୧୬ବର୍ଷ ହେଲା ବଜାୟ ରହିଛି ପରମ୍ପରା

ବଲାଙ୍ଗୀର ଅଫିସ,୨୧ା୯(ବୀରେନ୍ଦ୍ର ଝାଙ୍କର): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା ତାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା ପୁଇଁତଲା ବ୍ଳକ ମହୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶିରାବାହାଲ ଗ୍ରାମବାସୀ। ଗତ ୧୬ବର୍ଷ ହେଲା ଏହି ଗ୍ରାମବାସୀ ଜାତିପ୍ରଥାର ଘୃଣ୍ୟ ପରମ୍ପରାକୁ ପଛରେ ପକାଇ ନୂଆଁଖାଇ ଦିନ ସମାଜବାଦ ଓ ମାନବବାଦର ମହାନ ବାର୍ତ୍ତା ଦେଇଆସୁଛନ୍ତି। ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟର ବହୁ ଉର୍ଦ୍ଧ୍ୱକୁ ଉଠି ଏହି ଗ୍ରାମବାସୀ ସାମୂହିକ ନୂଆଁଖାଇ ପାଳନ କରି ତିହାରର ଅସଲ ବାର୍ତ୍ତା ଦେବାରେ ସଫଳ ହୋଇଛନ୍ତି। ଶିରାବାହାଲର ଏହି ସାମୂହିକ ନୂଆଁଖାଇରୁ ଏବେ ଆଖପାଖ ଅଞ୍ଚଳର ଲୋକେ ପ୍ରେରଣା ନେଉଛନ୍ତି ।

୧୬ ବର୍ଷ ତଳେ ଏହି ଗାଁର ଲୋକେ ଏକାଠି ହୋଇ ଭାଗବତ ପରାୟଣ ସପ୍ତାହ ପାଳନ କରିଥିଲେ।ଏହି ଅବସରରେ ୭ ଦିନ ଧରି ସମସ୍ତ ପରିବାର ଏକାଠି ମିଶି ଅନ୍ନ ପ୍ରସାଦ ସେବନ କରିଥିଲେ। ସେହି ବର୍ଷ ନୂଆଁଖାଇ ପାଳନ କରିବା ପାଇଁ ଶିରାବାହାଲ ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷଙ୍କ ପରାମର୍ଶକ୍ରମେ ଗ୍ରାମବାସୀ ସାମୂହିକ ନୂଆଁଖାଇ ପାଇଁ ସିଦ୍ଧାନ୍ତ ନେଇଥିଲେ। ସେହିଦିନୁ ଗାଁରେ ଥିବା ବିଭିନ୍ନ ଜାତି ଓ ଧର୍ମର ଲୋକେ ଗାଁ ମଝି ରାସ୍ତାରେ ବସି ନୂଆଁ ଖାଇ ଆସୁଛନ୍ତି। ଚଳିତବର୍ଷ ମଧ୍ୟ ନୂଆଁଖାଇ ମାସକ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଗାଁ ମଧ୍ୟଭାଗରେ ଥିବା ଭାଗବତ ମନ୍ଦିରରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ବୈଠକରେ ନୂଆଁଖାଇ ଲଗ୍ନ ସ୍ଥିର କରାଯିବା ସହ ପ୍ରତ୍ୟେକ ପରିବାର ପିଛା କେତେ ସହଯୋଗ ରାଶି ଦେବେ ତାହା ନିରୂପିତ ହୋଇଥିଲା। ନୂଆଁଖାଇର ୭/୮ ଦିନ ପୂର୍ବରୁ ଆଉ ଏକ ବୈଠକରେ ଚୂଡାନ୍ତ କରାଯାଇଥିଲା। ବୁଧବାର ସକାଳେ ବିଧିମତେ ଲଗ୍ନ ଅନୁଯାୟୀ ଗାଁର ଝାଙ୍କର ଗ୍ରାମଦେବୀ କନ୍ଧେନବୁଢୀ ପାଖରେ ନବାନ୍ନ ଅର୍ପଣ କରିଥିଲେ। ଏହାପରେ ଭାଗବତ ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀ ଏକତ୍ରିତ ହୋଇ ଧାଡିରେ ବସିଥିଲେ। ଗ୍ରାମଦେବୀଙ୍କ ପାଖରେ ନବାନ୍ନ ଅର୍ପଣ ଗ୍ରାମବାସୀଙ୍କୁ ପ୍ରସାଦ ଆକାରରେ ବଣ୍ଟା ଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଭୋଜିଭାତର ଆସର। ଅପରାହ୍ଣରେ ନୂଆଁଖାଇ ଜୁହାର ଓ ଭେଟଘାଟ ଆରମ୍ଭ ହୋଇଥିଲା। ଆଧ୍ୟାତ୍ମିକ ପରିବେଶ ଭିତରେ ଗ୍ରାମବାସୀ ନୂଆଁଖାଇର ଅସଲ ଉଦ୍ଦେଶ୍ୟକୁ ବୁଝି ଏହି ପରମ୍ପରାକୁ ଶହଶହ ବର୍ଷ ଧରି ବଜାୟ ରଖିବା ଉପରେ ଜୋର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ପାଟଣାଗଡ଼,୨୨।୧୨: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ପାର୍ଲିମାଲ ଗାଁରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ୱୃତ୍ତମାନେ...

ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ

ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ...

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri