କ୍ଷମତା ମିଳୁଛି, ବେକାରି ବଢୁଛି

ଯାଜପୁର ଅଫିସ,୨୪ା୮ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ କ୍ରମଶଃ ବେକାରୀ ସମସ୍ୟା ଗ୍ରାସ କରିବାରେ ଲାଗିଛି ା ଶିଳ୍ପ କମ୍ପାନୀ ଅନୁପାତରେ ନିଯୁକ୍ତି ମିଳୁ ନାହିଁ ା ଶିଳ୍ପ ଓ ଖଣିଦ୍ୱାରା ଜିଲାର ବେକାରୀ ସମସ୍ୟାର ଦୂରୀକରଣ ହୋଇ ପାରିବ ବୋଲି ସରକାର କହୁଥିବାବେଳେ ବାସ୍ତବତା ଠାରୁ ଏହା ବହୁ ଦୂରରେ ବୋଲି ମତପ୍ରକାଶ ପାଇଛି।
ଜିଲା କର୍ମ ନିୟୋଜନ ସଂସ୍ଥା ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଗତ ୨୦୨୧ରୁ ୨୦୨୩ ଏପ୍ରିଲ ପର୍ଯ୍ୟନ୍ତ ସମୁଦାୟ ୧୮,୫୫୩ ଜଣ ପଞ୍ଜିକୃତ କରିଛନ୍ତି। ଏହାକୁ ମିଶାଇ ଜିଲାରେ ପ୍ରାୟ ୭୦ ହଜାର ବେକାରୀ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି ା ତଥ୍ୟ ଅନୁସାରେ ୨୦୨୩ ଏପ୍ରିଲ ସୁଦ୍ଧା ଜିଲାରେ ୯୬୦୯, ୨୦୨୨ରେ ୪୫୮୭ ଓ ୨୦୨୧ରେ ୪୩୫୭ ଜଣ ନିଜ ନାମ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୬୧ ଜଣଙ୍କ ନାମ ବିଭିନ୍ନ ନିଯୁକ୍ତି ମେଳାରେ ସ୍ଥାନ ପାଇଥିଲା। ତେବେ କଳିଙ୍ଗନଗରର ବଡ଼ ବଡ଼ ଶିଳ୍ପ କମ୍ପାନୀମାନେ କର୍ମନିୟୋଜନ ସଂସ୍ଥା ଜରିଆରେ ନିଯୁକ୍ତି ଦେଉ ନ ଥିବା ଜଣାପଡିଛି। ତେବେ କେତକକ ଶିଳ୍ପ ସଂସ୍ଥା ସରକାରୀ ପଲିଟେକ୍ନିକ କଲେଜରୁ କ୍ୟାମ୍ପସ ଜରିଆରେ ବିଭିନ୍ନ ବୈଷୟିକ ଡିଗ୍ରୀଧାରୀ ଛାତ୍ରୀଛାତ୍ରଙ୍କୁ ଚୟନ କରି ନିଯୁକ୍ତି ଦେଉଥିବା ସୂଚନା ମିଳିଛି। ଅନ୍ୟ କେତେକ ବଡ଼ବଡ଼ ଶିଳ୍ପ କମ୍ପାନୀ କ୍ୟାମ୍ପସ ପାଇଁ ଆଦୌ ଆଗ୍ରହ ପ୍ରକାଶ କରୁନାହାନ୍ତି। ଜିଲାର ଶିକ୍ଷିତ ଯୁବତୀଯୁବକ ବିଭିନ୍ନ ବୈଷୟିକ ଶିକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ବି ଶିଳ୍ପ କମ୍ପାନୀମାନେ କେବଳ ଅଭିଜ୍ଞତା ଥିବା ଆଳ ଦେଖାଇ ବାହାର ରାଜ୍ୟରୁ ଅଧିକ ନିଯୁକ୍ତି ଦେଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକପ୍ରତିନିଧି ଓ ଶ୍ରମିକ ନେତା ଏହାର ପ୍ରତିବାଦ କରି ପାରୁ ନ ଥିବାରୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ମନୋବଳ ଆହୁରି ବଢିବାରେ ଲାଗିଛି ା ଜିଲାର ଲୋକ ପ୍ରତିନିଧିଙ୍କୁ ଗ୍ରାମ୍ୟ ଉନ୍ନୟନ, ରାଜସ୍ବ, ଶକ୍ତି, ଅର୍ଥ, ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅବକାରୀ, ମହିଳା ଓ ଶିଶୁ ବିକାଶ ବିଭାଗ, କ୍ରୀଡା, କୃଷି, ପଯର୍ର୍‌ୟଟନ ଓ ଲୋକ ସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମିଳି ଆସିଛି ା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସମୟରେ ଜିଲାକୁ ପ୍ରଥମ ମନ୍ତ୍ରୀପଦ ମିଳିଥିଲା ା ଯାଜପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ଶାନ୍ତନୁ ଦାଶଙ୍କୁ ଆଦିବାସୀ ହରିଜନ ଉନ୍ନୟନ ଏବଂ ଅବକାରୀ ମନ୍ତ୍ରୀ ଭାବେ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଥିଲା ା ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ଚିତ୍ତ ନାୟକ ବିଞ୍ଝାରପୁର ଆସନରୁ ଡେପୁଟୀ ମନ୍ତ୍ରୀ ପଦ ପାଇଥିଲେ ା ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀ କାଳରେ ଧର୍ମଶାଳା ଆସନରୁ ବାଙ୍କବିହାରୀ ଦାସଙ୍କୁ ରାଜସ୍ବ ମନ୍ତ୍ରୀ ପଦ ମିଳିଥିଲା ା ଏହାପରେ ଯାଜପୁର ଆସନରୁ ଜଗନ୍ନାଥ ମଲ୍ଲିକ କୃଷି ମନ୍ତ୍ରୀ, ସୁକିନ୍ଦା ଆସନରୁ ଶରତ ରାଉତ ପର୍ଯ୍ୟଟନ ଓ ଲୋକ ସମ୍ପର୍କ, ବଡଚଣା ଆସନରୁ ସୀତାକାନ୍ତ ମହାପାତ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଧର୍ମଶାଳା ଆସନରୁ କଳ୍ପତରୁ ଦାଶ ପଞ୍ଚାୟତିରାଜ, ବରୀ ଆସନରୁ ଦେବାଶିଷ ନାଏକ କ୍ରୀଡା, ବଡ଼ଚଣା ଆସନରୁ ଅମରପ୍ରସାଦ ଶତପଥୀ କୃଷି, ବିଞ୍ଝାରପୁର ଆସନରୁ ପ୍ରମିଳା ମଲ୍ଲିକ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ଯାଜପୁର ଆସନରୁ ପ୍ରଣବ କିଶୋର ଦାସ ଶକ୍ତିମନ୍ତ୍ରୀ ହୋଇଛନ୍ତି ା ତେବେ ପ୍ରଫୁଲ୍ଲ ଘଡାଇ ଜିଲାରୁ ୪ ଥର ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକର ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ା ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଅବକାରୀ ମନ୍ତ୍ରୀ ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସ୍ଥାପିତ କରିଥିଲେ ା ଜିଲାରେ ଏତେସବୁ କ୍ଷମତାର ଅଧିକାରୀ ହୋଇଥିଲେ ବି ଯାଜପୁର ଜିଲା ବିକାଶ କ୍ଷେତ୍ରରେ ସେତେଟା ଆଗେଇ ପାରିନାହିଁ। ନଗଡା, ତୁମୁଣି, ଗୁହିଆଶାଳୀ ଭଳି ସୁକିନ୍ଦା ବ୍ଲକର ଅନ୍ୟ କେତେକ ଆଭ୍ୟନ୍ତରିଣ ଗ୍ରାମରେ ଏବେ ବି ବିକାଶର ଆଲୁଅ ପହଞ୍ଚି ପାରି ନ ଥିବା ଚର୍ଚ୍ଚା ହେଉଛି। ଜିଲାରେ ସ୍ବାସ୍ଥ୍ୟ ଓ ଶିକ୍ଷା ସମସ୍ୟା ଏକ ମୁଖ୍ୟ ପ୍ରସଙ୍ଗ ହୋଇ ରହିଥିବାବେଳେ ବର୍ଷା ମାସରେ ପ୍ରମୁଖ ନଦୀନାଳ ଜିଲାବାସୀଙ୍କ ପାଇଁ ଦୁଃଖ ସାଜିଛି ା ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ଏବଂ ଠିକାଦାରୀ ରାଜନୀତି ଜିଲାର ଅଗ୍ରଗତିରେ ଅନ୍ତରାୟ ସୃଷ୍ଟି କରିଛି ବୋଲି ମତପ୍ରକାଶ ପାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri