ଶିଶୁଙ୍କୁ ୧୨ ପରିବର୍ତ୍ତେ ୯ ଅଣ୍ଡା ମିଳୁଛି

ରଘୁନାଥପୁର,୧୯।୮(ରାଜେନ୍ଦ୍ର ନାରାୟଣ ସିଂହ): ଦୀର୍ଘ ୬ ମାସର ବ୍ୟବଧାନ ପରେ ରଘୁନାଥପୁର ବ୍ଲକରେ ଶୁକ୍ରବାର ତୃତୀୟ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୬ ମାସ ପରେ କାହିଁକି ବୈଠକ ଡକାଗଲା ବୋଲି ଚିକିଣିଆ ସରପଞ୍ଚ ବିଷ୍ଣୁ ଚରଣ ସେଠୀ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରାଙ୍କ ଠାରୁ ସ୍ପଷ୍ଟୀକରଣ ଚାହିଁଥିଲେ। ଅଧ୍ୟକ୍ଷା ବେହେରା ଅସୁବିଧା ଯୋଗୁ ବୈଠକ ହୋଇପାରି ନ ଥିବା କହି ଦୁଃଖ ପ୍ରକାଶ କରିଥିଲେ। ଦୀର୍ଘ ଦେଢ଼ ବର୍ଷ ଧରି ଚିକିଣିଆ ପଞ୍ଚାୟତରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନାହିଁ ବୋଲି ସମିତି ସଭ୍ୟ ବିଚିତ୍ର କୁମାର ସ୍ବାଇଁ ଅଭିଯୋଗ କରିଥିଲେ। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳୁ ନ ଥିବାରୁ ଏହି ପଞ୍ଚାୟତକୁ ନିକଟସ୍ଥ ବିରିଡି କିମ୍ବା ତିର୍ତ୍ତୋଲ ବ୍ଲକରେ ସାମିଲ କରାଯାଉ ବୋଲି ସ୍ବାଇଁ ଦାବି କରିଥିଲେ। ବୈଠକରେ ବ୍ଲକ ଅଧ୍ୟକ୍ଷା ବେହେରା ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ଏମ୍‌ପି ରାଜଶ୍ରୀ ମଲ୍ଲିକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ୧ନଂ.ଜୋନ୍‌ ଜିଲାପରିଷଦ ରିନାରାଣୀ ମଲ୍ଲିକ ଓ ୨ନଂ. ଜୋନର ଇତିଶ୍ରୀ ମଲ୍ଲିକ, ବିଡିଓ ତପନ କୁମାର ସେନାପତି ଓ ସହକାରୀ ଯନ୍ତ୍ରୀ ସପିଲ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଜିପିଓ ସ୍ମାରକ ମହାନ୍ତି ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। ଆଇସିଡିଏସ୍‌ ସମ୍ପର୍କରେ ସିଡିପିଓ ତୃପ୍ତିଲତା ମହାନ୍ତି ତଥ୍ୟ ରଖିଥିଲେ। ଏହି ଅବସରରେ ଜିଲାପରିଷଦ ମଲ୍ଲିକ ରେଢୁଆ ପଞ୍ଚାୟତରେ ଅଙ୍ଗନଓ୍ବାଡିରେ ମିଳୁଥିବା ସୁଜିରେ ପୋକ ଓ ଶିଶୁଙ୍କୁ ୧୨ ପରିବର୍ତ୍ତେ ୯ଟି ଅଣ୍ଡା ଦିଆଯାଉଥିବା ଅଭିଯୋଗ କରିଥିଲେ। ସିଡିପିଓ ତୃପ୍ତିରେଖା ମହାନ୍ତି ଏହାର ତଦନ୍ତ କରିବେ ବୋଲି କହିଥିଲେ। ସେହିପରି ତାରପୁର ସରପଞ୍ଚ ସୁଷମା ମଲ୍ଲିକ, ତଅଁରା ସରପଞ୍ଚ ବଟକୃଷ୍ଣ ନାୟକ ଓ ଗୁଆଳିପୁର ସରପଞ୍ଚ ମନଜିନୀ ସାହୁ ତାଙ୍କ ପଞ୍ଚାୟତରେ ଥିବା ଅଙ୍ଗନଓ୍ବାଡିକୁ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବା ଏବଂ ହାଇସ୍କୁଲ ଓ ମାଇନର ସ୍କୁଲରେ ଶିକ୍ଷକ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ।
ବରାଗୋଳକୁ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଆସିଥିବା ୫୦ ଲକ୍ଷ ଟଙ୍କା ଅନୁଦାନର ପ୍ରକଳ୍ପ ତାଲିକା ପ୍ରଦାନ କରାଯାଇଥିବାବେଳେ ତାକୁ କଟାଯାଇ ଅନ୍ୟ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ସରପଞ୍ଚ ଜୟନ୍ତୀ ଦାସ ଅଭିଯୋଗ କରିଥିଲେ। ସେହିପରି ବିଦ୍ୟାଧରପୁର ସରପଞ୍ଚ ସାହେଦା ତବସୁମ ଏଏନ୍‌ଏମ ସେଣ୍ଟରରେ ଏଏନଏମ ନ ଥିବା, ସାଦେଇପୁର ସରପଞ୍ଚ ପ୍ରଭାସିନୀ ପ୍ରଧାନ ତାଙ୍କ ପଞ୍ଚାୟତରେ ଅଙ୍ଗନଓ୍ବାଡି ଗୃହ ନିର୍ମାଣ ହୋଇପାରୁନଥିବା, ରେଢୁଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ଆସୁ ନ ଥିବା ସମ୍ପର୍କରେ ସଭ୍ୟ ବିଶ୍ୱଜିତ ଦାଶ ଅଭିଯୋଗ କରିଥିଲେ। ସେହିପରି ସରପଞ୍ଚଙ୍କୁ ନ ଜଣାଇ ପାନୀୟଜଳ ପ୍ରକଳ୍ପରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ନେଇ ତାରପୁର ସରପଞ୍ଚ ମଲ୍ଲିକ କହିଥିଲେ। ସମସ୍ତ ସରପଞ୍ଚ ଓ ସଭ୍ୟମାନେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କଠାରୁ କୈଫିୟତ ଚାହିଁଥିଲେ। ଏଥିପ୍ରତି ଧ୍ୟାନ ଦେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ କୁହାଯିବା ସହ ସରପଞ୍ଚଙ୍କ ବିନା ପରାମର୍ଶରେ କୌଣସି ପଞ୍ଚାୟତର ପାନୀୟଜଳ ପ୍ରକଳ୍ପରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ନ କରିବା ପାଇଁ ଏମ୍‌ପି ମଲ୍ଲିକ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତୁରନ୍ତ ତାଙ୍କ ନାମକୁ ରାସନକାର୍ଡରୁ ବାଦ ଦିଆଯାଉଥିବାବେଳେ ଜଣେ ବିଭାହୋଇ କିମ୍ବା ଜନ୍ମ ହେବାପରେ କାହିଁକି ତାଙ୍କ ନାମ କାର୍ଡରେ ଯୋଡା ଯାଉନାହିଁ ବୋଲି ସରପଞ୍ଚ କିଶୋର ଚନ୍ଦ୍ର ବେହେରା ଓ ଅନ୍ୟ ସରପଞ୍ଚମାନେ ପ୍ରଶ୍ନ କରିଥିଲେ। ଏଥିସହ ସ୍ବାସ୍ଥ୍ୟ, ଶିକ୍ଷା, ଭତ୍ତା, ବାସଗୃହ, କୃଷି ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଶେଷରେ ଜିପିଓ ସ୍ମାରକ ମହାନ୍ତି ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ। ବୈଠକରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ସୁକାନ୍ତ କୁମାର ଦଳେଇ, ମଣ୍ଡଳ ଶିକ୍ଷାଧିକାରୀ ବିଜୟ କୁମାର ସ୍ବାଇଁ, ଜନମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ପଣ୍ଡା, ବିଏସ୍‌ଏସ୍‌ଓ ଜ୍ୟୋତିର୍ମୟୀ ଧୀର,ଏମ୍‌ଆଇ ବାବୁଲାଲ ବାରିକ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri