କେଜିବିଭି ହଷ୍ଟେଲରେ ପାଣି ସମସ୍ୟା, ଛାତ୍ରୀଙ୍କୁ ଧମକଚମକ: ରାସ୍ତାକୁ ଓହ୍ଲାଇଲେ ଅନ୍ତେବାସିନୀ

ଲୋଇସିଂହା,୬।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ(କେଜିବିଭି)ର ଅନ୍ତେବାସିନୀମାନେ ନାନା ସମସ୍ୟା ଦେଇ ଗତି କରୁଛନ୍ତି। ଏହାର ପ୍ରତିବାଦ କଲେ ସେମାନଙ୍କୁ ନାଲିଆଖି ଦେଖାଯାଉଛି। ଟିସି ନେଇ ଯିବାକୁ ଧମକଚମକ ଦିଆଯାଉଛି । ପ୍ରତିବାଦ କରିଥିବା ସୁଜିଆ ଗ୍ରାମର ୪ ଅନ୍ତେବାସିନୀଙ୍କୁ ହଷ୍ଟେଲରୁ ତଡି ଦିଆଯାଇଥିବା ଅଭିଯୋଗ ହୋଇଛି । ଏସବୁ ଘଟଣା ଅସହ୍ୟ ହେଲା ପରେ ଅନ୍ତେବାସିନୀମାନେ ସୋମବାର ରାଜରାସ୍ତାକୁ ଓହ୍ଲାଇଥିଲେ । ସ୍କୁଲ ସମ୍ମୁଖ ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥକୁ ସେମାନେ ପ୍ରାୟ ଅଢେଇ ଘଣ୍ଟା ଧରି ଅବରୋଧ କରି କର୍ତ୍ତୃପକ୍ଷଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ। ପରେ ଶିକ୍ଷା ବିଭାଗ, ବ୍ଲକ ପ୍ରଶାସନ ଏବଂ ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ନେଇ ତ୍ରିପାକ୍ଷିକ ଆଲୋଚନା କରାଯାଇଥିଲା। ଜନସାଧାରଣଙ୍କ ପକ୍ଷରୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସମସ୍ୟା ସମାଧାନ ପାଇଁ ଦାବି କରାଯାଇଥିଲା ।

୨୦୦୬ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ଲୋଇସିଂହା କେଜିବିଭି ଆରମ୍ଭ ସମୟରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କାର୍ଯ୍ୟ କରିଥିଲା। ପିଲାମାନେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସରେ ରହୁଛନ୍ତି। ୨୦୧୮-୧୯ ଶିକ୍ଷା ବର୍ଷ ପର୍ଯ୍ୟନ୍ତ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ଏକଶହ ଅନ୍ତେବାସୀ ରହୁଛନ୍ତି । ଚଳିତ ଶିକ୍ଷା ବର୍ଷରୁ ଏଠାରେ ନବମ ଶ୍ରେଣୀର ୩୨ଜଣ ଛାତ୍ରୀ ଅଧିକ ରହୁଛନ୍ତି। ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାମାନେ ବାଳକ ଉଚ୍ଚ ବିଦ୍ୟାଳୟ ଓ ନବମ ଶ୍ରେଣୀର ପିଲାମାନେ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ତେବେ ଛାତ୍ରୀ ନିବାସରେ ଲାଗି ରହିଥିବା ଅବ୍ୟବସ୍ଥାକୁ ନେଇ ପିଲାମାନେ ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି। ଏଠାରେ ଆରମ୍ଭରୁ ପାଣି ସମସ୍ୟା ଲାଗି ରହିଛି । ଗୋଟିଏ ନଳକୂପରେ ଶତାଧିକ ଅନ୍ତେବାସୀ ସ୍ନାନଶୌଚ କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବିଭିନ୍ନ ସମୟରେ ଦାବି କରାଯାଇ ଆସୁଥିଲେ ବି ସମସ୍ୟାର କୌଣସି ସମାଧାନ ହୋଇ ପାରିନାହିଁ। ଚଳିତବର୍ଷ ଅଧିକ ୩୨ଜଣ ଛାତ୍ରୀ ଆସିଥିବାରୁ ଏହି ସମସ୍ୟା ଅଧିକ ଜଟିଳ ହୋଇ ପଡିଛି। ଅପରପକ୍ଷରେ ରବିବାରଠାରୁ ଛାତ୍ରୀ ନିବାସକୁ ଜଳଯୋଗଣ ବନ୍ଦ ଥିବାରୁ ସ୍ଥିତି ସଙ୍ଗିନ ହୋଇଛି। ସୋମବାର ସକାଳୁ ଅନ୍ତେବାସିନୀମାନେ ଏହାର ପ୍ରତିବାଦ କରି ସ୍କୁଲଗେଟ ଆଗରେ ଧାରଣା ଦେଇଥିଲେ ।

ସେଠାରେ ଲୋକେ ରୁଣ୍ଡ ହେବାରେ ଛାତ୍ରୀମାନେ ସେମାନଙ୍କ ଦୁଃଖ ବଖାଣିଥିଲେ। ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ ହେଉଛି। ଏପରିକି ଦିଆଯାଉଥିବା ଖାଦ୍ୟରେ ପେଟ ପୂରୁ ନାହିଁ। ରୋଗବ୍ୟାଧି ହେଲେ ଚିକିତ୍ସା କରାଯାଉ ନ ଥିବା ଛାତ୍ରୀମାନେ ଅଭିଯୋଗ କରିଥିଲେ। ଏସବୁର ପ୍ରତିବାଦ କଲେ ହଷ୍ଟେଲ କର୍ତ୍ତୃପକ୍ଷ ଧମକଚମକ ଦେଉଥିବା ଅନ୍ତେବାସିନୀମାନେ ଅଭିଯୋଗ କରିଥିଲେ । ଏହା ଶୁଣିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବିଇଓ ରୀନା ବେହେରା, ଆଇଆଇସି ଲଳିତା ଲେକ୍ରା, ବିଡିଓ ରାମଚନ୍ଦ୍ର ଖାଡିଆ, ଛାତ୍ରୀ ନିବାସ ସଂଯୋଜିକା ପୁଷ୍ପାଞ୍ଜଳି ଯୋଷୀ ପ୍ରମୁଖ ଘଟଣାସ୍ଥଳକୁ ଆସି ଆନ୍ଦୋଳନରତ ଛାତ୍ରୀମାନଙ୍କୁ ବୁଝାଶୁଝା କରି ରାସ୍ତାରୁ ଉଠାଇଥିଲେ। ପରେ ସ୍ଥାନୀୟ ବୁଦ୍ଧିଜୀବୀ, ବିଡିଓ, ବିଇଓ, ଆରଡବ୍ଲୁଏସଏସ ଯନ୍ତ୍ରୀ, ସରପଞ୍ଚ ସୁନୀଲ ଅଗ୍ରୱାଲ, ଛାତ୍ରୀ ନିବାସ ଇନଚାର୍ଜ ତଥା ଏମଇ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ କନକ ମଞ୍ଜରୀ ପାଣିଗ୍ରାହୀଙ୍କୁ ନେଇ ଏକ ବୈଠକ ହୋଇଥିଲା।

ପ୍ରଧାନଶିକ୍ଷୟିତ୍ରୀ ପାଣିଗ୍ରାହୀ ପାଣି ସମସ୍ୟା ଏବଂ ସକାଳ ବେଳା କମ୍‌ ଖାଦ୍ୟ ଦିଆଯିବାକୁ ସ୍ବୀକାର କରିଥିଲେ। ସ୍କୁଲର ଜମି ସମସ୍ୟା ଯୋଗୁ ଅନେକ ଅନୁଦାନ ଫେରିଯାଉଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଥିଲେ । ସ୍ଥାନୀୟ ସରପଞ୍ଚ ପାଣିର ସ୍ଥାୟୀ ସମାଧାନ ନହେବା ଯାଏ ଟ୍ୟାଙ୍କରରେ ପାଣି ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ।ା ସ୍ଥାନୀୟ ବୁଦ୍ଧିଜୀବୀମାନେ ପାଣି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ କହଥିଲେ। ଏଥିସହ ଅନ୍ତେବାସିନୀଙ୍କୁ ନିର୍ଯାତନା ଦେଇଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳଙ୍କୁ ଅବଗତ ପାଇଁ ବିଇଓ ଏବଂ ବିଡିଓଙ୍କଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହଛାତ୍ରୀ ନିବାସ ଅବ୍ୟବସ୍ଥାର ନିୟମିତ ଯାଞ୍ଚ ପାଇଁ ଏକ ୯ ଜଣିଆ କମିଟିକୁ ଦାୟିତ୍ୱ ଦିଆଯାଇଥିଲା । ଦିଲୀପ ବେହେରା, ବିଭୂତିଭୂଷଣ ସାହାଣୀ, କାହ୍ନୁ ପଧାନ, ଶ୍ୟାମସୁନ୍ଦର ଭୋଇ, ଲାଲମନନାଗଙ୍କ ସମେତ ବହୁ ବୁଦ୍ଧିଜୀବୀ ଏହି ଅବସରରେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri