ସ୍ବାଧୀନତା ସଂଗ୍ରାମୀ ମକର ଦାସଙ୍କ ପରଲୋକ

ଡେରାବିଶ,୨୩।୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବସୁପୁର ପଞ୍ଚାୟତ ହାଟବାଣପୁର ଗ୍ରାମର ସ୍ବାଧୀନତା ସଂଗ୍ରାମୀ ମକର ଦାସ(୯୯)ଙ୍କ ମଙ୍ଗଳବାର ପରିଲୋକ ହୋଇଛି। ବୟସାଧିକ୍ୟ ଅସୁସ୍ଥତା କାରଣରୁ ରୋଗଗ୍ରସ୍ତ ହୋଇ ଚଳିତମାସ ୧ ତାରିଖଠାରୁ କଟକ ବଡ଼ ମେଡିକାଲରେ ମକର ଚିକିତ୍ସିତ ହେଉଥିଲେ। କଟକରୁ ମରଶରୀର ଡେରାବିଶରେ ପହଞ୍ଚତ୍ଲା ପରେ ବିରାଟ ଶୋଭାଯାତ୍ରାରେ ବାସଭବନକୁ ନିଆଯାଇଥିଲା। ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନରେ ଶୋକାକୁଳ ଜନତାଙ୍କ ଗହଳି ଲାଗି ରହିଥିଲା। ପ୍ରଶାସନ ପକ୍ଷରୁ ମରଶରୀରରେ ଜାତୀୟ ପତାକା ପୂର୍ବକ ଶେଷ ସମ୍ମାନ ଦିଆଯିବା ସହ ଶୋଭାଯାତ୍ରା ମଧ୍ୟରେ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ଜିଲା ପୋଲିସ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜଳନ୍ଧର ଜାଲି, ଏସ୍‌ଡିପିଓ ଦେବେନ୍ଦ୍ର ମଲିକ, ସଦର ଥାନା ଇନ୍ସପେକ୍ଟର ସରୋଜ କୁମାର ସାହୁଙ୍କ ସମେତ ବହୁ ପୋଲିସ କର୍ମଚାରୀ ଗାର୍ଡ ଅଫ୍‌ ଅନର ସହ ତୋପ ସଲାମି ପ୍ରଦାନ କରିଥିଲେ। ମକରଙ୍କ ବଡ଼ ପୁଅ ପଞ୍ଚାନନ ମୁଖାଗ୍ନି ଦେଇଥିବା ବେଳେ ପୁଅ ରମେଶ ଓ ଦାମୋଦର ଉପସ୍ଥିତ ଥିଲେ।
୧୯୨୪ରେ ହାଟବାଣପୁର ଗଁାର ଆକୁଳି ମା’ ପଦ୍ମାବତୀଙ୍କ କୋଳରୁ ଜନ୍ମ ନେଇ ପରେ ପାଳିତ ମାତାପିତା ମଣି ଓ ଜହ୍ନଙ୍କ ପାଖରେ ଲାଳନପାଳନ ହୋଇଥିଲେ। ୧୯୩୪ ମେ ୨୯ରେ କେନ୍ଦ୍ରାପଡ଼ା ଅଞ୍ଚଳକୁ ଗାନ୍ଧିଜୀଙ୍କ ଐତିହାସିକ ପଦଯାତ୍ରା ସମୟରେ ଡେରାବିଶ ବ୍ଲକ ଅଧୀନ ଖମୋଳ ପଞ୍ଚାୟତ ବଡ଼ସଲାରଠାରେ ଜାଗରଣ ସଭା ହୋଇଥିଲା। ମାତ୍ର ୧୦ ବର୍ଷରେ ମକର ଜାତୀୟତା ପ୍ରେମରେ ଉଦ୍‌ବୁଦ୍ଧ ହୋଇ ଗାନ୍ଧୀଙ୍କ ନେତୃତ୍ୱରେ ବ୍ରିଟିଶ ସରକାର ବିରୋଧୀ ଆନ୍ଦୋଳନରେ ନିଜକୁ ଝାସ ଦେଇଥିଲେ। ଏହା ପରେ ମକର କେନ୍ଦ୍ରାପଡ଼ାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ପୁରୁଷୋତ୍ତମ ନାୟକଙ୍କ ନେତୃତ୍ୱରେ ୧୯୪୨ରେ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ। ପରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ ଓ ସରକାରୀ ଆସବାବପତ୍ରକୁ ନଷ୍ଟ କରିବା ଅଭିଯୋଗରେ ମକର ୬ ମାସ ୮ ଦିନ କେନ୍ଦ୍ରାପଡ଼ା, କଟକ ଓ ବ୍ରହ୍ମପୁର ଜେଲ୍‌ରେ ନଂ. ୧୨୨୫୨ କଏଦୀ ଭାବେ କାରାଗାରରେ ଜୀବନ ବିତାଇ ଥିଲେ। ତେବେ ୧୯୪୩ରେ ମକର କାରାଗାରରୁ ମୁକ୍ତ ହେବା ପରେ ଚରଖାରେ ସୂତା କାଟିବା, ନିଶା ନିବାରଣ, ଅସ୍ପୃଶ୍ୟତା ଦୂରୀକରଣ, ଯୌତୁକ ପ୍ରଥା ବିରୋଧରେ ଆନ୍ଦୋଳନ ଇତ୍ୟାଦି କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ।
ବିଭିନ୍ନ ସମ୍ମାନର ଅଧିକାରୀ ଥିଲେ ମକର
୧୯୭୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ତାମ୍ର ଫଳକ ସମ୍ମାନ, ୧୯୮୫ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ସମ୍ମାନ, ୧୯୮୬ରେ ରାଜ୍ୟପାଳ ବି.ଏନ୍‌.ପାଣ୍ଡେଙ୍କ ଦ୍ୱାରା ମକର ସମ୍ମାନିତ ହୋଇଥିଲେ। ୧୯୯୨ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ମକର ସମ୍ମାନିତ ହୋଇଥିବା ବେଳେ ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କ୍ରାନ୍ତି ଦିବସ ଅଗଷ୍ଟ ୯ରେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଦ୍ୱାରା ରାଷ୍ଟ୍ରପତି ଭବନରେ ଆଟ୍‌ ହୋମ୍‌ କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଥିଲେ। ୨୦୨୦ରେ କରୋନା ସମୟରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ବୀର ସୈନିକ ସମ୍ମାନକୁ କେନ୍ଦ୍ରାପଡ଼ା ଜିଲାପାଳ ହାଟବାଣପୁରସ୍ଥିତ ବାସଭବନରେ ମକରଙ୍କୁ ପ୍ରଦାନ କରିଥିଲେ। ୨୦୨୩ ଅଗଷ୍ଟ ୯ କ୍ରାନ୍ତି ଦିବସରେ ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ପୀତାମ୍ବର ସାମଲ ରାଷ୍ଟ୍ରପତିଙ୍କଠାରୁ ଆସିଥିବା ଉପଢ଼ୌକନ, ମାନପତ୍ର ସହ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ମକରଙ୍କୁ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri