୧୨ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧ

ଭୋଗରାଇ, ୧୭ା୯(ପ୍ରଦୀପ ଦାସ)ତାମିଲନାଡୁ ରାଜ୍ୟର ଚେନ୍ନାଇରୁ ନିଖୋଜ ହୋଇଯାଇଥିବା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଫୁଲବାଣୀ ଗ୍ରାମର ସୁକୁମାର ଦଳେଇ ନାମକ ବୃଦ୍ଧ ଦୀର୍ଘ ୧୨ବର୍ଷ ପରେ ଘରକୁ ଫେରିଛନ୍ତି। ନିଖୋଜ ବେଳେ ତାଙ୍କୁ ୪୫ ବର୍ଷ ହୋଇଥିଲ। କୋଲକାତାର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ତାଙ୍କୁ ଉଦ୍ଧାର କରି ଫେସ୍‌ବୁକ ମାଧ୍ୟମରେ ପୋଷ୍ଟ କରିବା ପରେ ପରିବାର ଲୋକେ ଚିହ୍ନଟ କରି ତାଙ୍କୁ ସେଠାରୁ ଆଣିଛନ୍ତି। ଦିନେ ନା ଦିନେ ସେ ଫେରି ଆସିବେ ବୋଲି ପରିବାର ଲୋକେ ଆଶା ବାନ୍ଧିଥିଲେ, ଯାହା ଆଜି ସଫଳ ହୋଇଛି।
ସ୍ବାମୀ ଫେରିଆସିବା ଆଶାରେ ଭାଗ୍ୟକୁ ଆଦରି ରହିଥିଲେ ସ୍ତ୍ରୀ ଚିନା। ପରଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରିବା ସହିତ ଛୋଟ ଛୋଟ ଦୁଇ ପୁଅ ବିଶଜିତ ଓ ଧନଞ୍ଜୟଙ୍କୁ ପାଠ ପଢାଇ ମଣିଷ କରିଛନ୍ତି। ବଡ ଝିଅକୁ ବିବାହ ମଧ୍ୟ ଦେଇଛନ୍ତି। ବହୁ ଦେବାଦେବୀଙ୍କୁ ମାନସିକ କରି ସୁକୁମାରଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ ପୁରା ପରିବାର। ତେବେ ଦୀର୍ଘ ୧୨ ବର୍ଷର ପ୍ରତୀକ୍ଷା ପରେ ସୋସିଆଲ ମିଡିଆରୁ ବାପାଙ୍କୁ ଖୋଜି ପାଇଛନ୍ତି ଦୁଇ ପୁଅ। ମାନସିକ ଭାରସାମ୍ୟ ହରାଇ ସୁକୁମାର କାହାକୁ ଚିହ୍ନି ପାରୁ ନ ଥିଲେ ମଧ୍ୟ ବାପାଙ୍କୁ ଫେରି ପାଇ ଦୁଇ ପୁଅ ଓ ଝିଅ ଆତ୍ମବିଭୋର ହୋଇପଡିଛନ୍ତି। ଅନ୍ୟପକ୍ଷରେ ସ୍ବାମୀଙ୍କୁ ପାଖରେ ପାଇ ସ୍ତ୍ରୀ ଚିନା ନିଜର ସବୁ ଦୁଃଖକଷ୍ଟକୁ ଭୁଲି ତାଙ୍କ ସେବାରେ ଲାଗିପଡିଛନ୍ତି। ପୂର୍ବରୁ ସୋସିଆଲ ମିଡ଼ିଆ ଫେସବୁକରୁ ସୁକୁମାର କୋଲକାତାରେ ଥିବା ନେଇ ଦୁଇ ପୁଅ ଜାଣିବାକୁ ପାଇଥିଲେ। ସୁକୁମାରଙ୍କ ଫଟୋ ଦେଖି ଚିନା ତାଙ୍କ ସ୍ବାମୀଙ୍କୁ ଚିହ୍ନଟ କରିଥିଲେ। କୋଲକାତାର ସ୍ବେଚ୍ଛାସେବୀ ସଙ୍ଗଠନ ତାଙ୍କୁ ରାସ୍ତାରୁ ଉଦ୍ଧାର କରି ସମସ୍ତ ଚିକିତ୍ସା ସହିତ ସେବା ଯତ୍ନ ଯୋଗାଇ ଦେଇଥିଲେ। ତାଙ୍କୁ ପଚରାଉଚୁରା କରିବା ବେଳେ ସେ ତାଙ୍କର ଠିକଣା ପ୍ରକାଶ କରିପାରି ନ ଥିଲେ ମଧ୍ୟ ଦୀଘା, ବାଲେଶ୍ୱର, ଜଳେଶ୍ୱର, ଭୋଗରାଇ, ଚନ୍ଦନେଶ୍ୱର ଆଦି ସ୍ଥାନର ନାମ କହିଥିଲେ। ପରେ ସମ୍ପୃକ୍ତ ସ୍ବେଚ୍ଛସେବୀ ସଙ୍ଗଠନ ସୁକୁମାରଙ୍କ ଫଟୋ ସହିତ ବିବରଣୀ ସୋସିଆଲ ମିଡ଼ିଆ ଫେସବୁକରେ ପୋଷ୍ଟ କରିଥିଲେ। ଏଥିରୁ ପରିବାର ଲୋକେ ସୁକୁମାରଙ୍କୁ ଚିହ୍ନଟ କରି ସମ୍ପୃକ୍ତ ସ୍ବେଚ୍ଛାସେବୀ ସଙ୍ଗଠନ ସହିତ ଫୋନରେ ଯୋଗାଯୋଗ ପରେ କୋଲକାତା ଯାଇ ସେଠାରୁ ତାଙ୍କୁ ଘରକୁ ନେଇ ଆସିଛନ୍ତି। ସୁକୁମାର ଗାଁରେ ପହଞ୍ଚିବା ପରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଥିଲା। ସେ କାହାକୁ ଚିହ୍ନି ପାରୁ ନ ଥିଲା ବେଳେ ଇଆଡୁ ସେଆଡୁ ବିଭିନ୍ନ ପ୍ରକାର କଥା କହୁଛନ୍ତି। ଉପଯୁକ୍ତ ଚିକିତ୍ସା ପାଇଁ ପରିବାର ଲୋକେ ଶୁକ୍ରବାର ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri