ପଟ୍ଟଚିତ୍ର ପାଇଁ ପରିଚୟ

ଶିଳ୍ପୀଙ୍କ କଳାକାରି ଦେଖିଲେ ଯେ କେହି ବି ମୁଗ୍ଧ ହୋଇଯିବେ। ବିଶେଷକରି ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ସେ କଳାର ରୂପ ଦିଅନ୍ତି। ପ୍ରସ୍ତୁତ କରନ୍ତି ପଟ୍ଟଚିତ୍ର। ଇଏ ହେଲେ ଯୁବ ପଟ୍ଟଚିତ୍ର ଶିଳ୍ପୀ ପ୍ରଦ୍ୟୁମ୍ନ ମହାପାତ୍ର। ଘର ତାଙ୍କର ପୁରୁଣା ଭୁବନେଶ୍ୱରରେ। ସେ କୁହନ୍ତି, ଆମ ପରିବାରର ରୋଜଗାରର ମାଧ୍ୟମ ହେଉଛି ଏହି ପଟ୍ଟଚିତ୍ର। ପିଲାବେଳୁ ମୁଁ ଦେଖି ଆସିଛି ସମସ୍ତେ କେମିତି ପଟ୍ଟଚିତ୍ର ପ୍ରସ୍ତୁତ କରନ୍ତି। ମୋତେ ବି ଦେଖିଦେଖି ଖୁବ୍‌ ଭଲ ଲାଗେ। କହିବାକୁ ଗଲେ, ଏହି ଛୋଟ ବୟସରୁ ହିଁ ପଟ୍ଟଚିତ୍ର କରିବାର ନିଶା ମୋ ଭିତରେ ଆସିଥିଲା। ମୋ ବାପା ପୁରୁଷୋତ୍ତମ ମହାପାତ୍ରଙ୍କର ହସ୍ତକଳାରେ ସ୍ବତନ୍ତ୍ର ପରିଚୟ ରହିଛି। ଘରେ ସେ ଯେତେବେଳେ ପଟ୍ଟଚିତ୍ର କରନ୍ତି, ଏଥିରେ ପରିବାରର ଅନ୍ୟମାନେ ସହଯୋଗ କରିଥାନ୍ତି। ମୋ ମା’ କୁନାମଣି ଦେଈ ମଧ୍ୟ ବିଭିନ୍ନ ଚିତ୍ର କରିଥାନ୍ତି। +୨ ପଢ଼ା ବେଳେ ଏକ ହସ୍ତକଳା ଶିବିରରେ ପ୍ରାୟ୧ବର୍ଷ ଟ୍ରେନିଂ ନେଇଥିଲି। ତା’ପରେ ୨୦୧୧-୧୨ ମସିହାରେ ଗଣ୍ଡମୁଣ୍ଡା ହସ୍ତକଳା ଟ୍ରେନିଂ ସେଣ୍ଟରରେ ଯୋଗଦେଇଥିଲି। ପଟ୍ଟଚିତ୍ର ତିଆରି ପାଇଁ କେହିକେହି ତାଳପତ୍ରରେ ଖୋଦେଇ କରିଥାନ୍ତି। ସେହିପରି ଆଉ କେହି କେହି କଟନ ଶାଢ଼ିକୁ ଚଟାଣରେ ପାରି ସେଥିରେ ତେନ୍ତୁଳିମଞ୍ଜିର ମଣ୍ଡ ଦେଇ ଖରାରେ ଶୁଖାଇ ରଖିଥାନ୍ତି। ଏହାପରେ ଖଡ଼ିଗୁଣ୍ଡର ପ୍ରଲେପ ଦିଆଯାଇଥାଏ। ପରେ ଏହି କନାକୁ ପଲିସକରିବା ପାଇଁ ଖୁଆ ପଥରକୁ ଘଷା ଯାଇଥାଏ। ତା’ପରେ ପେନ୍‌ସିଲରେ ବିଭିନ୍ନ ପ୍ରକାର ଚିତ୍ରକୁ ସ୍କେଚ୍‌ କରାଯାଇଥାଏ। ଅଙ୍କନ କରାଯାଇଥିବା ଚିତ୍ରରେ ବିଭିନ୍ନ ପ୍ରାକୃତିକ ରଙ୍ଗ ଦିଆଯାଇଥାଏ। ଯଥା- ହେଙ୍ଗୁଳ,ହରିତାଳ, ଧଳା, ପିହୁଳି, ଖଣ୍ଡନୀଳ, ସିନ୍ଦୂର, ଡିବି କିମ୍ବା ଦୀପକଳାରେ କଇଁଥ ଅଠା ମିଶାଯାଇଥାଏ। ତା’ ପରେ ପଟ୍ଟଚିତ୍ରରେ ଏହି ଦେଶୀ ରଙ୍ଗକୁ ଲଗାଇଥାନ୍ତି। ଫଳରେ ଚିତ୍ରଗୁଡ଼ିକ ସୁନ୍ଦର ଦିଶିଥାଏ। ବିଶେଷକରି ବିଭିନ୍ନ ପୌରାଣିକ ବିଷୟକୁ ନେଇ ଶ୍ରୀଗଣେଶ, ଶ୍ରୀକୃଷ୍ଣ, ଶ୍ରୀଜଗନ୍ନାଥଙ୍କ ମହାପ୍ରଭୁଙ୍କ କାଞ୍ଚି ଅଭିଯାନ, ବିଭିନ୍ନ ବେଶ, ଶ୍ରୀକୃଷ୍ଣଙ୍କ କାଳୀୟଦଳନ, ଶ୍ରୀରାମଚନ୍ଦ୍ରଙ୍କ ନୌକାଯାତ୍ରା ଆଦି ପଟ୍ଟଚିତ୍ର ତିଆରି କରିଥିଲି। ନର୍ତ୍ତକୀ, ବୋଇତ ବନ୍ଦାଣ, ରଜଦୋଳି, ସବାରି ପାଲିଙ୍କି, ବରକନ୍ୟା, ଶୁଭବିବାହ, ବରଯାତ୍ରୀ, ଶୁଆଶାରୀ, ହାତୀ, ମୟୂର ଆଦି ବିଭିନ୍ନ ପଟ୍ଟଚିତ୍ର ତିଆରି କରିଥାଏ। ଏଥିପାଇଁ ରାଜ୍ୟ ଓ ବାହାର ରାଜ୍ୟରେ ଆୟୋଜିତ କେତେକ ହସ୍ତକଳା ମେଳାରେ ଯୋଗଦେଇ ଏହି ପଟ୍ଟଚିତ୍ରଗୁଡ଼ିକୁ ବିକ୍ରିକରିଥାଏ ।
ଭୁବନେଶ୍ୱରରେ ଆୟୋଜିତ ହସ୍ତକଳା ଶିବିରରେ ଏକାଧିକ ଥର ଯୋଗଦେଇଛି। ପଟ୍ଟଚିତ୍ର ପ୍ରଦର୍ଶନୀ ପାଇଁ ମୋତେ ପୁରସ୍କାର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri