Odisha Elections 2024

ନିଅଣ୍ଟିଆ ବର୍ଷା: ଚାଷଜମି ପଡ଼ିଆ

କେନ୍ଦ୍ରାପଡ଼ା, ୨୩।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ସମସ୍ତ ଚାଷଜମିକୁ ଜଳସେଚନ ପାଇଁ କେନାଲ ନାହିଁ। ଚଳିତବର୍ଷ ସ୍ବଳ୍ପ ବର୍ଷା ଏହି ଜିଲାର ଖରିଫ ଚାଷକୁ ନଷ୍ଟ କରିଛି। ଚାଷ ଜମି ଏବେ ପଡ଼ିଆ ହେବା ଅବସ୍ଥାକୁ ଆସିଥିବା ବେଳେ ଗୋଚର ହେବା ଦେଖିବାକୁ ମିଳୁଛି। ଋଣକରି ଚାଷ କରିଥିବା ବେଳେ ଚାଷୀ ଏବେ ସୁଧ ମୂଳ ଶୁଝିବା ଚିନ୍ତାରେ ଅଛନ୍ତି। ଜିଲାରେ ପ୍ରାୟ ୫୦ ହଜାର ହେକ୍ଟରରୁ ଅଧିକ ଜମିରେ ଫସଲ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। କୃଷି ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ସମୁଦାୟ ଜଳସେଚିତ ୬୫,୦୩୨ ହେକ୍ଟର ଜମି ମଧ୍ୟରୁ ୪୫,୯୧୪ ହେକ୍ଟର ଜମି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ। ମହାନଦୀ ନର୍ଥ ଡିଭିଜନ ଅନ୍ତର୍ଗତ ଡେରାବିଶ ବ୍ଲକର ୨୯୬୧ ହେକ୍ଟର, ମାର୍ଶାଘାଇର ୧୦୫୫ ହେକ୍ଟର ଓ ଗରଦପୁର ବ୍ଲକର ୧୦୪୯ ହେକ୍ଟର ଜମି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ। ସେହିପରିରେ କେନ୍ଦ୍ରାପଡ଼ା ଡିଭିଜନ ଅନ୍ତର୍ଗତ କେନ୍ଦ୍ରାପଡ଼ାର ୧୬,୩୫୭ ହେକ୍ଟର, ଡେରାବିଶର ୭୮୪୦ ହେକ୍ଟର, ମାର୍ଶାଘାଇର ୩୪୦୯ ହେକ୍ଟର, ମହାକାଳପଡ଼ାର ୩୦୦୭ ହେକ୍ଟର ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୧୧,୦୪୯ ହେକ୍ଟର କ୍ଷେତ ଜମିକୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଏ। ଅପରପକ୍ଷରେ ଆଳି, ରାଜନଗର ଓ ରାଜକନିକା ବ୍ଲକ ଅଞ୍ଚଳ ସହ ଅନ୍ୟ ବ୍ଲକ ଅଞ୍ଚଳର ଚାଷୀ ଉଠା ଜଳସେଚନ ଓ ବର୍ଷା ଉପରେ ନିର୍ଭର କରିଥାନ୍ତି। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲାରେ ମେ ମାସରେ ହାରାହାରି ୪୩୬.୨୨ ମି.ମି., ଜୁନ୍‌ରେ ୨୪୯.୧୧ ମି.ମି., ଜୁଲାଇରେ ୧୮୪ ମି.ମି. ଓ ଅଗଷ୍ଟରେ ୧୯୫ ମି.ମି. ପରିମାଣର ବର୍ଷା ହୋଇଥାଏ। ଏହି ତୁଳନାରେ ଚଳିତବର୍ଷ ମେ’ରେ ହାରାହାରି ମାତ୍ର ୭୨.୧୧ ମି.ମି., ଜୁନ୍‌ରେ ୬୭ ମି.ମି. ଓ ଜୁଲାଇରେ ୨୪୭.୧୧ ମି.ମି. ଓ ଅଗଷ୍ଟରେ ଅଦ୍ୟାବଧି ୧୭୦ ମି.ମି. ବର୍ଷା ହୋଇଛି। ଏହା ଚାଷ ପାଇଁ ଉପଯୁକ୍ତ ପରିମାଣର ବର୍ଷା ନୁହେଁ।
କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଚାଷୀ ଜଗଦୀଶ ପତି କହିଛନ୍ତି, ରୁଆ ଧାନ ଥୁଆ ବୋଲି କୁହାଯାଏ। କେନାଲ ପାଖାପାଖି ଜମିରେ ତଳି ପକାଯାଇ ଧାନ ଗଛ ରୁଆଯାଏ। ସହଳ କିସମ ଧାନର ଗଛ ପାଇଁ ସମୟସୀମା ଅଛି। ଜୁଲାଇ ମାସ ଆରମ୍ଭରୁ ଧାନ ତଳି ପକାଇଲେ ଶତ ପ୍ରତିଶତ ଗଛ ହେଉଥିବା ବେଳେ ମାସର ଶେଷକୁ ତଳି ପକାଇଲେ ପ୍ରାୟ ୬୦ ପ୍ରତିଶତ ଗଛ ମିଳିବ। ତେବେ ଜିଲା ଜଳ ସମ୍ପଦ ବିଭାଗ ଏଥିନେଇ ସଚେତନ ନୁହନ୍ତି। ଉପଯୁକ୍ତ ସମୟରେ କେନାଲରେ ପାଣି ଛାଡ଼ିବା ପାଇଁ ସେମାନେ ତପତ୍ରତା ଦେଖାଉ ନାହାନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସୁଫଳ ମିଳୁନାହିଁ। ଡେରାବିଶ ବ୍ଲକ କୋଶିଦା ଗ୍ରାମର ଚାଷୀ କେଶବ ଚନ୍ଦ୍ର ସାମଲ ପ୍ରଶାସନର ଏପରି ଖାମଖିଆଲି ନୀତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଅକ୍ଷୟ ତୃତୀୟାଠାରୁ ଚାଷୀ ଏହି ଜିଲାରେ ଖରିଫ ଧାନ ଚାଷ ପାଇଁ କ୍ଷେତରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାନ୍ତି। ବର୍ଷାକୁ ଦେଖି ଧାନ ବୁଣାବୁଣି ହୁଏ। ଚଳିତବର୍ଷ ଆବଶ୍ୟକ ବର୍ଷା ନ ହେବାରୁ ବୁଣା ଧାନ ଗଜା ମରୁଡ଼ି ଅବସ୍ଥାକୁ ଆସିଯାଇଛି। ଋଣକରି ଚାଷ କରିଥିବା ବେଳେ ଧାନ ନ ହେଲେ ଋଣ ଶୁଝିବା କଷ୍ଟକର ହେବ। ସେହିପରି ପାଖଡ ଗ୍ରାମର ଚାଷୀ ଅନନ୍ତ ସ୍ବାଇଁ କହିଛନ୍ତି, ତଳି ରୋଇବାକୁ ଆବଶ୍ୟକ ପାଣି ନାହିଁ। ମହାନଦୀ ଦ୍ୱୀପାଞ୍ଚଳର ନୂତନ କେନାଲରେ ଅଦ୍ୟାବଧି ପାଣି ଛଡ଼ାଯାଇନାହିଁ। ଫଳରେ ଜମି ପଡ଼ିଆ ପଡ଼ିବା ସହିତ ତଳି ଧାନରେ ଗଣ୍ଠି ଆସିଗଲାଣି। କୃଷକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ଜିଲାରେ ୭ ନଦୀ, ୨୭ ଶାଖା ନାଳ ସହ ବୃହତ୍‌ କେନାଲ ଅଛି। ଏହାସତ୍ତ୍ୱେ ଜଳ ପରିଚାଳନା କୃଷି ପାଇଁ ବାଧକ ହୋଇଛି। ଜଳସେଚନ ପାଇଁ ଚାଷକୁ ଜଳ ମିଳୁ ନ ଥିବା ବେଳେ ବନ୍ୟା ଓ ଅତ୍ୟଧିକ ବର୍ଷା ସମୟରେ ଉଦ୍‌ବୃତ ଜଳ ନିଷ୍କାସନ ସମସ୍ୟା ଅଛି। କୃଷି ଭିତ୍ତିକ ଅର୍ଥନୀତିରେ ପରିଚାଳିତ ଏହି ଜିଲାରେ ୭ ନଦୀର ସଂଯୋଗୀକରଣ ସହ ବିଭିନ୍ନ ସ୍ଥାନରେ କ୍ରିକ୍‌ ବନ୍ଧ ନିର୍ମାଣର ଆବଶ୍ୟକତା ଅଛି। କେନାଲର ପୁନରୁଦ୍ଧାର ନାମରେ ଘାସ ଚାଞ୍ଚତ୍ ଅର୍ଥ ହଡ଼ପ କରାଯାଉଛି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ କେନାଲରେ ପାଣି ଛଡ଼ାଯାଇଛି। ତେବେ କେତେକ ଉଚ୍ଚ ଜମିକୁ ପାଣି ଯାଇ ନ ଥିବା ଅଭିଯୋଗ ହେଉଛି। ଧାନଚାଷ ପାଇଁ କେନାଲ ପାଣି ବାଧକକୁ ସେ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖେଇ ଆସୁଛି, ଅନୁରୂପ ଭାବେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋର୍‌ ଧରିବାରେ ଲାଗିଛି। ବରଗଡ଼...

ରୋଡ୍‌ ଶୋ’ ଅଧାରୁ ଚାଲିଗଲେ ହେମାମାଳିନୀ

କଟକ ସଦର, ୧୭ା୫(ସୁଶାନ୍ତ କୁମାର ଜେନା)- କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗରଠାରେ ଭାଜପା ପକ୍ଷରୁ ରୋଡ୍‌ ଶୋ’ ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା।...

ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

ସାଙ୍ଗ ହୋଇ ବ୍ରାହ୍ମଣୀ ଗାଁ ବାହାରିଥିଲେ, ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ; ଅନ୍ୟ ଜଣେ…

ବ୍ରାହ୍ମଣୀଗାଁ,୧୭।୫( ମନୋରଞ୍ଜନ ରଣା ): ଗଜପତି – କନ୍ଧମାଳ ଜିଲା ସୀମାନ୍ତ ତିଆରି ଗାଁ ନିକଟରେ ଶୁକ୍ରବାର ଏକ ବାଇକ ଦୁର୍ଘଟଣା ଘଟିଛି l ଏହି...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

୩ନଂ ଜୋନରେ ବିଜେଡିର ପ୍ରଚାର

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ତରଫରୁ ଶୁକ୍ରବାର ୩ନଂ ଜୋନରେ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକ ବେଲବାହାଳି...

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ। ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri