆ ଜିତିଲା ଭାରତ

ଭଦୋଦରା,୧୧।୧: ବିରାଟ କୋହଲିଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଭଦୋଦରାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ...

IPLରୁ ମୁସ୍ତାଫିଜୁର ବାଦ୍, ବାଂଲାଦେଶର ଅମ୍ପାୟରଙ୍କୁ ଭାରତ ଆସିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୧।୧: ଗତ କିଛି ଦିନ ହେବ BCCI ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। BCCI ନିର୍ଦ୍ଦେଶରେ KKR ଫ୍ରାଞ୍ଚାଇଜ୍ ଷ୍ଟାର୍...

କଟକରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

କଟକ,୧୧ା୧(କାର୍ତ୍ତିକ ସାହୁ): ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିବା ଭଳି ସଙ୍ଗୀନ ଅପରାଧିକ ଘଟଣା ବାଦାମବାଡ଼ି ଥାନା ଅଞ୍ଚଳରେ ଘଟିଛି। କାଠଯୋଡ଼ି ରିଂବନ୍ଧ ପାର୍ଶ୍ୱ...

ବସ ଧକ୍କାରେ ଯୁବକଙ୍କ ମୃତ୍ୟୁ; ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋକର୍ଣ୍ଣପୁର-ବଡଡୁମ୍ବୁଳା ରାସ୍ତାର ଶନିଶ୍ଚର ମନ୍ଦିର ନିକଟରେ ‘ବୀଣାପାଣି’ ନାମକ...

କେସିଙ୍ଗା ପୋଲିସକୁ ବଡ଼ ସଫଳତା, ୧୦ କେଜି ଗଞ୍ଜେଇ ସହ ୫ ଆନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ

କେସିଙ୍ଗା,୧୧/୧(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲାର କେସିଙ୍ଗା ପୋଲିସକୁ ବଡ଼ ସଫଳତା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ସ୍ଥାନୀୟ ରେଳ ଷ୍ଟେସନରୁ...

ଘର ସମ୍ମୁଖରୁ ପିକ୍‌ଅପ୍‌ ଗାଡ଼ି ଚୋରି

ବଡ଼ଗାଁ,୧୧ା୧(ଅଶୋକ ଷଢ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁର ଯୁବ ବ୍ୟବସାୟୀ ଅମିତ ଅଗ୍ରୱାଲଙ୍କ ଘର ସମ୍ମୁଖରୁ ତାଙ୍କ ପିକଅପ ଗାଡି ଓଡି ୨୬ ଏ ୧୪୭୫କୁ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri