ଏବେ ନଦୀକୂଳକୁ ନା

ଚାନ୍ଦବାଲି,୬।୯(ଅଶୋକ ପଣ୍ଡା): ଏବେ ବିଭିନ୍ନ ନଦୀରେ କୁମ୍ଭୀର ଭୟ। ଏପରିକି ନଦୀକୂଳରୁ ଲୋକଙ୍କୁ ଟାଣି ନେଇ କୁମ୍ଭୀର ମାରି ଦେଉଛି। ଗତ ୩ ମାସ ମଧ୍ୟରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ପଡ଼ୋଶୀ କେନ୍ଦ୍ରାପଡ଼ା, ଯାଜପୁର ଜିଲାର ବ୍ରାହ୍ମଣୀ ଓ ବିରୂପା ନଦୀରେ କୁମ୍ଭୀର ଆକ୍ରମଣରେ ୩ ଜୀବନ ଗଲାଣି। ସେହିପରି ଭଦ୍ରକ ଜିଲା ଧାମନଗର ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରେ କୁମ୍ଭୀର ଆତଯାତ ଦେଖାଯାଇଛି। ଚାନ୍ଦବାଲି ବ୍ଲକର ବୈତରଣୀ, ମନ୍ତେଇ ଓ ସାଳନ୍ଦୀ ନଦୀକୂଳିଆ ଗଁା ଲୋକଙ୍କର ଦିନ ଆଶଙ୍କାରେ କଟୁଛି। ନଦୀକୂଳିଆ ଲୋକଙ୍କ ଜୀବନ ଓ ଜୀବିକା କୁମ୍ଭୀର ପାଇଁ ଅସୁରକ୍ଷିତ ପାଲଟିଛି। କେବଳ ମଣିଷ ନୁହେଁ, ଗୃହପାଳିତ ପ୍ରାଣୀ ମଧ୍ୟ ବାଦ୍‌ ପଡୁନାହାନ୍ତି। ନଦୀ ହୁଡ଼ାରେ ଚରୁଥିବା ବଳଦ, ଗାଈ, ମଇଁଷି, ବାଛୁରୀ, ଛେଳି ଆଦି ପ୍ରାଣୀଙ୍କୁ କୁମ୍ଭୀର ନଦୀକୁ ଟାଣି ନେବା ଭଳି ଘଟଣା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳୁଛି। ଆଗାମୀ ଦିନରେ ଖାଦ୍ୟ ପାଇଁ କୁମ୍ଭୀର ଓ ଆତ୍ମରକ୍ଷା ପାଇଁ ମଣିଷ ମଧ୍ୟରେ ସଂଘର୍ଷ ଯେ ଉଗ୍ରରୂପ ଧାରଣ ନ କରିବ, ତାହା କହି ହେବ ନାହିଁ।
କୁମ୍ଭୀର ପ୍ରଜନନ ପ୍ରକଳ୍ପ ଭିତରକନିକା(ଡାଙ୍ଗମାଳ) ଚାନ୍ଦବାଲିରୁ ଜଳପଥରେ ନିକଟ। ଏହା ୧୯୭୫ରେ ଆରମ୍ଭ ହୋଇଛି। ଏଠାରେ ବଉଳା ଜାତୀୟ କୁମ୍ଭୀର ଦେଖାଯାଆନ୍ତି। ଅଦ୍ୟାବଧି ୧୭୯୩ରୁ ଅଧିକ ବିଭିନ୍ନ ପ୍ରକାର କୁମ୍ଭୀର ନିକଟସ୍ଥ ନଦୀରେ ଅଛନ୍ତି ବୋଲି ବନ୍ୟପ୍ରାଣୀ ବିଭାଗ ଗଣନାରୁ ଜଣାଯାଏ। ପ୍ରକଳ୍ପଠାରୁ ଜଳପଥରେ ଚାନ୍ଦବାଲିର ଦୂରତା ପ୍ରାୟ ୩୦ କିଲୋମିଟର। ଜଳପଥରେ ସଂଯୋଗ ହେତୁ ଖାଦ୍ୟ ସନ୍ଧାନରେ ପ୍ରକଳ୍ପ ଅଞ୍ଚଳରୁ ବୈତରଣୀ, ସାଳନ୍ଦୀ ଓ ମନ୍ତେଇ ନଦୀକୁ କୁମ୍ଭୀର ଆସୁଛନ୍ତି। କୁମ୍ଭୀର ଡରରେ ଲୋକଙ୍କ ପାଇଁ ଗଁା ପାଖ ପୋଖରୀ, କେନାଲରେ ବାସନ ମାଜିବା, ଗାଧୋଇବା, ଶୌଚ ହେବା, ହୁଡାରେ ଘାସ କାଟିବା, ଜାଲରେ ମାଛ ଧରିବା, କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା, ଦେବଦେବୀଙ୍କ ମୂର୍ର୍ତ୍ତି ବିସର୍ଜନ ଓ ଚାଷ କିଆରିକୁ ପାଣି ମଡ଼ାଇବା ଏକ ପ୍ରକାର ମନା। ପ୍ରତିବର୍ଷ ଜାନୁୟାରୀରୁ ଫେବୃୟାରୀରେ ଭଦ୍ରକ ବନ୍ୟପ୍ରାଣୀ ଡିଭିଜନର ଗଣନା ଅନୁସାରେ ବୈତରଣୀ, ସାଳନ୍ଦୀ ଓ ମନ୍ତେଇ ନଦୀରେ କୁମ୍ଭୀରଙ୍କ ସଂଖ୍ୟା ବଢ଼ିଛି। ୨୦୦୫ରେ ଚାନ୍ଦବାଲିରେ ବନ୍ୟପ୍ରାଣୀ ଡିଭିଜନ କାର୍ଯ୍ୟକ୍ଷମ ହେବାଠାରୁ ଅଦ୍ୟାବଧି କୁମ୍ଭୀର ଆକ୍ରମଣରେ ୧୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ସମ୍ପୂର୍ଣ୍ଣ ଅକ୍ଷମ ହୋଇଛନ୍ତି। ୨୦୦୭-୦୮ରେ ୨ ଜଣ, ୨୦୦୮-୦୯ରେ ୧, ୨୦୦୯-୧୦ ରେ ୧, ୨୦୧୦-୧୧ରେ ୩, ୨୦୧୪-୧୫ରେ ୨, ୨୦୧୫-୧୬ରେ ୩, ୨୦୧୬-୧୭ରେ ୧, ୨୦୧୯-୨୦ରେ ୧, ୨୦୨୦-୨୧ରେ ୧, ୨୦୨୧-୨୨ରେ ୧ ଓ ୨୦୨୨-୨୩ରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ଗୋରୁ, ଗାଈ, ମଇଁଷିଙ୍କ ସଂଖ୍ୟାର ଠିକ ତଥ୍ୟ ମିଳିପାରି ନାହିଁ। ଭଦ୍ରକ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଅଦ୍ୟାବଧି କୁମ୍ଭୀର ଦ୍ୱାରା କ୍ଷତିଗ୍ରସ୍ତ ସମସ୍ତଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଥିବା ଜଣାଯାଇଛି।
ଏ ସମ୍ପର୍କରେ ଆରଡ଼ି ପଞ୍ଚାୟତ ସାନପଙ୍କି ଗଁାର ସୁରେଶ ସାହୁ କୁହନ୍ତି, କୁମ୍ଭୀର ଡରରେ ନଦୀକୂଳିଆ ଗଁାର ଜନଜୀବନ ପ୍ରଭାବିତ ହୋଇଛି। ମତ୍ସ୍ୟଜୀବୀ ନଦୀରେ ଜାଲ ବସାଇବାକୁ ଡରୁଛନ୍ତି। ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ହିଂସ୍ରଜନ୍ତୁଙ୍କୁ ଘଉଡ଼ାଇବାର ବ୍ୟବସ୍ଥା ଥିବାବେଳେ ଆଧୁନିକ ଜ୍ଞାନକୌଶଳରେ କୁମ୍ଭୀରଙ୍କୁ ନଦୀରୁ ଘଉଡ଼ାଇବା ବ୍ୟବସ୍ଥା ହେବା ଆବଶ୍ୟକ। ସେହିପରି କୁମ୍ଭୀର ଡରରେ କୁଲ୍ଲିବିନ୍ଧା, ଗୁଆଳିବିନ୍ଧା, କଣ୍ଡିଆସାହି ଗଁାର ଶତାଧିକ ଏକର ନଦୀକୂଳିଆ ଚାଷଜମି ଏବେ ପଡ଼ିଆ ପଡ଼ିଛି। ମଜୁରିଆ ବିଲରେ କାମ କରିବାକୁ ଡରୁଛନ୍ତି ବୋଲି ତେନ୍ତୁଲିଡିହି ପଞ୍ଚାୟତ କୁଲ୍ଲିବିନ୍ଧା ଗଁାର ପ୍ରବୀର ରାଉତ କହିଛନ୍ତି। ପରିବେଶବିତ୍‌ ସଂଗ୍ରାମ କୁମାର ରାଉତ କୁହନ୍ତି, କୁମ୍ଭୀରକୁ ନେଇ ଯେଉଁସବୁ ସଚେତନତା କାର୍ଯ୍ୟକ୍ରମ ପୂର୍ବରୁ ୧୫-୨୦ବର୍ଷ ତଳେ ହେଉଥିଲା ତାହା ଏବେ ନାହିଁ। କୁମ୍ଭୀର ପ୍ରକଳ୍ପର କୋର୍‌ ଅଞ୍ଚଳ ପ୍ରତି ବିଭାଗ ପକ୍ଷରୁ ଦୃଷ୍ଟି ଦିଆଯାଉଥିବା ବେଳେ ବଫର ଜୋନ୍‌ରେ ଥିବା ୮୦ଟି ଗଁା କଥା ସମସ୍ତେ ଭୁଲିଗଲେଣି। ପ୍ରତ୍ୟେକ ନଦୀଘାଟରେ କୁମ୍ଭୀର ପାଇଁ ସଚେତନତା ବୋର୍ଡ ଲଗାଇବା ସହ ନଦୀକୂଳିଆ ଲୋକଙ୍କୁ ସଚେତନ କରାଯାଉଛି। କୁମ୍ଭୀରର ଗତିବିଧି ପ୍ରତି ନଜର ରଖିବାକୁ ବିଭିନ୍ନ ଅଞ୍ଚଳରେ କର୍ମଚାରୀ ମୁତୟନ କରାଯାଇଛି। କିଛି ଅଞ୍ଚଳରେ ସୁରକ୍ଷା ଜାଲି ଲଗାଇବାର ପ୍ରସ୍ତାବ ରହିଥିବା ଭଦ୍ରକ ଡିଏଫ୍‌ଓ ଅଧୀର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri