Posted inଜାତୀୟ

ଲେହରେ ଗଡ଼ିବ ହାଇଡ୍ରୋଜେନ୍‌ ବସ୍‌

ନୂଆଦିଲ୍ଲୀ,୨୦।୮: ଭାରତର ପ୍ରଥମ ହାଇଡ୍ରୋଜେନ୍‌ ଚାଳିତ ବସ୍‌ ସେବା ଲେହରୁ ଆରମ୍ଭ ହେବ। ଏହାର ପ୍ରଥମ ବ୍ୟବସାୟିକ ପରୀକ୍ଷଣ ଇତିମଧ୍ୟରେ ଆରମ୍ଭ ହୋଇଛି। ଦେଶର ସର୍ବବୃହତ ଶକ୍ତି ଉତ୍ପାଦନକାରୀ ସଂସ୍ଥା ଜାତୀୟ ତାପଜ ବିଦ୍ୟୁତ୍‌ ନିଗମ(ଏନ୍‌ଟିପିସି) ଏହି ଯୋଜନାରେ ସହରାଞ୍ଚଳ ପରିବହନ ସେବା ପାଇଁ ଲେହ ପ୍ରଶାସନକୁ ୫ଟି ହାଇଡ୍ରୋଜେନ ଚାଳିତ ବସ୍‌ ପ୍ରଦାନ କରିଛି। ୧.୭ ମେଗାଓ୍ବାଟ ଗ୍ରୀନ୍‌ ହାଇଡ୍ରୋଜେନ୍‌ ଉତ୍ପାଦନ କଲାଭଳି ଏକ ସୋଲାର ପ୍ଲାଣ୍ଟ ମଧ୍ୟ ଏହି ସଂସ୍ଥା ନିର୍ମାଣ କରିଛି। ଏଠାରୁ ହ୍ରାଇଡ୍ରୋଜନ୍‌ ଚାଳିତ ବସ୍‌ଗୁଡ଼ିକ ଲାଗି ଇନ୍ଧନ ଯୋଗାଯିବ। ଏହାର ଭିତ୍ତିଭୂମି ନିର୍ମାଣ ଲାଗି ଲେହ ପ୍ରଶାସନ ୭.୫ ଏକର ଜମି ଲିଜ୍‌ ସୂତ୍ରରେ ନେଇଛନ୍ତି। ଅଶୋକ ଲେଲାଣ୍ଡ କମ୍ପାନୀ ଏହି ବସ୍‌ଗୁଡ଼ିକୁ ଯୋଗାଇଛି। ପ୍ରତ୍ୟେକ ବସ୍‌ ମୂଲ୍ୟ ୨.୫ କୋଟି ଟଙ୍କା ରହିଛି। ଏହି ବସ୍‌ଗୁଡ଼ିକର ଯାତ୍ରୀ ଭଡ଼ା ଡିଜେଲ୍‌ ଚାଳିତ ବସ୍‌ ସହ ସମାନ ରହିଛି। ଏହି ବସ୍‌ ସେବା ପରିଚାଳନାରେ ଯଦି କିଛି କ୍ଷତି ଘଟେ ତେବେ ସେହି କ୍ଷତିକୁ ଏନ୍‌ଟିପିସି ଭରଣା କରିବ ବୋଲି କମ୍ପାନୀର ଜଣେ ଅଧିକାରୀ କହିଛନ୍ତି। ସ୍ବାଧୀନତା ଦିବସ ଅବସରରେ ଏହି ସେବା ଆରମ୍ଭ ହେବାର ଥିଲା କିନ୍ତୁ ବନ୍ୟା ଏବଂ ଭୂସ୍ଖଳନ ଯୋଗୁ ଏହା ହୋଇପାରିନାହିଁ। ଗତ ଗୁରୁବାର ହାଇଡ୍ରୋଜେନ ଚାଳିତ ଏକ ବସ୍‌ ଲେହରେ ପହଞ୍ଚିଛି। ତେଣୁ ଏହି ସେବା ଖୁବଶୀଘ୍ର ଆରମ୍ଭ ହେବ ବୋଲି ଏନ୍‌ଟିପିସିର ଜଣେ ଅଧିକାରୀ କହିଛନ୍ତି। ୨୦୨୦ ସ୍ବାଧୀନତା ଦିବସ ଅଭିଭାଷଣବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖକୁ କାର୍ବନମୁକ୍ତ କରିବା ପାଇଁ କହିଥିଲେ। ଯାହା ଦୁଇବର୍ଷ ପରେ ବାସ୍ତବ ରୂପ ନେବାକୁ ଯାଉଛି। ଲଦାଖ ହିମାଳୟ ପର୍ବତମାଳା ଭଳି ଉଚ୍ଚରେ ରହିଥିଲେ ମଧ୍ୟ ସେଠାରେ ବିକାଶ କାର୍ଯ୍ୟ ତ୍ୱରାନ୍ବିତ ହେଉଛି। ଉତ୍ତରପୂର୍ବରେ ସିକିମ ‘ଜୈବିକ ରାଜ୍ୟ’ ଭାବେ ନିଜର ପରିଚୟ ସୃଷ୍ଟି କରିଥିବାବେଳେ ଲଦାଖ, ଲେହ ଏବଂ କାର୍‌ଗିଲ୍‌ ମଧ୍ୟ କାର୍ବନମୁକ୍ତ ଅଞ୍ଚଳ ଭାବେ ପରିଚୟ ସୃଷ୍ଟି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଯଦିଓ ହାଇଡ୍ରୋଜେନ ଇନ୍ଧନର ସେଲ୍‌ଗୁଡ଼ିକ ଶକ୍ତି ପୁନଃ ପ୍ରକ୍ରିୟାକରଣରେ ସହାୟତା କରୁଛି ବୋଲି କୁହାଯାଉଥିଲେ ହେଁ ଏହା ଅଦ୍ୟାବଧି ବିକଶିତ ହୋଇପାରିନାହିଁ। ସେହିପରି ରିଲାଏନ୍ସ କମ୍ପାନୀ ମଧ୍ୟ ହାଇଡ୍ରୋଜେନ୍‌ ବସ୍‌ ନିର୍ମାଣ ଲାଗି ପ୍ରସ୍ତୁତ ହେଉଛି କିନ୍ତୁ ଏନ୍‌ଟିପିସି ଏହି ଯୋଜାନାରେ ଆଗୁଆ ଅଛି। ସମୁଦ୍ର ପତ୍ତନ ଠାରୁ ୧୧,୫୦୦ ଫୁଟ ଉପରେ ଏହି ଟେକ୍‌ନୋଲୋଜି ପ୍ରଥମ ଥର ଲାଗି ପରୀକ୍ଷଣ ହେବାକୁ ଯାଉଛି, ଯେଉଁଠି ବାୟୁମଣ୍ଡଳରେ ଅମ୍ଳଜାନର ମାତ୍ରା କମ୍‌ ରହୁଛି। ତେବେ ଏହି ସେବାର ଅସଲ ପରୀକ୍ଷା ଶୀତଋତୁରେ ହେବ ବୋଲି କୁହାଯାଉଛି। କାରଣ ସେତେବେଳେ ଏଠାରେ ତାପମାତ୍ରା ୨୦ ଡିଗ୍ରୀରୁ କମ୍‌ ରହିଥାଏ। କମ୍‌ ତାପମାତ୍ରାରେ ଏହି ବସ୍‌ଗୁଡିକର ଯନ୍ତ୍ରାଂଶ କିପରି କାମ କରିବ ତାହା ଆଗାମୀ ଦିନରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri