ପଥରଖାଦାନ ବ୍ଲାଷ୍ଟିଙ୍ଗ: ନଷ୍ଟ ହେଉଛି ଫସଲ

ସମ୍ବଲପୁର, ୧୪।୮ (ଶୁଭାଶିଷ ପାଢ଼ୀ): ରାଜସ୍ବ ଆଦାୟ କରିବା ପାଇଁ ସରକାରୀ ସ୍ତରରେ ପଥରଖାଦାନଗୁଡିକ ଲିଜ୍‌ ସୂତ୍ରରେ ଦିଆଯାଉଛି। ହେଲେ ଲିଜ୍‌ ଦେବା ପରେ ପଥରଖାଦାନ ପାର୍ଶ୍ୱରେ ଥିବା ରୟତି ଜମିଗୁଡିକ କିଭଳି ଭାବେ ନଷ୍ଟ ହୋଇଯାଉଛି ତାହାକୁ ନ ଦେଖିଲେ ବିଶ୍ୱାସ କରିହେବନାହିଁ। ଲିଜ୍‌ ଦେବା ପରେ ରାଜସ୍ବ ବିଭାଗ, ଖଣି ବିଭାଗ ଓ ଜିଲାପ୍ରଶାସନ, ପ୍ରଦୂଷଣ ବିଭାଗ ଚୁପ ବସି ଯାଉଛନ୍ତି। ତେଣୁ କରି ନିରୀହ ଚାଷୀମାନଙ୍କ ଫସଲ ନଷ୍ଟ ହୋଇଯାଉଛି। ଚାଷ ଅନୁପଯୋଗୀ ମଧ୍ୟ ଜମି ହେଉଛି। ଏଭଳି ଅଭିଯୋଗ ଆଣିଛନ୍ତି ଯୁଯୁମୁରା ତହସିଲ ଜାମଟାଲ ଗ୍ରାମର ସୁଶାନ୍ତ ତପନ। ରବିବାର ଯୁଯୁମୁରା ଥାନାରେ ସେ ଅଭିଯୋଗ କରିଛନ୍ତି। ଅଭିଯୋଗକ୍ରମେ ହାତିବାରୀ ମୌଜାରେ ଖାତା ନମ୍ବର ୧୬୨/୪୪୮ରେ ୧ ଏକର ୫୦ ଡିସିମିଲ, ପ୍ଲଟ ନମ୍ବର ୪୭୮ରେ ଏକ ୧ ଏକର ୭୦ ଡିସିମିଲ ଜମି ରହିଛି। ଏହି ଜମି ଅଣଜଳସେଚିତ ଅଟେ। ବର୍ଷା ସମୟରେ ଧାନ ଫସଲ ହେବା ସହ ଅନ୍ୟ ସମୟରେ ଶୋରିଷ, ରାଶି, ମୁଗ ଭଳି ଡାଲି ଓ ତେଲ ଜାତୀୟ ଫସଲ ହେଉଥିଲା। ବିଳମ୍ବରେ ବର୍ଷା ହୋଇଥିଲା ହେଲେ ମଧ୍ୟ ଧାନ ବୁଣିଥିଲେ ା ପଥର ଖାଦାରେ ନିୟମିତ ବ୍ଲାଷ୍ଟିଙ୍ଗ ହେବାରୁ ହୋଇଥିବା ଧାନ ଗଛ ନଷ୍ଟ ହୋଇଯାଉଛି। ପଥର ଖାଦାନର ବଡବଡ ପଥର ଖଣ୍ଡ ଚାଷ ଜମିରେ ଆସି ପଡୁଛି। ଏଥିପ୍ରତି ଅଭିଯୋଗ କରିବା ପରେ ମଧ୍ୟ ପଥର ଖାଦାନ କର୍ମଚାରୀମାନେ ଶୁଣୁ ନାହାନ୍ତି। ପଥର ଖାଦାନ ନିଲାମ କରିବା ପୂର୍ବରୁ ନିକଟରେ କାହାର ଜମି ରହିଛି ା ତାଙ୍କ ଠାରୁ ମଧ୍ୟ ଅନୁମତି ନେବା ଆବଶ୍ୟକ ରହିଛି। କାରଣ ଥରେ ନିଲାମ ନେବା ପରେ ଖାଦାନ ମାଲିକମାନେ ସରକାରଙ୍କ ନିୟମାବଳୀ ଓ ସର୍ତ୍ତାବଳିକୁ ପାଳନ କରୁନାହାନ୍ତି। ଫଳରେ ଚତୁପାର୍ଶ୍ୱରେ ଥିବା ଚାଷ ଜମି ପ୍ରଭାବିତ ହେଉଛି। ପ୍ରଦୂଷଣ ବିଭାଗ ଓ ଖଣି ବିଭାଗ କିଭଳି ଭାବେ ଅନୁମତି ପ୍ରଦାନ କରୁଛନ୍ତି। ରାଜସ୍ବ ଆଦାୟ କରିବା ପାଇଁ ରୟତି ଜମି ନଷ୍ଟ ନ ହେବ, ଚାଷୀଙ୍କ ହୀତ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଅନ୍ୟପଟେ ପଥର ଖାଦାନରେ ନିୟମ ଠାରୁ ଅଧିକ ପଥର ଉତ୍ତୋଳନ କରାଯାଉଛି। ଅନୁମତି ଯେତିକି ମିଳିଛି ତାହା ଠାରୁ ଅଧିକ ଖନନ ହୋଇଛି। ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ଚାଷୀ ଦାବି କରିଥିଲେ। ଏହି ପଥର ଖାଦାନ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଚାଷୀ ସୁଶାନ୍ତ ତପନ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଢେକୁନପାଣି ସିଆର୍‌ପିଏଫ୍‌ କ୍ୟାମ୍ପରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ, ଜାଣନ୍ତୁ କେତେ…

ଭୁବନେଶ୍ୱର,୧୨।୧୨: ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ। ସବୁଠାରୁ ବଡ଼ କଥା ହେଉଛି ଅଟୋମେସନ ପ୍ରୋସେସରେ ପ୍ରତି ୫ ବର୍ଷରେ ବିଧାୟକଙ୍କ ଦରମା...

ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର...

PM Kisan ଟଙ୍କା ହେବ ୨ଗୁଣା? ସରକାର ଦେଲେ ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସହିତ ଜଡିତ ଏକ ପ୍ରମୁଖ ପ୍ରଶ୍ନ ଚାଷୀଙ୍କ ମଧ୍ୟରେ ବ୍ୟାପକ ଭାବରେ ଆଲୋଚନା ହେଉଛି। ସରକାର କ’ଣ...

ପାଣି ଆଣିବାକୁ ଯାଇ ହାତୀ ହାବୁଡରେ ପଡ଼ିଲେ, ଦୌଡୁଥିଲେ ହେଲେ…

ଭଞ୍ଜନଗର,୧୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ତୋଲଡି ନୂଆଁସାହିରେ ଶୁକ୍ରବାର ଅପରାହ୍ନରେ ହାତୀଆକ୍ରମଣରେ ଜଣେ ମହିଳା ଚାଷୀ ମୃତ୍ୟୁବରଣ କରିଛନ୍ତି। ସେ ହେଲେ...

ଧନୁ ସଂକ୍ରାନ୍ତିରେ ୫ରାଶିଙ୍କ ହାତକୁ ଅଚାନକ ଆସିବ ଟଙ୍କା! ନୂଆ ଗହଣା କିଣିବେ…

୨୦୨୫ର ଶେଷ ସଂକ୍ରାନ୍ତି ହେଉଛି ଧନୁ ସଂକ୍ରାନ୍ତି, ଯାହା ମଙ୍ଗଳବାର, ଡିସେମ୍ବର ୧୬ ତାରିଖରେ ପଡୁଛି। ଦ୍ରିକ ପାଞ୍ଜି ଅନୁସାରେ, ସୂର୍ଯ୍ୟଙ୍କର ଧନୁ ରାଶିରେ ପ୍ରବେଶ...

ଓଏଏସ ଅଧିକାରୀଙ୍କୁ ଭିଜିଲାନ୍ସ ଅଧିକାରୀ କହି ନେଇଗଲେ ୪ ଲକ୍ଷ, ପରେ…

ବଣାଇଁ,୧୨ା୧୨(ପ୍ରଦୀପ ତ୍ରିପାଠୀ): ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଓଏଏସ ଅଫିସରଙ୍କୁ ଭିଜିଲାନ୍ସର ଧମକ ଦେଇ ଲୁଟ ଚଳାଇଥିବା ୨ଜଣଙ୍କୁ ବଣାଇଁ ପୋଲିସ ଶୁକ୍ରବାର ଗିରଫ କରିଛି।...

କଳିଙ୍ଗା ଘାଟି ତଳେ ଭୟଙ୍କର ଦୁର୍ଘଟଣା: ଏପଟେ  ପସିଲା ଲୁହା ଛଡ଼, ସେପଟେ ଛିଡ଼ିପଡ଼ିଲା ବିଦ୍ୟୁତ୍‌ ତାର   

ଭଞ୍ଜନଗର,୧୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର କଳିଙ୍ଗା ଘାଟି ତଳେ ଦୁର୍ଗାପ୍ରସାଦଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଲୁହା ଛଡ଼ ବୋଝେଇ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri