Odisha Elections 2024

ବେଆଇନ କଳାପଥର ଚାଲାଣ ଜାରି

ଯାଜପୁର/କବାଟବନ୍ଧ, ୧୧ା୮(ହର୍ଷବର୍ଦ୍ଧନ ବେହେରା/ଦିଲୀପ ବିଶ୍ୱାଳ): ସଞ୍ଜ ହେଲେ ବେଆଇନ ପଥର ଉତ୍ତୋଳନ କରିବାକୁ ବ୍ଲାଷ୍ଟିଂ ଚାଲିଛି। ସେହି ଶବ୍ଦ ଅଞ୍ଚଳବାସୀଙ୍କ ଛାତି ଥରାଇ ଦେଉଛି। ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ଡଙ୍କାରୀ ଓ ବାରମାଣ ମୌଜାରେ ଏବେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଜଙ୍ଗଲ ଜମିରୁ ଏବେ ପଥର ବ୍ୟବସାୟୀମାନେ ଏକାଧିକ ମେଶିନ ଓ ହାଇୱାରେ କଳାପଥର ଉତ୍ତୋଳନ କରି ଲୁଟ କରୁଥିବା ଦେଖିବାକୁ ମିଳୁଛି। ଫଳରେ ସରକାରଙ୍କ ବିପୁଳ ରାଜସ୍ବ ହାନୀ ହେଉଛି। ତେବେ ତହସିଲ ପ୍ରଶାସନ କର୍ତ୍ତୃପକ୍ଷ ଏହା ଜାଣି ସୁଦ୍ଧା ନ ଜାଣିଲା ଭଳି ଅଭିନୟ କରୁଥିବାର ଅଭିଯୋଗ ହେଉଛି। ବାରମାଣ ମୌଜା ଏବେ ଏପରି ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ଏହି ମୌଜାରେ କଳାପଥର ଉତ୍ତୋଳନ ଜାରି ରଖି ନିକଟସ୍ଥ କ୍ରଶରକୁ ଯୋଗାଇ ଦିଆଯାଉଛି। ଦୀର୍ଘଦିନ ଧରି ଏହି ପଥର ବ୍ୟବସାୟୀମାନେ ନିଜର ଆଧିପତ୍ୟକୁ ବିସ୍ତାର କରିଛନ୍ତି। ଡଙ୍କାରୀ ମୌଜାର ଜଙ୍ଗଲ କିସମ ଜମିରୁ ବାରମାଣ ଅଞ୍ଚଳର ପଥର ବ୍ୟବସାୟୀମାନେ ଦୁଇଟି ମେଶିନ, ୩ଟି କମ୍ପ୍ରେସର ଓ ୪ଟି ହାଇୱା ଦ୍ୱାରା ପ୍ରତିଦିନ ୩୦ରୁ ଅଧିକ ଟ୍ରିପ କଳାପଥର ଚାଲାଣ କରୁଛନ୍ତି । କେବଳ ଦିନ ନୁହେଁ ରାତିଅଧିଆ ସେମାନେ ବେଶ ସକ୍ରିୟ ହୋଇ ଏହି ଚୋରାଚାଲାଣ କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ପୂର୍ବରୁ ତହସିଲ ପ୍ରଶାସନ ଏହି ପାହାଡ଼ ଲୁଟେରାଙ୍କୁ ଧରିବାରେ ସକ୍ଷମ ହେବା ସହିତ ବେଆଇନ ବ୍ଲାଷ୍ଟିଂ କରି କଳାପଥର ଚୋରି କାରବାରକୁ ରୋକ୍‌ ଲଗାଇଥିଲେ। ସେତେବେଳେ ଚଢଉ ସମୟରେ ମେଶିନ ଓ ଏକ ପିକ୍‌ଅପ ଭ୍ୟାନକୁ ଜବତ କରିବାବେଳେ ଜଣେ ପଥର ବ୍ୟବସାୟୀ ଖସି ପଳାଇବାକୁ ଉଦ୍ୟମ କରି ପାହାଡ଼ ଉପରକୁ ଚଢ଼ି ଯାଇଥିଲେ। ତେବେ ଚଢଉକାରୀ ଦଳ ଚାରିପାଖରୁ ଘେରିଯିବାରୁ ସେ ବାଧ୍ୟ ହୋଇ ଧରା ପଡିଥିଲେ। ପରେ ତହସିଲଦାରଙ୍କ ସୁଚନା ପାଇ ଜେନାପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଓ ମେଶିନକୁ ଜବତ କରିଥିଲେ। ପରବର୍ତ୍ତୀ ସମୟରେ ତହସିଲ କର୍ତ୍ତୃପକ୍ଷ ଏବଂ ପଥର ବ୍ୟବସାୟୀଙ୍କ ମଧ୍ୟରେ ସାଲିସ କରାଯାଇ ପୁଣି ସେଠାରୁ କଳାପଥର ବେଆଇନ ଉତ୍ତୋଳନ ଜୋରସୋରରେ ଚାଲିଥିବା ଅଭିଯୋଗ ହେଉଛି। ଗତ ପ୍ରାୟ ୧ ବର୍ଷ ହେବ ତହସିଲ ପ୍ରଶାସନ ପକ୍ଷରୁ ସାଟୋଲାଇଟ ମାପଚୁପ କରି ବେଆଇନ ଉତ୍ତୋଳନକାରୀଙ୍କ ଠାରୁ ଜରିମାନା ଆଦାୟ କରିବାକୁ ନୋଟିସ ଜାରି କରିଛି। ଏହାସହ କେତେକ ଖାଦାନର ମାପଚୁପ ସରିଥିଲେ ହେଁ ସେମାନଙ୍କ ନାମରେ ଏଯାଏ ଜରିମାନା ନୋଟିସ ହୋଇ ନ ଥିବାର ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ବୁଧବାର ରାତି ପ୍ରାୟ ୮ଟା ୨୩ ମିନିଟରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri