‘ଯୁବପିଢ଼ି ପରିବର୍ତ୍ତନର ବାର୍ତ୍ତାବହ’

ବାଲେଶ୍ୱର, ୧୧।୮(ମାନସ ବିଶ୍ୱାଳ): ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ସିଂହଭାଗ ହେଉଛନ୍ତି ଯୁବପିଢ଼ି। ଆମ ଦେଶର ପ୍ରତ୍ୟେକ ନାଗରିକ ଯୁବାବସ୍ଥାରୁ ଗଣତନ୍ତ୍ରର ଅଧିକାର, ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ରହିଥାନ୍ତି। ତେଣୁ ଯୁବପିଢ଼ିଙ୍କୁ ଗଣତନ୍ତ୍ରର ଅନ୍ତୁଡ଼ିଶାଳର ଆଖ୍ୟା ଦିଆଯାଇପାରେ। ଯୁବପିଢ଼ିଙ୍କ ପାଖରେ ରହିଛି ପରିବର୍ତ୍ତନର ଅଜସ୍ର ଶକ୍ତି। ଏମାନେ ହିଁ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଅଗ୍ରଗାମୀ ହୋଇପାରିବେ ବୋଲି ବାଲେଶ୍ୱର ଜିଲା ଫକୀରମୋହନ ମହାବିଦ୍ୟାଳୟରେ ଗୁରୁବାର ‘ଧରିତ୍ରୀ’ର ୫୦ ବର୍ଷ ଉପଲକ୍ଷେ ଆୟୋଜିତ ‘ଗଣମାଧ୍ୟମ, ଗଣତନ୍ତ୍ର, ଯୁବପିଢ଼ି’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଫକୀରମୋହନ ସ୍ବୟଂଶାସିତ କଲେଜ ଅଧ୍ୟକ୍ଷ ଡ. ଦିଲୀପ କୁମାର ଘୋଷ ଓ ଫକୀରମୋହନ ଜୁନିୟର କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ରଣା, ବିଚାରକ ଭାବେ ଫକୀରମୋହନ ସାହିତ୍ୟ ପରିଷଦ ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ କବି ପ୍ରଶାନ୍ତ ଦାସ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଧରିତ୍ରୀର ଜିଲା ପ୍ରତିନିଧି ମାନସ ବିଶ୍ୱାଳ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇଥିଲେ। ଧରିତ୍ରୀର ଉପ-ବାର୍ତ୍ତା ସମ୍ପାଦକ ଲାଲା ସୁନୀଲ କୁମାର ରଥ ପ୍ରତିଯୋଗିତାର ଆଭିମୁଖ୍ୟ ତଥା ଧରିତ୍ରୀର ୫୦ବର୍ଷର ଯାତ୍ରା ଓ ଯୁବପିଢ଼ିଙ୍କ ଦାୟିତ୍ୱବୋଧ ଉପରେ ବକ୍ତବ୍ୟ ରଖିଥିଲେ। ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ତ୍ରିପାଠୀ ଧରିତ୍ରୀର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ଯୁବପିଢ଼ିଙ୍କୁ ସବୁକ୍ଷେତ୍ରରେ ପ୍ରାଧାନ୍ୟ ଦେବା ଉଚିତ୍‌। ଗଣମାଧ୍ୟମ ହିଁ ପ୍ରତିଟି କ୍ଷେତ୍ରରେ ସଂସ୍କାର ଆଣିଥାଏ ବୋଲି ସେ କହିଥିଲେ। ସେହିପରି କବି ପ୍ରଶାନ୍ତ ଦାସ କହିଥିଲେ, ‘ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି’ ଶୀର୍ଷକ ସମସ୍ତଙ୍କୁ ଜ୍ଞାନମୟ କଲା। ନୂଆ ଓଡ଼ିଶା ଗଠନ ପାଇଁ ଆମେ ସମସ୍ତେ ନୂଆ ମନ ସୃଷ୍ଟି କରିବା। ଯୁବପିଢ଼ି ହେଉଛନ୍ତି ନିର୍ମାଣର ପ୍ରତୀକ। ଗଣତନ୍ତ୍ର ଏକ ଶାସନ ବ୍ୟବସ୍ଥା। ଗଣମାଧ୍ୟମ ହେଉଛି ଜନସଚେତନତା। ଧରିତ୍ରୀର ଏହି ଅଭିଯାନକୁ ସମସ୍ତେ ମିଳିମିଶି ସଫଳ କରିବାକୁ ସେ ଆହ୍ବାନ ଦେଇଥିଲେ।
ବକ୍ତୃତା ପ୍ରତିଯୋଗିତାରେ ୧୭ଜଣ ଛାତ୍ରୀଛାତ୍ର ଭାଗ ନେଇଥିବା ବେଳେ ଯୁକ୍ତ ୨ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର କମଳଜିତ୍‌ ପଢ଼ିଆରୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଯୁକ୍ତ ୨ କଳା ପ୍ରଥମ ବର୍ଷ ଛାତ୍ର ଗୌରବ ପାଣିଗ୍ରାହୀ ଦ୍ୱିତୀୟ ଏବଂ ଯୁକ୍ତ୨ କଳା ଦ୍ୱିତୀୟ ବର୍ଷ ଛାତ୍ରୀ ଶୁଭଶ୍ରୀ ଦାସ ଓ ଯୁକ୍ତ୨ କଳା ଦ୍ୱିତୀୟ ବର୍ଷ ଛାତ୍ର ଦେବେନ୍ଦ୍ର ବାରିକ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏଥିରେ ୧୩୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ଫକୀରମୋହନ ଜୁନିୟର କଲେଜର ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଡ. ସନ୍ତୋଷ କୁମାର ରାଉତ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ଧରିତ୍ରୀର ରେମୁଣା ବ୍ଲକ ପ୍ରତିନିଧି ରବୀନ୍ଦ୍ର ମହାକୁଡ଼ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରସାର ପରିଚାଳକ ଆଲୋକ କାନୁନ୍‌ଗୋ, ରୂପ୍‌ସା ପ୍ରତିନିଧି ବାଞ୍ଛାନିଧି ଦେ, ସିମୁଳିଆ ବ୍ଲକ ପ୍ରତିନିଧି ସନ୍ତୋଷ କୁମାର ନାୟକ, ନୀଳଗିରି ବ୍ଲକ ପ୍ରତିନିଧି ପ୍ରଶାନ୍ତ ବିଶ୍ୱାଳ ଓ ଇନ୍ଦ୍ରଜିତ ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ।

ବହୁ ସଂଘର୍ଷ ଓ ତ୍ୟାଗ ବଳରେ ଭାରତ ସ୍ବାଧୀନତା ଲାଭ କରିଥିଲା। ଗଣମାଧ୍ୟମର ଉଚ୍ଚତର ଦୃଷ୍ଟିଭଙ୍ଗୀରେ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶର ଧାରା ତ୍ୱରାନ୍ବିତ ହୋଇଥାଏ। ଗଣତନ୍ତ୍ରର ବିକାଶ ଫଳରେ ଗରିବ ଲୋକ ନ୍ୟାୟ ପାଇଥାନ୍ତି। ଯୁବପିଢ଼ିଙ୍କ ପାଇଁ ଗଣତନ୍ତ୍ର, ଗଣମାଧ୍ୟମ ନିତାନ୍ତ ଜରୁରୀ। ଧରିତ୍ରୀର ଏଭଳି ପ୍ରୟାସ ଯୁବପିଢ଼ିଙ୍କ ମଧ୍ୟରେ ନୂତନ ଜାଗରଣ ସୃଷ୍ଟି କରିଛି।
– କମଳଜିତ୍‌ ପଢ଼ିଆରୀ, ପ୍ରଥମ
ଗଣମାଧ୍ୟମ ଏବଂ ଗଣତନ୍ତ୍ରରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ହେଲେ ଗଣତନ୍ତ୍ର ବେଳେ ବେଳେ ଶାସକଙ୍କ ହାତବାରିସି ହୋଇଯାଉଛି। ଧର୍ମନିରପେକ୍ଷ ରାଷ୍ଟ୍ରରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନଙ୍କ ମଧ୍ୟରେ ଏଠାରେ ପାଚେରି ଉଠୁଛି। ଏଭଳିସ୍ଥିତିରେ ଗଣମାଧ୍ୟମ ତାର ଭୂମିକା ଠିକ୍‌ ଭାବେ ନିର୍ବାହ କରିବା ଆବଶ୍ୟକ। ଆଉ ଏଥିପାଇଁ ଯୁବପିଢ଼ି ସଚେତନ ହେବା ଜରୁରୀ। ଧରିତ୍ରୀ ଆମକୁ କିଛି କହିବାର ସୁଯୋଗ ଦେଇଥିବାରୁ ଆମେ କୃତଜ୍ଞ।
– ଗୌରବ ପାଣିଗ୍ରାହୀ, ଦ୍ୱିତୀୟ
ପରିବର୍ତ୍ତନଶୀଳ ପୃଥିବୀର ପ୍ରତି ମୁହୂର୍ତ୍ତରେ ଘଟୁଥିବା ଘଟଣାବଳୀର ପ୍ରଚାର, ପ୍ରସାର ପାଇଁ ଗଣମାଧ୍ୟମର ଭୂମିକା ରହିଛି। ସମାଜର ଦୁଃଖ, ଦୁର୍ଦ୍ଦଶା ଓ ସରକାରଙ୍କ ଦୋଷ, ଦୁର୍ବଳତାକୁ ଲୋକଲୋଚନକୁ ଆଣିଥାଏ ଗଣମାଧ୍ୟମ। ଫଳରେ ଗଣତନ୍ତ୍ର ସୁଦୃଢ଼ ହୋଇଥାଏ। ଦେଶର ଯୁବପିଢ଼ି ହେଉଛନ୍ତି ସର୍ବବୃହତ୍‌ ଶକ୍ତି। ବାସ୍ତବରେ ଯୁବପିଢ଼ିଙ୍କ ଉନ୍ନତ ଚିନ୍ତାଧାରା ଓ ଇଚ୍ଛାଶକ୍ତି ଦେଶକୁ ଆଗେଇନିଏ।
– ଶୁଭଶ୍ରୀ ଦାସ, ଯୁଗ୍ମ ତୃତୀୟ
ଗଣତନ୍ତ୍ର ହେଉଛି ଜନସାଧାରଣଙ୍କ ସରକାର। ଏହା ସର୍ବଶ୍ରେଷ୍ଠ ଶାସନ ବ୍ୟବସ୍ଥା। ଭାରତର ୧୪୦ କୋଟି ଲୋକଙ୍କର ସମସ୍ୟା, ଆବଶ୍ୟକତାକୁ ଗଣମାଧ୍ୟମ ହଁି ସରକାରଙ୍କ ନିକଟରେ ପହଞ୍ଚାଇଥାଏ। ସ୍ମାର୍ଟଫୋନ୍‌ ହେଉଛି ଏବେ ସର୍ବବୃହତ୍‌ ଗଣମାଧ୍ୟମ। ପ୍ରତ୍ୟେକ ଜନସାଧାରଣଙ୍କୁ ଖବରଦାତା କହିଲେ ଭୁଲ୍‌ ହେବ ନାହଁି। ଯୁବପିଢ଼ିଙ୍କ ଜ୍ଞାନକୌଶଳ ଓ ଉଦ୍ୟମ ବଳରେ ରାଷ୍ଟ୍ରର ବିକାଶ ଘଟିଛି।
– ଦେବେନ୍ଦ୍ର ବାରିକ, ଯୁଗ୍ମ ତୃତୀୟ


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri