Posted inଜାତୀୟ

ନୂଆ କାର୍ଟୁନର ସମୟ

ନୂଆଦିଲ୍ଲୀ,୨୫ା୮:ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ବୁଧବାର ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ସଫଳ ସୂକ୍ଷ୍ମାବତରଣ କରାଇ ଇତିହାସ ରଚିଛି। ପୂର୍ବରୁ ରୁଷିଆ, ଆମେରିକା ଓ ଚାଇନାର ମୁନ୍‌ ମିଶନ ସଫଳ ହୋଇଥିବାବେଳେ ଏଭଳି ସଫଳତା ହାସଲ କରିବାରେ ଭାରତ ହେଉଛି ପ୍ରଥମ ରାଷ୍ଟ୍ର। ତେଣୁ ଭାରତୀୟମାନେ ଏହାକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି। କିନ୍ତୁ ସେମାନେ ଆମେରିକାରୁ ପ୍ରକାଶିତ ‘ନ୍ୟୁୟର୍କ ଟାଇମ୍ସ’ (ଏନ୍‌ଓ୍ବାଇଟି)ର ଏକ ୯ ବର୍ଷ ତଳର କାର୍ଟୁନ୍‌କୁ ଭୁଲିପାରି ନାହାନ୍ତି।
୨୦୧୪ରେ ୪୫୦ କୋଟି ବ୍ୟୟରେ ଭାରତର ମଙ୍ଗଳ ଅଭିଯାନ ସଫଳ ହୋଇଥିଲା। ପୂର୍ବରୁ ଆମେରିକା, ରୁଷିଆ ଓ ୟୁରୋପ ମଙ୍ଗଳକୁ ଯାନ ପଠାଇଥିଲେ ହେଁ ଆନ୍ତଃ ଗ୍ରହ ମିଶନ ପାଇଁ ଭାରତ ସବୁଠୁ କମ୍‌ ଖର୍ଚ୍ଚ କରିଥିଲା। ମଙ୍ଗଳୟାନର ସଫଳତା ପରେ ଏନ୍‌ଓ୍ବାଇଟିରେ ଏକ କାର୍ଟୁନ ପ୍ରକାଶ ପାଇଥିଲା। ସେଥିରେ ଜଣେ ଭାରତୀୟ ଚାଷୀ ଏକ ଗାଈକୁ ସାଙ୍ଗରେ ଧରି ‘ଏଲିଟ୍‌ ସ୍ପେସ୍‌ କ୍ଲବ୍‌’ର କବାଟ ବାଡ଼ଉଛନ୍ତି। ଘର ଭିତରେ ୩ ଜଣ ସୁଟ୍‌ ପିନ୍ଧିଥିବା ବ୍ୟକ୍ତି (ସମ୍ଭବତଃ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ବୈଜ୍ଞାନିକ) ବସିଥିବା ଦେଖାଯାଇଥିଲା। ସିଙ୍ଗାପୁରର ବ୍ୟଙ୍ଗ ଚିତ୍ରକର ହେଙ୍ଗ୍‌ କିମ୍‌ ସଙ୍ଗ୍‌ଙ୍କ ଏହି କାର୍ଟୁନର ଶୀର୍ଷକ ଥିଲା, ‘ଇଣ୍ଡିଆଜ୍‌ ବଜେଟ୍‌ ମିଶନ ଟୁ ମାର୍ସ’। ଚନ୍ଦ୍ରୟାନ-୩ର ସଫଳତା ପରେ ଉତ୍ସବ ମନାଉଥିବା ଭାରତୀୟ ନେଟିଜେନ୍‌ମାନେ ସେହି ପୁରୁଣା ଫଟୋକୁ ମନେପକାଇ ନ୍ୟୁୟର୍କ ଟାଇମ୍ସକୁ ବୈଷମ୍ୟବାଦୀ ଖବରକାଗଜର ଆଖ୍ୟା ଦେଇଛନ୍ତି। ସେମାନେ କହଛନ୍ତି, ଏନ୍‌ଓ୍ବାଇଟି ପାଇଁ ଏବେ ନୂଆ କାର୍ଟୁନ ପ୍ରକାଶ କରିବାର ସମୟ ଉପନୀତ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri