Odisha Elections 2024

ସ୍ମାର୍ଟସିଟି ବସ୍ତିରେ କୁଢ଼ କୁଢ଼ ଅଳିଆ

ରାଉରକେଲା,୧୦।୯(ଦିନେଶ ମିଶ୍ର)ରାଉରକେଲା ସହରକୁ ସ୍ବଚ୍ଛ ଓ ସବୁଜ କରିବା ପାଇଁ ପ୍ରତିଦିନ ବିଭିନ୍ନ କଲୋନୀ ଓ ବସ୍ତି ଅଞ୍ଚଳରେ ଆରଏମ୍‌ସି ପକ୍ଷରୁ ଅଳିଆ ଗାଡି ବୁଲୁଛି। ସକାଳ ହେଲେ ସହରର ଜନସାଧାରଣଙ୍କୁ ସଚେତନ କରିବା କରିବା ପାଇଁ ଅଳିଆ ଗାଡିଗୁଡିକରେ ସଚେତନତା ବାର୍ତ୍ତା ପ୍ରଚାର ମଧ୍ୟ କରାଯାଉଛି। ହେଲେ ଏଭଳି କିଛି ବସ୍ତି ରହିଛି ଯେଉଁଠାରେ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଗଲା ଭଳି ମନେ ହେଉନାହିଁ। ଏଭଳି ଗାଡାଟୋଲା ବସ୍ତି ଓ ମାଲଗୋଦାମସ୍ଥିତ ସୁଇପର ବସ୍ତିରେ ଦେଖିବାକୁ ମିଳିଛି।
ରାଉରକେଲା ଏସ୍‌ଟିଆଇ ଓଭରବ୍ରିଜ୍‌ ନିକଟରେ ଗାଡାଟୋଲା ବସ୍ତି ରହିଛି। ଏହି ବସ୍ତିରେ ୩ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଅଳିଆ ଆବର୍ଜନା ପକାଇବା ପାଇଁ ବସ୍ତିରେ କୌଣସି ଡଷ୍ଟବିନ୍‌ ବ୍ୟବସ୍ଥା ନାହିଁ। ଫଳରେ ବସ୍ତିବାସୀମାନେ ରାସ୍ତାକଡ଼ରେ ଅଳିଆ ଜମା କରୁଛନ୍ତି। ଏହି ଅଳିଆ ମାସ ମାସ ଧରି ପଡିରହୁଥିବାବେଳେ ଏହାକୁ ସଫା କରାଯାଉନାହିଁ। ଫଳରେ ଅଳିଆଗୁଡିକୁ ବୁଲା ପଶୁ ଗୋଡରେ ଖେଳାଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛନ୍ତି। ସେହିପରି ବାସନ୍ତୀ କଲୋନୀ ମାଲଗୋଦାମ ସ୍ଥିତ ସୁଇପରବସ୍ତିରେ କୌଣସି ଡଷ୍ଟବିନ ବ୍ୟବସ୍ଥା କରାଯାଇନାହିଁ। ସ୍ଥାନୀୟ ବସ୍ତିବାସୀମାନେ ବସ୍ତି ନିକଟ ଏକ ଅଙ୍ଗନଓ୍ବାଡି କାନ୍ଥ କଡରେ ଅଳିଆ ଆବର୍ଜନା ପକାଉଛନ୍ତି। ଏହି ବସ୍ତି ଭିତରକୁ କୌଣସି ଆରଏମ୍‌ସିର ସଫେଇ ଗାଡି ଯାଉ ନ ଥିବାରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ବସ୍ତିରେ ଅଳିଆ ଗୁଡିକ ବହୁଦିନ ଧରି ଜମା ରହୁଥିବାବେଳେ ବର୍ଷାଦିନ ପାଣିରେ ପଚି ଏକ ଗନ୍ଧ ବାହାରୁଛି। ଏ ନେଇ ଗାଡାଟୋଲା ବସ୍ତିର ବାସିନ୍ଦା ଶୁକ୍ରା କୁଜୁର କୁହନ୍ତି, କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ କରୁଥିବାବେଳେ ଆମ ବସ୍ତିରେ ସ୍ବଚ୍ଛତାକୁ ନେଇ ଆଜିଯାଏ କୌଣସି ଡଷ୍ଟବିନ ବ୍ୟବସ୍ଥା କରାଯାଇନାହିଁ। ଫଳରେ ସ୍ଥାନୀୟ ବସ୍ତିବାସୀ ରାସ୍ତାକଡ ଖୋଲା ସ୍ଥାନରେ ଅଳିଆ ପକାଇଉଛନ୍ତି। ଆରଏମ୍‌ସିର ଅଳିଆ ଗାଡି ଖାଲି ବିଭିନ୍ନ ସମ୍ଭ୍ରାନ୍ତ କଲୋନୀ ଅଞ୍ଚଳରେ ବୁଲୁଥିବାବେଳେ ଆମ ବସ୍ତିକୁ ଆସୁନାହିଁ। ଏ ସମ୍ପର୍କରେ ଆରଏମ୍‌ସି ଉପ ଆୟୁକ୍ତ ସୀତାଦେବୀ ମାଝୀଙ୍କୁ ପଚାରିବାରୁ ସେ କହିଲେ, ପ୍ରତିଦିନ ଆର୍‌ଏମ୍‌ସି ପକ୍ଷରୁ ବିଭିନ୍ନ ଏରିଆକୁ ଅଳିଆ ଗାଡି ଯାଉଛି। ଗାଡାଟୋଲା ବସ୍ତି ଓ ସୁଇପର ବସ୍ତିରେ ଅଳିଆ ସଫା ହେଉ ନ ଥିବା ଆମ ପାଖରେ ଅଭିଯୋଗ ହୋଇନାହିଁ। ଯଦି କୌଣସି ସ୍ଥାନରେ ଅଳିଆ ଆବର୍ଜନା ଦେଖାଯାଏ ତେବେ ଏକ ଟ୍ରୋଲ ଫ୍ରି ନମ୍ବରରେ ଅଭିଯୋଗ କରନ୍ତୁ। ଦୁଇ ଦିନ ଭିତରେ ଏହି ଅଳିଆ ଆବର୍ଜନାକୁ ତୁରନ୍ତ ସଫା କରାଯିବ ବୋଲି ମାଝୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ-ଯବାନ ଗୁଳିବିନିମୟ: ଯବାନ ଗୁରୁତର

ନୂଆପଡ଼ା,୨୦।୫,(ମକାରୁ ବେମାଲ): ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ...

ମା’ଙ୍କ ସହିତ ଯାଇ ଭୋଟ ଦେଲେ ଦେବେଶ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ମତଦାନ କଲେ ମନ୍ତ୍ରୀ ରୀତା ସାହୁ

ବରପାଲି,୨୦ା୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ମତଦାତାଙ୍କ ଲମ୍ବା...

ଋଣ ଭାର ସହି ନ ପାରି ଆତ୍ମହତ୍ୟା କଲେ ଶ୍ରମିକ

ପାଟଣା, ୨୦।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ କପୁଣ୍ଡି ପଞ୍ଚାୟତ ଧାନବେଣୀ ଗ୍ରାମର ରାମ ମୁଣ୍ଡା(୫୦)ଋଣ ଭାର ସହି ନ ପାରି କୀଟନାଶକ...

ରାଇକିଆରେ ଚାଲିଛି ମତଦାନ

ରାଇକିଆ,୨୦ା୫(ପ୍ରଦୀପ ବେହେରା): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ କନ୍ଧମାଳ ଜିଲା ରାଇକିଆଠାରେ ସୋମବାର ସକାଳୁ ଶାନ୍ତିଶୃଙ୍ଖଳା ସହ ମତଦାନ ଆରମ୍ଭ ହୋଇଛି।...

”ଓଡ଼ିଶା ବରବାଦୀର କାରଣ ବିଜେଡି ସରକାର”: ନରେନ୍ଦ୍ର ମୋଦି

ଭୁବନେଶ୍ୱର,୨୦।୫: ସୋମବାର ସକାଳୁ ସକାଳୁ ପୁରୀରେ ରୋଡ ଶୋ’ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୋଳରେ ପହଞ୍ଚିଥିଲେ। ଏଠାରେ ସେ ବକ୍ତବ୍ୟ ଦେଇ ସକାଳ...

ଅବଧିର ୫ ବର୍ଷ ପରେ ବି ସରୁନି ବିଜୁ ସେତୁ କାମ

ବ୍ରହ୍ମବରଦା,୨୦ା୫(ଯଯାତି କେଶରୀ ବେହେରା): ବ୍ରହ୍ମବରଦା-ଝାଲପଡ଼ା ବିଜୁ ସେତୁ କାମ ଅବଧିର ୫ ବର୍ଷ ପରେ ସରି ପାରୁନାହିଁ। ଫଳରେ ଲୋକେ ଯାତାୟାତ ପାଇଁ ନାହିଁ ନ...

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ଦଳର ପ୍ରସ୍ତୁତି

କେନ୍ଦ୍ରାପଡ଼ା,୨୦ା୫(ଜଗନ୍ନାଥ ଧଳ): ରାଜ୍ୟର ଚତୁର୍ଥ ଓ ଦେଶର ସପ୍ତମ ତଥା ଚୂଡାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ଜୁନ ୧ରେ ହେବ। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri