ମନ ବଦଳାଏ ରଙ୍ଗ

ନିଜ ଆଉଟ୍‌ଫିଟ୍‌ ସିଲେକ୍ସନକୁ ନେଇ ଯୁବପିଢ଼ିଙ୍କ ପସନ୍ଦ ଭିନ୍ନ ଭିନ୍ନ। ଅବସର ଅନୁୟାୟୀ କେବଳ ଡିଜାଇନ୍‌ ନୁହେଁ, କିଭଳି ରଙ୍ଗର ଡ୍ରେସ୍‌ ପିନ୍ଧିଲେ ପ୍ରେଜେଣ୍ଟେବଲ୍‌ ଲୁକ୍‌ ମିଳିବା ସହ ପର୍ସନାଲିଟି ଅଧିକ ଆକର୍ଷଣୀୟ ଲାଗିବ, ସେଥିପ୍ରତି ସେମାନେ ଭାରି ସଜାଗ। କାରଣ ରଙ୍ଗ କେବଳ ସେମାନଙ୍କ ଲୁକ୍‌ ନୁହେଁ, ମୁଡ୍‌କୁ ମଧ୍ୟ ପ୍ରଭାବିତ କରିଥାଏ…

ରଙ୍ଗର ଅନେକ ପ୍ରଭାବ ରହିଛି। ଯେଉଁଥିପାଇଁ ପ୍ରତ୍ୟେକ ଦେଶର ଜାତୀୟ ପତାକାରେ ବି ଭିନ୍ନ ଭିନ୍ନ ରଙ୍ଗକୁ କେତେକ ପ୍ରତୀକ ଭାବେ ବ୍ୟବହାର କରାଯାଇଥାଏ। କେତେକ ପେସାରେ ମଧ୍ୟ ନିର୍ଦ୍ଦିଷ୍ଟ ରଙ୍ଗର ଡ୍ରେସ୍‌କୋଡ୍‌ ବ୍ୟବହାର କରାଯାଏ। ସେହିପରି ପରମ୍ପରାକୁ ନେଇ ବିଭିନ୍ନ ରଙ୍ଗର ମହତ୍ତ୍ୱ ରହିଛି। ତେଣୁ ପୂଜାପର୍ବ, ବିବାହ, ବ୍ରତଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ଅଲଗା ଅଲଗା ରଙ୍ଗକୁ ଗୁରୁତ୍ୱ ଦିଆଯାଇଥାଏ। କାରଣ ପୋଷାକ ରଙ୍ଗର ମଧ୍ୟ ମୁଡ୍‌ ଉପରେ ବିଶେଷ ପ୍ରଭାବ ପଡ଼ିଥାଏ। ଆଉଟ୍‌ଫିଟ୍‌ର ରଙ୍ଗ ଭଲ ହୋଇଥିଲେ ଏହା ପର୍ସନାଲିଟିକୁ ଆହୁରି ଆକର୍ଷଣୀୟ କରିଥାଏ ଏବଂ ମନରେ ଏକ ସକାରାତ୍ମକ ଭାବନା ସୃଷ୍ଟି କରିଥାଏ। ତେବେ ଜାଣିବା କେଉଁ ରଙ୍ଗର ପୋଷାକ ମନ ଉପରେ କ’ଣ ପ୍ରଭାବ ପକାଇଥାଏ…

ହ୍ବାଇଟ୍‌: ଧଳା ରଙ୍ଗ ଏକ ପରିଷ୍କାର, ଶାନ୍ତ ଏବଂ ସରଳ ମାନସିକତା ସୃଷ୍ଟି କରିଥାଏ। ଏହି ରଙ୍ଗର ପୋଷାକ ଶରୀରକୁ ଶୀତଳତା ପ୍ରଦାନ କରିବା ସହ ପ୍ରତ୍ୟେକ ସ୍କିନ୍‌ଟୋନ୍‌କୁ ଭଲ ଲାଗିଥାଏ। ତା’ଛଡ଼ା ଯେକୌଣସି କଲର ସହ ଏହି ଆଉଟ୍‌ଫିଟ୍‌କୁ ମିକ୍ସ ମ୍ୟାଚ୍‌ କରି ହେଉଥିବାରୁ ଏହାକୁ ପିନ୍ଧିଲେ ସ୍ମାର୍ଟ ତଥା ପ୍ରେଜେଣ୍ଟେବଲ୍‌ ଲାଗିଥାଏ। ଏହା ମଧ୍ୟ କଳାତ୍ମକ ଭାବନା ସୃଷ୍ଟି କରିଥାଏ ଏବଂ ପ୍ରତ୍ୟେକ କାର୍ଯ୍ୟକୁ ନିଜର ଭାବେ କରିବାର ସାହସ ଯୋଗାଇଥାଏ।

ରେଡ୍‌: ଲାଲ୍‌ ରଙ୍ଗ ସବୁବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ତେଣୁ ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିଥାଏ। ତା’ଛଡା ଏହା ଏକ ପାରମ୍ପରିକ ରଙ୍ଗ ହୋଇଥିବାରୁ ବିବାହ ବେଳେ ବୋହୂକୁ ମଧ୍ୟ ଏହି ରଙ୍ଗର ପୋଷାକ ପିନ୍ଧିବାକୁ ଦିଆଯାଏ। ତେଣୁ କୌଣସି ବିଶେଷ ଅବସରରେ ନିଜକୁ ହାଇଲାଇଟ୍‌ କରିବା ଲାଗି ଏହି କଲର ଡ୍ରେସ୍‌ ବେଷ୍ଟ ଅପ୍ସନ। ଏହା କନ୍‌ଫିଡେନ୍ସ ଲେଭଲକୁ ବଢ଼ାଇଥାଏ।

ବ୍ଲୁ: ମନକୁ ଶାନ୍ତ ଏବଂ ସ୍ଥିର ରଖିବାରେ ଏହି ରଙ୍ଗର ପୋଷାକ ମଧ୍ୟ କାମରେ ଆସିଥାଏ। ଏକ ସଫା ବ୍ଲୁ ରଙ୍ଗ ପୋଷାକ ପିନ୍ଧିବା ଦ୍ୱାରା ମନ ଚିନ୍ତାମୁକ୍ତ ଲାଗିବା ସହ ଅଧିକ ରଚନାତ୍ମକ ଭାବନା ବୃଦ୍ଧି ପାଇଥାଏ।

ଅରେଞ୍ଜ: ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ମୁଡ୍‌ ପଜିଟିଭ୍‌ ଏବଂ ଏନ୍‌ର୍ଜେଟିକ ରହିଥାଏ। ହେଲେ ଏହି ରଙ୍ଗସବୁ ସ୍କିନ୍‌ ଟୋନ୍‌କୁ ମ୍ୟାଚ୍‌ କରି ନ ଥାଏ। ତେଣୁ ଅରେଞ୍ଜ ଆଉଟ୍‌ଫିଟ୍‌ ବାଛିବା ବେଳେ ନିଜ ସ୍କିନ୍‌ ଟୋନ୍‌ ପ୍ରତି ଧ୍ୟାନ ଦିଅନ୍ତୁ। ତା’ଛଡ଼ା ଲାଲ୍‌ ଭଳି ଏହି ରଙ୍ଗ ମଧ୍ୟ ଦୃଷ୍ଟି ଆକର୍ଷଣ କରୁଥିବାରୁ ଏହା ଆପଣଙ୍କ ସ୍କିନ୍‌ଟୋନ୍‌ ପାଇଁ ପର୍‌ଫେକ୍ଟ କି ନୁହେଁ ଦେଖି ନିଅନ୍ତୁ। ନହେଲେ ପରବର୍ତ୍ତୀ ସମୟରେ ଏହାକୁ ପିନ୍ଧିବା ବେଳେ କାହାର ନେଗେଟିଭ୍‌ କମେଣ୍ଟ ଆପଣଙ୍କ ମୁଡ୍‌ ଖରାପ କରିପାରେ।

ୟେଲୋ: ପ୍ରାୟତଃ ପୂଜା, ପର୍ବ ଆଦିରେ ହଳଦିଆ ରଙ୍ଗର ପୋଷାକକୁ ବ୍ୟବହାର କରାଯାଏ। କାରଣ ଏହି ରଙ୍ଗର ପୋଷାକ ପିନ୍ଧିଲେ ମନରେ ଏକ ସକାରାତ୍ମକ ଉର୍ଜା ଜାଗ୍ରତ ହୋଇଥାଏ। ତେଣୁ ବୋର୍‌, ମାନ୍ଦା ବା ଅଳସୁଆ ଲାଗୁଥିଲେ ୟେଲୋ କଲର ପୋଷାକ ପିନ୍ଧିବା ଦ୍ୱାରା ଏହା ମୁଡ୍‌ ଫ୍ରେଶ୍‌ କରିବାରେ ସାହାଯ୍ୟ କରେ। ଏମିତିକି ଏହି ରଙ୍ଗର ପୋଷାକ ପିନ୍ଧି ପରୀକ୍ଷା କିମ୍ବା ଇଣ୍ଟରଭ୍ୟୁକୁ ଗଲେ ଅବା କୌଣସି ସ୍ଥାନରେ ଉଦ୍‌ବୋଧନ ଦେବାରେ ଥିଲେ କନ୍‌ଫିଡେନ୍ସ ବଢ଼ିଥାଏ।

ଗ୍ରୀନ୍‌: ଏହି ରଙ୍ଗ ମଧ୍ୟ ମନକୁ ଆନନ୍ଦିତ କରିବା ସହ ଏକ ସକାରାତ୍ମକ ପ୍ରଭାବ ପକାଇଥାଏ। ଆଉଟ୍‌ଫିଟ୍‌ ସାଧାରଣତଃ ଏକ ନିଶ୍ଚଳ ଓ ସ୍ଥିର ମାନସିକତା ପ୍ରଦାନ କରିଥାଏ। ଏହାକୁ ପିନ୍ଧିବା ଦ୍ୱାରା କୌଣସି ପ୍ରକାର ଷ୍ଟ୍ରେସ୍‌ ଥିଲେ ତାହା ଦୂର ହୋଇ ରିଲାକ୍ସ ଲାଗିଥାଏ।

ପର୍‌ପଲ୍‌: ଏହି ରଙ୍ଗର ଆଉଟ୍‌ଫିଟ୍‌ ଏକ ବିଳାସପୂର୍ଣ୍ଣ ମନୋଭାବ ସୃଷ୍ଟି କରିଥାଏ। ତେଣୁ ପୁରାତନ ଯୁଗରେ ରାଜ ପରିବାରର ଲୋକେ ନିଜ ଧନ ଓ ବିଭବ ଦେଖାଇବା ପାଇଁ ଏହି ରଙ୍ଗର ପୋଷାକ ପରିଧାନ କରୁଥିଲେ। ତେଣୁ ନିଜକୁ ଅନ୍ୟଠୁ ୟୁନିକ୍‌ ଲୁକ୍‌ ଦେବାକୁ ଚାହୁଁଥିଲେ ଏହି ରଙ୍ଗ ବେଷ୍ଟ ଅପ୍ସନ। କୌଣସି ପ୍ରକାର ଦ୍ୱନ୍ଦ୍ୱରେ ଥିଲେ ଏହି ରଙ୍ଗର ଆଉଟଫିଟ୍‌ ପିନ୍ଧିବା ଦ୍ୱାରା ମନକୁ ସଠିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ, ଏହି ରଙ୍ଗ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିଥାଏ।

ପିଙ୍କ୍‌: ପିଙ୍କ୍‌ ଅଧିକାଂଶ ଝିଅଙ୍କର ଫେଭରେଟ୍‌ କଲର। ଏହାକୁ ପିନ୍ଧିବା ଦ୍ୱାରା ମନ ଖୁସି ଏବଂ ଶାନ୍ତ ରହିଥାଏ। ତା’ ଛଡା ମୁଡ୍‌କୁ ରୋମାଣ୍ଟିକ କରିବାରେ ବି ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ, କନ୍‌ଫିଡେନ୍ସ ଲେଭଲ୍‌ ବଢ଼ାଇବାରେ ବି ଏହି ରଙ୍ଗ ବେଶ୍‌ କାମରେ ଆସିଥାଏ।

ବ୍ଲାକ୍‌: ଏହା ଏମିତି ଏକ ରଙ୍ଗ, ଯାହା ସମସ୍ତଙ୍କ ପର୍ସନାଲିଟିକୁ ସୁଟ୍‌ କରିଥାଏ। ଏହି ରଙ୍ଗର ଆଉଟ୍‌ଫିଟ୍‌ ବ୍ୟବହାର କରିବା ଦ୍ୱାରା ଦାୟିତ୍ୱବୋଧ, ଆତ୍ମବିଶ୍ୱାସ ଭଳି ମାନସିକତା ବୃଦ୍ଧି ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବ କଲେ ଏମ୍‌ପି, ଚାଲିଗଲେ ବିଧାୟକ

ଜଗତ୍‌ସିଂହପୁର, ୨୪ା୧୨ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଉଦ୍‌ଘାଟନୀ ଉତ୍ସବରେ ସୋମବାର ବିଶୃଙ୍ଖଳା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ...

କୃଷି ବିଭାଗର ଚଢାଉ: ୧୭୭ ବସ୍ତା ନକଲି ସାର ଜବତ

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ନିକଟ ରାସ୍ତା କଡରେ ବେଆଇନ ଭାବରେ ନକଲି ରାସାୟନିକ ସାର ଓ ଔଷଧ ବିକ୍ରୟ କରାଯାଉଥିବା...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ପଶୁବଳି

ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...

ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌, ଘନ କୁହୁଡି ଯୋଗୁ…

ଆସିକା,୨୩।୧୨(ସୁରେନ୍ଦ୍ର ନାଥ ସାହୁ): ଆସିକା ଥାନା ପାକଲା ପଲି ଛକ ନିକଟରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌। ଫଳରେ...

ଚଳନ୍ତା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ପଟ୍ଟାଙ୍ଗି, ୨୩।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ପଡାଲଗୁଡା ଛକ ଉପରେ ଚଳନ୍ତା ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ...

ଟ୍ରାକ୍ଟରକୁ ଧକ୍କାଦେଲା ପିକ୍‌ନିକ୍‌ ବସ୍, ୨୦ ଆହତ

ସୋନପୁର: କୁହୁଡି ପାଇଁ ଦୁର୍ଘଟଣା । ସକାଳୁ ସକାଳୁ ବିନିକାରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏନ୍‌ଏଚ୍ ୧୨୬ (A)ରେ ପିକ୍‌ନିକ୍‌ ବସ୍...

ପାକିସ୍ତାନୀଙ୍କୁ ଔକାତ୍‌ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ, ରାଗିଗଲେ ନକ୍‌ଭି, ICC ନିକଟରେ କରିବେ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୨: ପାକିସ୍ତାନ ୧୯ ବର୍ଷରୁ କମ୍‌ ଏସିଆ କପ ଫାଇନାଲରେ ଭାରତ ବିପକ୍ଷରେ ବିଜୟୀ ହୋଇଛି। ରବିବାର ମ୍ୟାଚ ସମୟରେ ଦଳର ପରାମର୍ଶଦାତା ସରଫରାଜ ଅହମ୍ମଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri