ଅଗଷ୍ଟରେ ୨୦%, ଜୁଲାଇରେ ୩୭% କମ୍‌ ବର୍ଷା

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ଅଗଷ୍ଟରେ ଆବଶ୍ୟକତାଠାରୁ ୨୦ ପ୍ରତିଶତ କମ୍‌ ବର୍ଷା ଧାନ ଫସଲକୁ ଉଜାଡ଼ି ଦେଇଛି। ଧାନଗଛ ସବୁ ହଳଦିଆ ହେବାକୁ ବସିଛି। ଜୁଲାଇରେ ଆବଶ୍ୟକତାଠାରୁ ୩୭% କମ୍‌ ବର୍ଷା ହୋଇଥିଲା। ଏବେ ପୁଣି ବର୍ଷା ଅଭାବ ଚାଷୀକୁଳଙ୍କୁ ଅଡୁଆରେ ପକାଇଛି। ଏବେ ଧାନଗଛରେ କ୍ଷୀର ଢୋକିବା ଆରମ୍ଭ ହେଉଥିବାବେଳେ ବର୍ଷା ଧୋକା ଦେଇଛି। ଗତବର୍ଷ ଖରିଫ ଋତୁରେ ଲଘୁଚାପ ଜନିତ ଅଦିନିଆ ବର୍ଷାରେ ଚାଷୀଙ୍କ ଧାନ ଓ ଅଣଧାନ ନଷ୍ଟ ହୋଇଯାଇଥିଲା। ସେହି କ୍ଷୟକ୍ଷତି ଭରଣା ପାଇଁ ଚାଷୀ ଚଳିତବର୍ଷ ଅଣ୍ଟା ଭିଡିଥିବାବେଳେ ବର୍ଷାଭାବରୁ ଧାନଗଛ ପୋଡ଼ିଯିବାକୁ ବସିଲାଣି।
ଯାଜପୁର ଜିଲା କଳିଙ୍ଗନଗରରେ ସିମେଣ୍ଟ ଏବଂ ଷ୍ଟିଲ କାରଖାନାଗୁଡ଼ିକ ଗଢ଼ିଉଠିଛି। ଏହାବାଦ ଜିଲାର ଧର୍ମଶାଳା ତହସିଲ ଅଧୀନରେ ଜଙ୍ଗଲ ଜମିରେ ଶତାଧିକ ବେଆଇନ କଳାପଥର ଖାଦାନ ଚାଲିଛି। ଏଠାରେ ଜଙ୍ଗଲ ସୃଷ୍ଟି ବଦଳରେ ଜଙ୍ଗଲ କାଟି ବିପୁଳ କୋଟି ଅର୍ଥ ଲୋଭରୁ ବେଆଇନ କଳାପଥର କାରବାରକୁ ପ୍ରୋତ୍ସାହିତ କରାଯାଉଛି। ବିିଭିନ୍ନ ନିର୍ବାଚନ ଆସିଲେ ବେଆଇନ ପଥର ବ୍ୟବସାୟୀମାନଙ୍କୁ ଗୋଟିଏରୁ ୩ଟି ଲେଖାଏ ପଞ୍ଚାୟତର ନିର୍ବାଚନ ଦାୟିତ୍ୱ ଦିଆଯାଉଛି ବୋଲି ଅଭିଯୋଗ ହେଉଛି। ସେମାନେ ବିପୁଳ ଅର୍ଥରେ ଭୋଟରମାନଙ୍କୁ ଆକୃଷ୍ଟ କରି ବଡ଼ ବ୍ୟବଧାନରେ ଶାସକ ଦଳର ପ୍ରାର୍ଥୀଙ୍କୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନେଉଥିବା ଚର୍ଚ୍ଚା ହେଉଛି। ତେଣୁ ସେମାନେ ଜଙ୍ଗଲ କାଟିଲେ ବି କିଛି ଫରକ ପଡୁନାହିଁ। ହେଲେ ଜଙ୍ଗଲ ଧ୍ୱଂସର କୁପରିଣାମ ସ୍ବରୂପ ଜଳବାୟୁ ପରିବର୍ତ୍ତନ ଦେଖାଦେଇ ନାନା ପ୍ରାକୃତିକ ଦୁର୍ବିପାକ ଘଟୁଛି। ଦେଶକୁ ଖାଦ୍ୟ ଯୋଗାଇ ଥିବା ଚାଷୀମାନେ ନାହିଁ ନଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପକ୍ଷେ କଳାପଥର ଖାଦାନରେ ବିସ୍ଫୋରଣ ଏବଂ ପରିବହନ ସମୟରେ ଉତ୍କଟ ପ୍ରଦୂଷଣ, ବିପୁଳ ପରିମାଣରେ ଜୀବାଶ୍ମ ଇନ୍ଧନର ବ୍ୟବହାର ଯୋଗୁ ପରିବେଶ ନଷ୍ଟ ହେଉଥିବା କୁହାଯାଉଛି। ଏହାବାଦ୍‌ କମ୍ପାନୀଗୁଡ଼ିକରେ ପ୍ରତିଷ୍ଠିତ କେତେକ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଯୋଗୁ ବାୟୁମଣ୍ଡଳରେ ସବୁଜଗୃହ ବାଷ୍ପର ପରିମାଣ ବୃଦ୍ଧିପାଉଛି। ସୂର୍ଯ୍ୟାଲୋକର ଅବଲୋହିତ ରଶ୍ମିକୁ ଶୋଷଣ ଓ ଧାରଣ କରିବାର କ୍ଷମତା ଏହି ବାଷ୍ପର ଅଧିକ ଥିବାରୁ ତାହା ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି କରିବାରେ ସାହାଯ୍ୟ କରୁଛି ବୋଲି ମତପ୍ରକାଶ ପାଇଛି। କମ୍ପାନୀରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ବିଷାକ୍ତ ପାଣିରେ ଜମିର ଉର୍ବରତା ନଷ୍ଟ ହେଉଛି। ଏହିସବୁ ପ୍ରାକୃତିକ ବିପର୍ଯ୍ୟୟରେ ଫସଲ ହାନି ହେବା ସହ ବହୁ ଧନଜୀବନ ନଷ୍ଟ ହେଉଛି। ବିଡ଼ମ୍ବନା ଯେ, ଅଗଷ୍ଟରେ ମଧ୍ୟ କଳାପଥର ଖାଦାନରେ ଭରପୂର ଧର୍ମଶାଳା ବ୍ଲକରେ ସର୍ବନିମ୍ନ ୧୭୧ ମିମି ବର୍ଷା ରେକର୍ଡ କରାଯାଇଛି। ଆଶ୍ଚର୍ଯ୍ୟର କଥା, ଅଗଷ୍ଟରେ ଏହି ବ୍ଲକ ଅଞ୍ଚଳରେ ୪ରୁ ୧୩ ତାରିଖ, ୧୫, ୧୬, ୨୦, ୨୧ ଏବଂ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ବୁନ୍ଦାଏ ବି ବର୍ଷା ହୋଇ ନ ଥିବା ରେକର୍ଡରୁ ସୂଚନା ମିଳିଛି। ଏହି ତଥ୍ୟ ଅବଲୋକନ କଲେ ଜିଲାର ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ଚଳିତ ବର୍ଷ ଜୁଲାଇରେ ଏହି ବ୍ଲକ ଅଞ୍ଚଳରେ ମାତ୍ର ୧୦୮ ମିମି ବର୍ଷା ହୋଇଥିଲା। ଏଥିରେ ଜୁଲାଇ ୨ରୁ ୫, ୭ରୁ ୧୩, ୧୭ରୁ ୧୯ ଏବଂ ୨୫,୨୯ ଓ ୩୦ ତାରିଖରେ ବୁନ୍ଦାଏ ବି ବର୍ଷାପାଣି ଏହି ବ୍ଲକ ଅଞ୍ଚଳରେ ପଡ଼ିନାହିଁ। ପ୍ରାୟତଃ ବର୍ଷର ଜୁନ, ଜୁଲାଇ ଓ ଅଗଷ୍ଟର ବର୍ଷାକୁ ଚାଷୀ ଧାନଚାଷ ପାଇଁ ଅନେଇ ବସିଥାନ୍ତି। କିନ୍ତୁ ଚଳିତ ମାସ ମୌସୁମୀ ପ୍ରବାହ ଶୁଷ୍କ ହେବା ଏବଂ ରୌଦ୍ରତାପ ହେବା କାରଣରୁ ଅନେକ ଜମିରେ ମାଟି ଫାଟି ଆଁ କଲାଣି। ଅଣଜଳସେଚିତ ଅଞ୍ଚଳରେ ଧାନ ଚାଷ ବହୁଳ ଭାବେ କ୍ଷୟକ୍ଷତି ହେବା ଆଶଙ୍କା ଦେଖାଦେଇଛି। ଆସନ୍ତା ୪/୫ ଦିନ ମଧ୍ୟରେ ଭଲ ଅସରାଏ ବର୍ଷା ନ ହେଲେ ଧାନଗଛ ସବୁ ମରିଯବ ବୋଲି ଚାଷୀମାନେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri