ଶ୍ରୀମନ୍ଦିର ନାଟମଣ୍ଡପ ତୁରନ୍ତ ମରାମତି କରାଯାଉ

କଟକ,୧୨ା୯(କାର୍ତ୍ତିକ ସାହୁ):ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ତୁରନ୍ତ ମରାମତି ପାଇଁ ହାଇକୋର୍ଟରେ ରୁଜୁ ମାମଲାର ମୂଳ ଆବେଦନକାରୀ ଅଭିଷେକ ଦାସ ସୋମବାର ଏକ ମିସ୍‌କେସ୍‌ ରୁଜୁ କରିଛନ୍ତି। ଏଥିରେ ସେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ନାଟମଣ୍ଡପ ମରାମତି ତୁରନ୍ତ ଆବଶ୍ୟକ ବୋଲି ଦର୍ଶାଇଛନ୍ତି ା ଏଥିସହ ଗତ ଅଗଷ୍ଟ ୧୧ ତାରିଖରେ ଆମିକସ୍‌କ୍ୟୁରି ନାଟମଣ୍ଡପର ମରାମତି ଆବଶ୍ୟକତା ଥିବା ଦର୍ଶାଇ ପ୍ରଦାନ କରିଥିବା ରିପୋର୍ଟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ଆବେଦନ କରିଛନ୍ତି। ଆମିକସ୍‌କ୍ୟୁରୀ ତାଙ୍କ ରିପୋର୍ଟରେ ନାଟମଣ୍ଡପ କ୍ରାକ୍‌ ବିମ୍‌କୁ ପିଡବ୍ଲ୍ୟୁଡି ମୁଖ୍ୟଯନ୍ତ୍ରୀ ଓ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଅଗ୍ରାଧିକାର ଦେଇ ପ୍ରତ୍ନତତ୍ତ୍ୱ ବିଭାଗ ମରାମତି କରିବାକୁ ରିପୋର୍ଟରେ ଦର୍ଶାଇଥିଲେ। ମାମଲାର ପ୍ରତିପକ୍ଷମାନେ ନାଟମଣ୍ଡପ ମରାମତି କରିବାରେ ବିଳମ୍ବ କରୁଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି। ଶ୍ରୀମନ୍ଦିର ଏକ ଐତିହାସିକ ମନ୍ଦିର ହୋଇଥିବାବେଳେ ଏହାର ସୁରକ୍ଷା ଓ ସଂରକ୍ଷଣ ଜରୁରୀ ହୋଇପଡ଼ିଛି ବୋଲି ମାମଲାରେ କୁହାଯାଇଛି। ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଜଗମୋହନ ଓ କୋଣାର୍କ ମନ୍ଦିର ମରାମତି ସମ୍ପର୍କିତ ଜନସ୍ବାର୍ଥ ମାମଲାରେ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ)ପକ୍ଷରୁ ହାଇକୋର୍ଟରେ ଜବାବ ରଖାଯାଇଥିଲା। ଏଥିରେ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପର ମରାମତି କାର୍ଯ୍ୟ ଶେଷ ହୋଇଥିବା ସମ୍ପର୍କରେ ପ୍ରତ୍ନତତ୍ତ୍ୱ ବିଭାଗ ହାଇକୋର୍ଟଙ୍କୁ ଅବଗତ କରିଥିଲା। ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶଗୁଡ଼ିିକୁ ପାଳନ କରାଯାଇ ମରାମତି କାର୍ଯ୍ୟ ଶେଷ ହୋଇଛି। ଜଗମୋହନ ଓ ନାଟମଣ୍ଡପ ମରାମତି ପ୍ରସଙ୍ଗରେ କୋର୍‌ କମିଟି ଏବଂ ବିଶେଷଜ୍ଞଙ୍କ ମତାମତ ହସ୍ତଗତ ହୋଇଛି। ବୈଷୟିକ କମିଟି ଏହାକୁ ଅନୁମୋଦନ କଲେ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ହାଇକୋର୍ଟ ମାମଲାର ଶୁଣାଣି କରି ଶେଷ ହୋଇଥିବା ଜଗମୋହନ ଓ ନାଟମଣ୍ଡପ ମରାମତି କାର୍ଯ୍ୟର ବିସ୍ତୃତ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ଆଦେଶ ଦେଇଥିଲେ ା ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଲୋକ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri