ସଚେତନତା ପ୍ଲେଟ୍‌ ନାଁରେ ୩୦ଟଙ୍କା ଆଦାୟ

ଯାଜପୁର,୧୦ା୯(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାରେ ବାଲ୍ୟ ବିବାହକୁ ନା, ବିଦ୍ୟାଳୟକୁ ହଁ, ଝିଅଙ୍କୁ ବଞ୍ଚାନ୍ତୁ ଓ ଝିଅଙ୍କୁ ପଢ଼ାନ୍ତୁ, ସ୍ବଚ୍ଛ ଗ୍ରାମ ସମୃଦ୍ଧ ଭାରତ ଆଦି ସଚେତନତାର ବାର୍ତ୍ତା ଦେଉଥିବା ଏକ ପ୍ଲେଟ ଲଗାଇବାକୁ ଲୋକଙ୍କଠାରୁ ୩୦ ଟଙ୍କା ଲେଖାଏ ଆଦାୟ କରାଯାଉଛି। ଏହାକୁ ସାଧାରଣରେ ବିରୋଧ କରାଯାଇଛି। ଏଥିପାଇଁ କେତେକ ବାହାର ରାଜ୍ୟର ଲୋକେ ବ୍ଲକର ବିଭିନ୍ନ ପଞ୍ଚାୟତ ଘୂରି ବୁଲୁଛନ୍ତି। ଏହି ପ୍ଲେଟ୍‌ ଲଗାଇଲେ ଭୋଟର କାର୍ଡ, ରାଶନ କାର୍ଡ ସମେତ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ମିଳିବାରେ ସହଜ ହେବ ବୋଲି ପ୍ରଶାସନିକ ଅଧିକାରୀମାନେ କହୁଛନ୍ତି। ଏଠାରେ ରସୁଲପୁର ବ୍ଲକକୁ ଉଦାହରଣ ଭାବେ ନିଆଯାଇଛି। ଏହି ସଚେତନତା ପ୍ଲେଟ ଲଗାଇବା ପାଇଁ ରସୁଲପୁର ବିଡିଓ ସମସ୍ତ ସରପଞ୍ଚ ଏବଂ ପିଇଓମାନଙ୍କୁ ଦେଇଥିବା ତାଙ୍କ ପତ୍ରସଂଖ୍ୟା ୩୯୦୯/୧୮ା୭ା୨୦୨୩ରେ ଦର୍ଶାଇଛନ୍ତି ଯେ, କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନଙ୍କ ପତ୍ରସଂଖ୍ୟା ୨୦୪୫/୨୮ା୨ା୨୦୨୩ ଅନୁସାରେ ସମସ୍ତ ପଞ୍ଚାୟତର ଘରଗୁଡ଼ିକରେ ଏହି ସଚେତନତା ବାର୍ତ୍ତା ପ୍ଲେଟ ଲଗାଇବା କାର୍ଯ୍ୟ ଚାଲିଛି। ଏହି ପ୍ଲେଟରେ ସ୍ବଚ୍ଛ ଅଭିଯାନ, ବେଟି ବଚାଓ, ବେଟି ପଢ଼ାଓ ଇତ୍ୟାଦି ବାର୍ତ୍ତା ଦିଆଯାଇଛି। ଏହି ପ୍ଲେଟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଭୋଟର ତାଲିକା, ରାଶନ କାର୍ଡ, କୃଷି ଗଣନା, ପୋଷ୍ଟାଲ ଓ ଟେଲିଗ୍ରାମ ବଣ୍ଟନ ଆଦି କାର୍ଯ୍ୟରେ ସହଯୋଗ କରିବ। ସେଥିପାଇଁ ପ୍ରତ୍ୟେକ ପ୍ଲେଟର ଦର ୩୦ ଟଙ୍କା ଲେଖାଏ ନିଦ୍ଧର୍ର୍ାରିତ କରାଯାଇଛି। ଏହାସହ ଏହି ଟଙ୍କା ଆଦାୟ କରି ବିଲ୍‌ ଦେବାକୁ ବିଡିଓ ତାଙ୍କ ପତ୍ରରେ ନିର୍ଦ୍ଦେଶ ଜାରି କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରୁଥିବାବେଳେ ସାଧାରଣ ଗରିବ ଲୋକଙ୍କଠାରୁ ପ୍ଲେଟ ପାଇଁ ଅର୍ଥ ଆଦାୟ କରିବା ଘଟଣାକୁ ଲୋକେ ସହଜେ ଗ୍ରହଣ କରିପାରିନାହାନ୍ତି। ଏନେଇ ସାମାଜିକ କର୍ମୀ ମଣ୍ଟୁ ଦାସ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ପାଇଁ ଘର ପିଛା ୩୦ ଟଙ୍କା ସଂଗ୍ରହ ଆଦୌ ଗ୍ରହଣଯୋଗ୍ୟ ନୁହେଁ। ସରକାର ଲୋକମାନଙ୍କ ମଙ୍ଗଳ ଓ ବିକାଶ ପାଇଁ ମାଗଣା ଚାଉଳ, ଚିକିତ୍ସା, ଶିକ୍ଷା, ଭତ୍ତା ଭଳି ଅନେକ ଯୋଜନା ବିନା ଶୁଳ୍କରେ ପ୍ରଦାନ କରୁଛନ୍ତି। ହେଲେ ଇତିମଧ୍ୟରେ କେବଳ ରସୁଲପୁର ବ୍ଲକ ଅନ୍ତର୍ଗତ ୧ ନମ୍ବର ୱାର୍ଡରେ ୨୫୦ ପ୍ଲେଟ ଲଗାଇ ୭୫୦୦ ଟଙ୍କା ସଂଗ୍ରହ କରାଯାଇଛି। ଏହିକ୍ରମରେ ଗୋଟିଏ ବ୍ଲକରୁ ପ୍ରାୟ ୩୦ଲକ୍ଷ ଟଙ୍କା ସଂଗ୍ରହ କରାଗଲେ ଜିଲାର ପ୍ରାୟ ୩ କୋଟି ଟଙ୍କା ସଂଗ୍ରହ ହେବ। ତେଣୁ ଏହି ସଂଗ୍ରହ ଅର୍ଥ କେଉଁ ବିଭାଗକୁ ଯିବ ତାହା ଏଯାଏ ସ୍ପଷ୍ଟ କରାଯାଇ ପାରିନାହିଁ। ତେଣୁ ଲୋକଙ୍କ ସନ୍ଦେହକୁ ଦୂର କରିବା ପାଇଁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାମାଜିକ କର୍ମୀ ଦାସ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri