ଘର ନିର୍ମାଣ ସାମଗ୍ରୀ ଦର ଅହେତୁକ ବୃଦ୍ଧି

ରସୁଲପୁର,୬।୯(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତରେ ୨,୫୪୧ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ)କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସଦ୍ଧା ୨,୪୭୫ଜଣଙ୍କୁ ଗୃହ ନିର୍ମାଣ ବାବଦକୁ ପ୍ରଥମ କିସ୍ତି ମିଳିଛି। ଅବଶିଷ୍ଟ ୬୬ଜଣଙ୍କ କାଗଜପତ୍ରରେ ତ୍ରୁଟିଥିବାରୁ ପ୍ରଥମ କିସ୍ତି ବାବଦକୁ ୪୦ହଜାର ଟଙ୍କା ମିଳିପାରିନାହିଁ। ପ୍ରଥମ କିସ୍ତି ହାତେଇଥିବା ହିତାଧିକାରୀ ଘର ନିର୍ମାଣ ଆରମ୍ଭ କଲେଣି। ହେଲେ ଏବେ ଘର ନିର୍ମାଣରେ ବ୍ୟବହୃତ ସାମଗ୍ରୀର ଦର ଅହେତୁକ ବୃଦ୍ଧି ହିତାଧିକାରୀଙ୍କୁ ଚିନ୍ତାରେ ପକାଇଛି। ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଅର୍ଥରାଶିରେ ଘର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବା କଷ୍ଟକର ବ୍ୟାପାର ବୋଲି ମନେହେଉଛି। ତେଣୁ ସରକାର ଗୃହ ନିର୍ମାଣର ଅଟକଳ ମୂଲ୍ୟ ବଢ଼ାଇବାକୁ ହିତାଧିକାରୀଙ୍କ ପକ୍ଷରୁ ଦାବି ହୋଇଛି।
ବାସହୀନ, କଚ୍ଚାଘର, ଚାଳିଆ, ଝୁମ୍ପୁଡ଼ି ଆଦି ଘରେ ବସବାସ କରୁଥିବା ପରିବାର ପାଇଁ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି। ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର, ମୋ କୁଡିଆ ଆଦି ଯୋଜନା ବନ୍ଦ ହୋଇଯିବା ପରେ କେନ୍ଦ୍ର ସରକାରଙ୍କ ଇନ୍ଦିରା ଆବାସ(ଏବେ ପ୍ରଧାନମନ୍ତ୍ରୀ ଆବାସ ନାମରେ ନାମିତ) ଯୋଜନାକୁ ହିତାଧିକାରୀ ଭରସା କରିଛନ୍ତି। ଆବାସ ଯୋଜନା ଘର ନିର୍ମାଣ ପାଇଁ ହିତାଧିକାରୀଙ୍କ ପିଛା ୧.୩୦ଲକ୍ଷ ଟଙ୍କା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପକ୍ଷରୁ ମଜୁରି ବାବଦକୁ ୨୨,୯୦୦ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ଅର୍ଥରେ ଜଣେ ହିତାଧିକାରୀଙ୍କୁ ୨୭୫ ବର୍ଗଫୁଟର ଘର ନିର୍ମାଣ କରିବାକୁ ପ୍ରଶାସନିକ ନିର୍ଦ୍ଦେଶ ଦିଆଯାଉଛି। ନିର୍ଦ୍ଧାରିତ ୪ମାସ ମଧ୍ୟରେ ଘର ନିର୍ମାଣ ଶେଷକଲେ ପ୍ରୋତ୍ସାହନ ରାଶି ବାବଦକୁ ୨୦ ହଜାର, ୬ ମାସ ମଧ୍ୟରେ ଶେଷକଲେ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ତେବେ ଦରଦାମ୍‌ ଅହେତୁକ ବୃଦ୍ଧି ଯୋଗୁ ଘର ନିର୍ମାଣରେ ମନ୍ଥରତା ଆସିଯାଇଛି। ଚଳିତ ମାସରେ ସିମେଣ୍ଟ୍‌ ବସ୍ତା ୩୫ ଟଙ୍କା, ବାଲି ଟ୍ରାକ୍ଟର ପିଛା ୧୦୦୦ରୁ ଊର୍ଦ୍ଧ୍ୱ, ଗୋଟିଏ ଇଟା ପିଛା ୧ଟଙ୍କାରୁ ଊର୍ଦ୍ଧ୍ୱ ଓ ଲୁହାଛଡ଼ର ଦର ଆଗ ଅପେକ୍ଷା ବଢ଼ିବାରେ ଲାଗିଛି। ଦର ଆହୁରି ବଢ଼ିବା ସମ୍ଭାବନା ରହିଛି ବୋଲି ବ୍ୟବସାୟୀମାନେ ମତବ୍ୟକ୍ତ କରୁଛନ୍ତି। ଏଭଳିସ୍ଥିତିରେ ଘର ନିର୍ମାଣ କରିବାକୁ ହିତାଧିକାରୀ ପଛଘୁଞ୍ଚା ଦେଉଛନ୍ତି। ଯଦିବା ଘର ନିର୍ମାଣ କାର୍ଯ୍ୟ ଜାରି ରଖିନ୍ତି, ତେବେ ନିର୍ଦ୍ଧାରିତ ଅର୍ଥରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ। ରାଜମିସ୍ତ୍ରିଙ୍କ ଆକଳନ ଅନୁଯାୟୀ ବର୍ତ୍ତମାନ ଦରଦାମ ଆଧାରରେ ଏକ ବାସ ଉପଯୋଗୀ ଘର ନିର୍ମାଣ ପାଇଁ ୧ ବର୍ଗଫୁଟ ପିଛା ୧୦୦ ଟଙ୍କା ଖର୍ଚ୍ଚ ହେବ। ସେହି ହିସାବରେ ୨୭୫ ବର୍ଗ ଫୁଟର ଘର ନିର୍ମାଣ ପାଇଁ ୨.୭୫ଲକ୍ଷ ଟଙ୍କା ଦରକାର। ହେଲେ ଏଠାରେ ଘର ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକତାଠାରୁ ବହୁତ କମ୍‌ ଟଙ୍କା ମିଳୁଛି। ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଗଲେ ବହୁ ହିତାଧିକାରୀଙ୍କ ଆବାସ ନିର୍ମାଣ ସମ୍ପୂର୍ଣ୍ଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବିଡିଓ ଅବନିକାନ୍ତ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଘର ନିର୍ମାଣ ପାଇଁ ଆବଣ୍ଟିତ ଅର୍ଥ ବଜେଟରେ ଅନୁମୋଦିତ ହୋଇଥାଏ। ଯୋଜନାରେ ଅର୍ଥରାଶି କମ୍‌ ଓ ବେଶି ବଜେଟ ଜରିଆରେ କରାଯାଇ ପାରିବ। କେବଳ ସରକାର ଚାହିଁଲେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri